1. ସରକାରୀ ସ୍କିମ

BSKY Health Card: ବଢ଼ିଲା ଆବେଦନ ଅବଧି

BSKY- ନବୀନ କାର୍ଡ ପଞ୍ଜିକରଣ ଅବଧି ବଢିଛି । ଚଳିତ ମାସ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ଆପଣମାନେ କରିପାରିବେ ଆବେଦନ ।

Tanushree Mahapatra
Tanushree Mahapatra
Online registration of application for bsky

Online registration of application for bsky

ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ କଥାକୁ ଆଖିରେ ରଖି ଓଡିଶା ରାଜ୍ୟ ସରକାର ଏକ ମସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ l ଯେଉଁଥିରେ ମହିଳା ଏବଂ ପୁରୁଷ ଦୁହିଁଙ୍କୁ ସ୍ୱାସ୍ଥ୍ୟ ପାଇଁ ସହାୟତା ରାଶି ପ୍ରଦାନ କରାଯାଉଛି  l ମହିଳାଙ୍କୁ ୧୦ ଲକ୍ଷ ଏବଂ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯାଉଛି l ତେବେ ଏହି କାର୍ଡ ପାଇଁ ଆଜି ଆବେଦନର ଶେଷ ତାରିଖ ଥିଲା କିନ୍ତୁ ରାଜ୍ୟ ସରକାର ଏହାର ତାରିଖ ବଢ଼ାଇ ଦେଇଛନ୍ତି  l BSKY- ନବୀନ କାର୍ଡ ପଞ୍ଜିକରଣ ଅବଧି ବଢିଛି ।

ଚଳିତ ମାସ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ଆପଣମାନେ କରିପାରିବେ ଆବେଦନ । ଯାହା ପୂର୍ବରୁ ଜାନୁଆରୀ ୧୬ ଥିଲା ପଞ୍ଜୀକରଣର ଶେଷ ତାରିଖ ତାହା ଆଜି ପରିବର୍ତ୍ତନ କରାଯାଇଛି । ଚଳିତ ମାସ ଜାନୁଆରୀ ୬ରୁ ଆରମ୍ଭ ହୋଇଥିଲା ପଞ୍ଜିକରଣ  । ଅବଧି ବୃଦ୍ଧି ନେଇ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। 

BSKY ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ତୃତୀୟ ପର୍ଯ୍ୟାୟ ଆବେଦନ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ BSKYରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳର ଅନେକ ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ହସ୍‌ପିଟାଲ ଗୁଡିକରେ କ୍ୟାସଲେସ୍‌ ସୁବିଧା ଯୋଗାଇ ଦିଆଯାଉଛି ସରକାରଙ୍କ ଦ୍ୱାରା । ଏହି ପର୍ଯ୍ୟାୟରେ କେବଳ ସରକାରୀ କର୍ମଚାରୀ ଏବଂ ଆୟକରଦାତା ମାନଙ୍କୁ ବାଦ୍‌ ଦେଇ ଗ୍ରାମାଞ୍ଚଳର ପ୍ରତି ପରିବାର, ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ BSKY ଯୋଜନା ଅଧୀନରେ ନାହାନ୍ତି, ସେମାନେ ଏହି ନୂଆ ଯୋଜନାରେ ସାମିଲ ହୋଇପାରିବେ । ଏହିଉ ଆବେଦନ ପ୍ରକ୍ରିୟାରେ ସେମାନେ ସମସ୍ତେ ନୂଆ BSKY-ନବୀନ କାର୍ଡ ପାଇବେ ବୋଲି ବିଭାଗ କହିଛି । ନୂତନ କରି ସାମିଲ ହୋଇଥିବା ଲୋକେ ମଧ୍ୟ ଉଭୟ ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜିକୃତ ଘରୋଇ ହସ୍‌ପିଟାଲ ଗୁଡିକରେ ଚିକିତ୍ସା ସୁବିଧା ପାଇବେ।

ସୂଚନା ଅନୁଯାୟୀ ଏହି ତୃତୀୟ ପର୍ଯ୍ୟାୟ BSKY ସଂପ୍ରସାରଣରେ ରାଜ୍ୟର ପ୍ରାୟତଃ ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର ସାମିଲ ହୋଇଛନ୍ତି । ସେମାନେ ସମସ୍ତେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ – ନବୀନ କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ସୁବିଧା ପାଇ ପାରିବେ । ବଡ ବିଷୟ ହେଉଛି BSKY-Naveen card ଦ୍ବାରା ଓଡିଶାର କୌଣସି ପରିବାର ଆର୍ଥିକ ଦୁରାବସ୍ଥା କାରଣରୁ ଚିକିତ୍ସା କ୍ଷେତ୍ରରେ କୋଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।  ଏଥିପାଇଁ ସମସ୍ତ ଖର୍ଚ୍ଚ ଓଡିଶା ସରକାର ନିଜ ପାଣ୍ଠିରୁ ବହନ କରିବେ ବୋଲି କହିଛନ୍ତି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା -ବିଏସ୍‌‌କେୱାଇ ନବୀନ କାର୍ଡ ପାଇଁ ଆବେଦନ ସମୟସୀମା ମଧ୍ୟ ବୃଦ୍ଧି କରାଯାଇଛି। ଯାହା ଆବେଦନର ଶେଷ ତାରିଖ ଥିଲା ଆଜି  । କିନ୍ତୁ ରାଜ୍ୟ ସରକାର ସମସ୍ତ ତଥ୍ୟକୁ ଆଖି ଆଗରେ ରଖି ଆବେଦନ ସମୟସୀମାକୁ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଗରିବ ହିତାଧିକାରୀ ମାନେ BSKY ନବୀନ କାର୍ଡ ପାଇଁ ଆବେଦନ କରିପାରିବେ ଆଗାମୀ ୨୬ ତାରିଖ ପର୍ଯ୍ୟନ୍ତ । ଜାନୁଆରୀ ୬ ତାରିଖରୁ ଆରମ୍ଭ ହୋଇଥିବା ନବୀନ କାର୍ଡ ପାଇଁ ପଞ୍ଜିକରଣ ତାରିଖ ବୃଦ୍ଧି କରାଯାଇଛି । ଏବେ ଏହି ଅବଧି ବୃଦ୍ଧି ପାଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। BSKY ନବୀନ କାର୍ଡ ପଞ୍ଜିକରଣ ଅବଧି ବୃଦ୍ଧି କରିବା ପାଇଁ ଦାବି ହୋଇଥିଲା ରାଜ୍ୟବାସୀଙ୍କ ତରଫରୁ । ତେବେ ରାଜ୍ୟ ସରକାର ଏହା ଉପରେ ବିଚାର କରି ଅବଧି ବୃଦ୍ଧି କରିଛନ୍ତି ଯାହା ଆଗକୁ ଅଧିକ ଲୋକଙ୍କୁ ଏଥିରେ ସାମିଲ କରି ପାରିବ ।

ସୂଚନା ଅନୁଯାୟୀ, ଏବେ ସୁଦ୍ଧା ୩୦ ଜିଲ୍ଲାରୁ BSKY ନବୀନ କାର୍ଡ ଲାଗି ପ୍ରାୟତଃ ୭୦,୪୮୮ ଆବେଦନ କରାଯାଇଛି  । ଏହ କାର୍ଡ ଜରିଆରେ ପ୍ରାୟତଃ ୧.୮୨ ଲକ୍ଷ ଲୋକେ ଉପକୃତ ହୋଇପାରିବେ ବୋଲି କୁହାଯାଉଛି  ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments