1. ସରକାରୀ ସ୍କିମ

Pm Kisan: ୯ କୋଟି ଚାଷୀ ପାଇଲେ ୧୭ତମ କିସ୍ତି

୩ କୋଟି 'ଲଖପତି ଦିଦି' ସୃଷ୍ଟି ଦିଗରେ ଏକ ଦୃଢ଼ ପଦକ୍ଷେପ ଭାବେ କୃଷି ସଖୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ...

Tanushree Mahapatra
Tanushree Mahapatra
PM addresses Kisan Samman Sammelan in Varanasi, image source - pexels

PM addresses Kisan Samman Sammelan in Varanasi, image source - pexels

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ବାରାଣସୀଠାରେ ଆୟୋଜିତ କୃଷକ ସମ୍ମାନ ସମ୍ମିଳନୀକୁ ସମ୍ବୋଧିତ କରିବା ସହ ପ୍ରାୟ ୯.୨୬ କୋଟି ହିତାଧିକାରୀ କୃଷକଙ୍କୁ ୨୦,୦୦୦ କୋଟି ରୁ ଅଧିକ ଟଙ୍କାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ସପ୍ତଦଶ କିସ୍ତି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ହସ୍ତାନ୍ତର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ସ୍ୱୟଂ ସହାୟକ ଗୋଷ୍ଠୀର ୩୦ ହଜାରରୁ ଅଧିକ ମହିଳାଙ୍କୁ କୃଷି ସଖୀ ଭାବେ ପ୍ରମାଣପତ୍ର ପ୍ରଦାନ କରିଥିଲେ। ବୈଷୟିକ ଜ୍ଞାନକୌଶଳ ଜରିଆରେ ସାରା ଦେଶର କୃଷକଙ୍କୁ ଏହି କାର୍ଯ୍ୟକ୍ରମ ସହ ଯୋଡାଯାଇଥିଲା ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ନିର୍ବାଚନ ମଣ୍ଡଳୀରୁ ଲୋକସଭା ନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ କାଶୀବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଲଗାତାର ତୃତୀୟ ଥର ପାଇଁ ତାଙ୍କୁ ଚୟନ କରିଥିବାରୁ ଶ୍ରୀ ମୋଦୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ‘‘ବର୍ତ୍ତମାନ ମା' ଗଙ୍ଗା ମଧ୍ୟ ମୋତେ ପୋଷ୍ୟ ଭାବେ ଗ୍ରହଣ କରିଥିବା ପରି ମନେ ହେଉଛି ଏବଂ ମୁଁ କାଶୀ ପାଇଁ ସ୍ଥାନୀୟ ବାସିନ୍ଦା ହୋଇପାରିଛି”, କୃତଜ୍ଞତା ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ବିକଶିତ ଭାରତର ସ୍ତମ୍ଭ ଭାବରେ ସେ କୃଷକ, ନାରୀଶକ୍ତି, ଯୁବକ ଏବଂ ଗରିବମାନଙ୍କୁ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଏବଂ ମନେ ପକାଇଥିଲେ ଯେ ସରକାର ଗଠନ ପରେ ପ୍ରଥମ ନିଷ୍ପତ୍ତି କୃଷକ ଏବଂ ଗରିବ ପରିବାର ଉପରେ ଆଧାରିତ ଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୩ କୋଟି ଅତିରିକ୍ତ ପରିବାରକୁ ସାମିଲ କରିବା କିମ୍ବା ପିଏମ କିଷାନ ସମ୍ମାନ ନିଧିର କିସ୍ତି ସମ୍ପର୍କରେ ନିଆଯାଇଥିବା ଏଭଳି ନିଷ୍ପତ୍ତି ଲୋକମାନଙ୍କୁ ସାହାଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ଏବଂ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିବା କୃଷକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ କୋଟି କୋଟି ଚାଷୀଙ୍କ ଆକାଉଣ୍ଟରେ ୨୦ ହଜାର କୋଟି ଟଙ୍କା ଜମା ହୋଇଥିବା ଉଲ୍ଲେଖ କରିଥିଲେ । ୩ କୋଟି 'ଲଖପତି ଦିଦି' ସୃଷ୍ଟି ଦିଗରେ ଏକ ଦୃଢ଼ ପଦକ୍ଷେପ ଭାବେ କୃଷି ସଖୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି ସେ କହିଥିଲେ। ଏହି ପଦକ୍ଷେପ ଦ୍ୱାରା ହିତାଧିକାରୀ ମହିଳାଙ୍କ ପାଇଁ ସମ୍ମାନପୂର୍ଣ୍ଣ ଆୟ ଏବଂ ସୁଯୋଗ ସୁନିଶ୍ଚିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସ୍ୱୟଂ ସହାୟକ ଗୋଷ୍ଠୀର ୩୦,୦୦୦ରୁ ଅଧିକ ମହିଳାଙ୍କୁ କୃଷି ସଖୀ ଭାବରେ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଥିଲେ । କୃଷି ସଖୀ ସମନ୍ୱୟ କାର୍ଯ୍ୟକ୍ରମ (କେଏସସିପି)ର ଲକ୍ଷ୍ୟ ହେଉଛି, କୃଷି ସଖୀ ଭାବରେ ଗ୍ରାମୀଣ ମହିଳାଙ୍କ ସଶକ୍ତୀକରଣ ମାଧ୍ୟମରେ ଗ୍ରାମୀଣ ଭାରତକୁ ରୂପାନ୍ତରିତ କରିବା। କୃଷି ସଖୀମାନଙ୍କୁ ପାରା-ସମ୍ପ୍ରସାରଣ ଶ୍ରମିକ ଭାବରେ ତାଲିମ ଏବଂ ପ୍ରମାଣପତ୍ର ପ୍ରଦାନ କରିବା ମଧ୍ୟ ଯୋଜନାର ଉଦ୍ଦେଶ୍ୟ । ଏହି ପ୍ରମାଣପତ୍ର ପାଠ୍ୟକ୍ରମ ‘ଲଖପତି ଦିଦି’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସହିତ ମଧ୍ୟ ସମନ୍ୱିତ ।

ଏହି ଅବସରରେ ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭଗୀରଥ ଚୌଧୁରୀ, ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଶ୍ରୀ ବ୍ରଜେଶ ପାଠକ ଏବଂ ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ଅଧିକ ପଢ଼ନ୍ତୁ

ରାଇଘର ପ୍ରଜାତି ଛେଳି: ଭାରତ ସରକାରଙ୍କ ଦ୍ୱାରା ମାନ୍ୟତା ପ୍ରାପ୍ତ

8th Pay Commission: ୪୪% ବଢିବ ଦରମା !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ