Government Schemes

PM Fasal Bima Yojana: ଚାଷୀଙ୍କ ପାଇଁ ବରଦାନ

ଫସଲ ପାଇଁ ବୀମାଭୁକ୍ତ ହୋଇଛନ୍ତି, କୌଣସି କାରଣରୁ ଯଦି ଫସଲ କ୍ଷତିଗ୍ରସ୍ତ ହୁଏ, ତେବେ ସେହି ଫସଲ ପାଇଁ ବୀମା ଦାବି କରାଯାଏ ଯାହା ସରକାର ପ୍ରଦାନ ମଧ୍ୟ କରନ୍ତି l

06 July, 2024 5:12 PM IST By: Tanushree Mahapatra

କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପିଏମ ଫସଲ ବିମା ଯୋଜନା ମାଧ୍ୟମରେ କୃଷକଙ୍କ ଫସଲ ବୀମାଭୁକ୍ତ କରାଯାଇଛି l ପ୍ରିମିୟମର କିଛି ଅଂଶ କୃଷକ ଏବଂ କିଛି ଅଂଶ ସରକାର ପ୍ରଦାନ କରୁଛନ୍ତି । ଏହି ଉପାୟରେ, ଯଦି ଆପଣ ଯେଉଁ ଫସଲ ପାଇଁ ବୀମାଭୁକ୍ତ ହୋଇଛନ୍ତି, କୌଣସି କାରଣରୁ ଯଦି ଫସଲ କ୍ଷତିଗ୍ରସ୍ତ ହୁଏ, ତେବେ ସେହି ଫସଲ ପାଇଁ ବୀମା ଦାବି କରାଯାଏ ଯାହା ସରକାର ପ୍ରଦାନ ମଧ୍ୟ କରନ୍ତି l

ଚାଷୀଙ୍କ ପାଇଁ ସରକାର ପ୍ରଚଳନ କରିଥିବା ସମସ୍ତ ଯୋଜନା ମଧ୍ୟରେ ପିଏମ ଫସଲ ବିମା ଯୋଜନା ଅନ୍ୟତମ l ଚାଷୀଙ୍କ ଚାଷ ନଷ୍ଟ ହେବାଦ୍ବାରା ସରକାର ଏହି ଯୋଜନା ମାଧ୍ୟମରେ ଅର୍ଥ ପ୍ରଦାନ କରିଥାନ୍ତି l ଯାହା ତାଙ୍କ କ୍ଷତିକୁ କିଛି ଦୂର ପର୍ଯ୍ୟନ୍ତ ସମାଧାନ କରିଥାଏ l ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ହେଉଥିବା ଚାଷ ନଷ୍ଟ୍ରେ ସରକାର ଏହି ସହାୟତା ପ୍ରଦାନ କରନ୍ତି କିନ୍ତୁ ଚାଷୀ ମଧ୍ୟ ଏହି ବୀମା ଅଧୀନରେ ନିଜ ଚାଷଜମିକୁ ପଞ୍ଜିକରଣ କରିଥିବା ଆବଶ୍ୟକ l

ଏହି ଯୋଜନାର ଲାଭ କ'ଣ :-

-ପ୍ରାକୃତିକ ବିପର୍ଯ୍ୟୟ ହେତୁ ଫସଲ ନଷ୍ଟରୁ ସମ୍ପୂର୍ଣ୍ଣ ରାଶି ବୀମାଭୁକ୍ତ l

-ଅନଲାଇନ୍ ବୀମା କାଲକୁଲେଟର l

-ଚାଷକୁ ଅଧିକ ଲାଭଦାୟକ କରିବା l

-ବହୁତ କମ୍ ପ୍ରିମିୟମ୍ ପରିମାଣ l

-ସହଜ ଅନଲାଇନ୍ ଆବେଦନ ପ୍ରକ୍ରିୟା l

-କୃଷକମାନଙ୍କୁ ଅଧିକ ଉତ୍ସାହିତ କରିବା l

-24 ଘଣ୍ଟା ହେଲ୍ପଲାଇନର ଉପଲବ୍ଧତା l

କେଉଁ କେଉଁ ଫସଲ ବୀମାର ସାମିଲ ହୋଇପାରିବ :-

-ଧାନ, ଗହମ, ମିଲେଟ ଇତ୍ୟାଦି l

-କପା, ଆଖୁ, ଝୋଟ ଇତ୍ୟାଦି l

-ଶସ୍ୟ ଜାତୀୟ, ମଟର, ହରଡ଼, ମୁଗ, ସୋୟାବିନ୍ ଇତ୍ୟାଦି l

-ରାଶି, ସୋରିଷ, ଚିନାବାଦାମ, କପା ,ସୂର୍ଯ୍ୟମୁଖୀ, କୁସୁମ , ଅଳସି ମଞ୍ଜି ଇତ୍ୟାଦି l

-କଦଳୀ, ଅଙ୍ଗୁର, ଆଳୁ, ପିଆଜ, ଅଦା, ଅଳେଇଚ , ହଳଦୀ, ଆପଲ୍, ଆମ୍ବ , କମଳା, ପିଜୁଳି, ଲିଚି, ପପିତା , ସପୋଟା, ଟମାଟୋ, ମଟର, ଫୁଲକୋବି ଇତ୍ୟାଦି l

ଆବଶ୍ୟକ ଡକ୍ୟୁମେଣ୍ଟ :-

-ଆଧାର କାର୍ଡ

-ବ୍ୟାଙ୍କ ଆକାଉଣ୍ଟ ପାସବୁକ୍

-ବିହନ ବୁଣିବା ପ୍ରମାଣପତ୍ର

-ଗାଁ ପାଟୱାରୀ

-ଜମି ସମ୍ବନ୍ଧୀୟ ଦଲିଲ

ଫସଲ ବୀମା ଯୋଜନା ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୧୮ ଫେବୃଆରୀ ୨୦୨୦ ରେ ଆରମ୍ଭ ହୋଇଥିଲା l ଏହା ଏକ ଯୋଜନା ଯେଉଁଥିରେ କୃଷକମାନେ ସେମାନଙ୍କର ଫସଲ କ୍ଷୟକ୍ଷତିର ରିପୋର୍ଟ କରିପାରିବେ l ପ୍ରଧାନମନ୍ତ୍ରୀଙ୍କଦ୍ୱାରା ଫସଲ ବୀମା ଯୋଜନା ଆରମ୍ଭ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଆର୍ଥିକ ସହାୟତା ଯୋଗାଇବା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ କ୍ଷୟକ୍ଷତିର ଶିକାର ହୋଇଥିବା ଚାଷୀଙ୍କୁ l ଯାହାଦ୍ୱାରା କୃଷକମାନଙ୍କୁ ନୂତନ ଏବଂ ଆଧୁନିକ କୃଷି ଉପକରଣ କିଣିବାରେ ସହାୟତା ଯୋଗାଇ ଦିଆଯାଇପାରିବ l

ପ୍ରଧାନ ମନ୍ତ୍ରୀ ଫସଲ ବିମା ଯୋଜନା ଅଧୀନରେ ବିଭିନ୍ନ ଫସଲ ନଷ୍ଟ ହେତୁ ସରକାର କୃଷକଙ୍କୁ ବିଭିନ୍ନ ପରିମାଣର ଅର୍ଥ ପ୍ରଦାନ କରୁଛନ୍ତି l ଦେଶର କୃଷକମାନଙ୍କୁ ଏହି ଯୋଜନା ଅଧୀନରେ ଲାଭ ପାଇବାକୁ କିଛି ଆବଶ୍ୟକୀୟ ଯୋଗ୍ୟତା ପୂରଣ କରିବାକୁ ପଡିବ ଏବଂ ଏହି ଆବଶ୍ୟକୀୟ ଦଲିଲ ସହିତ ମଧ୍ୟ ପ୍ରସ୍ତୁତ ହେବାକୁ ପଡିବ l ନଚେତ ସେମାନେ ବଞ୍ଚିତ ହେବେ ଏହି ଯୋଜନାରୁ l

ଅଧିକ ପଢ଼ନ୍ତୁ

ଅଳ୍ପ ଖର୍ଚ୍ଚ ଓ ଅଳ୍ପ ଦିନରେ କିପରି ଅଧିକ ରୋଜଗାର କରିବେ!

ଆରମ୍ଭ ହେଲା ଦିବ୍ୟ କଳା ମେଳା କାର୍ଯ୍ୟକ୍ରମ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)