1. ସରକାରୀ ସ୍କିମ

ମୋଦୀ ଦେଲେ ଖୁସି ଖବର: ପ୍ରତି ଚାଷୀଙ୍କୁ ମିଳିବ ୨୦୦୦

ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସବୁବେଳେ ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିଛନ୍ତି l ସେ ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ପ୍ରଣୟନ କରାଇଛନ୍ତି ଯାହା ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି l ତେବେ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ l

Tanushree Mahapatra
Tanushree Mahapatra
Pm kisan 14th installment release date , image source - twitter

Pm kisan 14th installment release date , image source - twitter

ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସବୁବେଳେ ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିଛନ୍ତି l ସେ ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ପ୍ରଣୟନ କରାଇଛନ୍ତି ଯାହା ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି l ତେବେ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ l ଚାଷ ହେଉଛି ଆମ ଦେଶର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ଆଉ ଏକ ରାସ୍ତା ଲ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ପ୍ରତ୍ୟକ୍ଷ ସହାୟତା ଦେବା ପାଇଁ ଡିସେମ୍ବର ୨୦୧୮ ରେ ପିଏମ କିସାନ ଯୋଜନା ଆରମ୍ଭ କରିଥିଲେ । 

ଏହା ପୂର୍ବରୁ କୃଷକମାନେ ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ କୌଣସି ସରକାରଙ୍କ ଠାରୁ ନଗଦ ସହାୟତା ପାଇ ନଥିଲେ ଯାହା କେନ୍ଦ୍ର ସରକାର ୨୦୧୮ ରେ ଲାଗୁ କଲେ । ଏହି ଯୋଜନା ଦ୍ୱାରା ଦେଶର ହଜାର ହଜାର କୃଷକ ଲାଭ ପାଉଛନ୍ତି l

ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ଉଭୟ ସରକାର ସହରରୁ ନେଇ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଏହି ଯୋଜନା ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଛି । ଗୃହ ଯୋଜନା ଠାରୁ ଆରମ୍ଭ କରି ରାସନ, ବିଦ୍ୟୁତ୍, ଶିକ୍ଷା, ରୋଜଗାର, ଭତ୍ତା, ସହିତ ଜଡିତ ଅନେକ ବୀମା ଏବଂ ପେନସନ ଭଳି ଅନେକ ପ୍ରକାରର ଲାଭଦାୟକ କଲ୍ୟାଣକାରୀ ଯୋଜନା ଚାଲିଛି ଦେଶର ନାଗରିକଙ୍କ ପାଇଁ । ସେହିଭଳି କେନ୍ଦ୍ର ସରକାର ଦେଶର କୃଷକମାନଙ୍କ ପାଇଁ ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ପ୍ରଚଳନ କରିଛନ୍ତି । ଏହି ଯୋଜନାରେ କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି  l  ସେମାନଙ୍କୁ ଏହି ଯୋଜନାରେ ପ୍ରତି ଚାରିମାସରେ ୨ ହଜାର ଟଙ୍କା କିସ୍ତି ପ୍ରଦାନ କରାଯାଉଛି ।  ଆଉ ଏଥିରେ ଏବେ ପରିବର୍ତ୍ତନ କରିଛନ୍ତି ସରକାର  l

ଆଉ ଏବେ ଚାଷୀଙ୍କୁ ଜୁଲାଇ ମାସରେ ଭଲ ଖବର ପାଇବାକୁ ଯାଉଛନ୍ତି । ଜୁଲାଇ ମାସରେ ୨୦୦୦ ଟଙ୍କା ଦେଶବାସୀଙ୍କ ଆକାଉଣ୍ଟକୁ ପଠାଇବେ ମୋଦୀ ସରକାର । ଏହି କାରଣରୁ ଦେଶର ଚାଷୀମାନେ ବହୁତ ଆରାମ ପାଇବେ । ଏହି ୨୦୦୦ ଟଙ୍କା ପ୍ରଧାନମନ୍ତ୍ରୀ କିଷାନ ଯୋଜନା ସହିତ ଜଡିତ ଥିବା ଲୋକଙ୍କୁ ସରକାରଙ୍କ ତରଫରୁ ପ୍ରଦାନ କରାଯିବ । ଏହି ୨୦୦୦ ଟଙ୍କା ପିଏମ କିଷାନ ଯୋଜନା ସହିତ ଯୋଡି ହୋଇଥିବା ପ୍ରତି ଚାଷୀଙ୍କୁ ୧୪ ତମ କିସ୍ତି ଅଧୀନରେ ପଠାଯିବ ।

ତେବେ ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧିର ୧୪ ତମ କିସ୍ତିର ତାରିଖ ଯାହାକୁ ଅପେକ୍ଷା କରିଥିଲେ ଚାଷୀ ତାହା ଘୋଷଣା କରାଯାଇଛି । ଆଉ ଏବେ ଯୋଗ୍ୟ ଚାଷୀମାନେ ଶୀଘ୍ର କେନ୍ଦ୍ର ତରଫରୁ ୨,୦୦୦ ଟଙ୍କା କିସ୍ତି ପାଇବେ । ଏହି କିସ୍ତିର ଟଙ୍କା ପିଏମ କିଷାନ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଦାନ କରିବେ । ସେହିପରି ପୂର୍ବରୁ ୨୭ ଫେବୃଆରୀରେ ପିଏମ କିଷାନ ଯୋଜନାର ୧୩ ତମ କିସ୍ତି ଜାରି ହୋଇଥିଲା । ବିଶେଷକରି ଏହି ପ୍ରଧାନମନ୍ତ୍ରୀ କିଷାନ ଯୋଜନା ହେଉଛି ଚାଷୀମାନଙ୍କ ପାଇଁ ଏକ ଆର୍ଥିକ ସହାୟତା ଯୋଜନା । 

ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର କିସ୍ତି ମୋଦୀ ସରକାର ଜାରି କରିବେ । ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ସୂଚନା ଅନୁଯାୟୀ, ସରକାର ୨୭ ଜୁଲାଇ ୨୦୨୩ ରେ ରାଜସ୍ଥାନର ସିକରରେ ୧୪ ତମ କିସ୍ତି ଜାରି କରିବେ ବୋଲି ସୂଚନା ଦେଇଛନ୍ତି । ଏହି ଯୋଜନା ଅଧୀନରେ ଯୋଗ୍ୟ ଚାଷୀମାନେ କିସ୍ତି ପିଛା ୨,୦୦୦ ଟଙ୍କା ବର୍ଷକୁ ତିନିଥର ଅର୍ଥାତ୍ ବାର୍ଷିକ ୬,୦୦୦ ଟଙ୍କା ପାଇଥାନ୍ତି । ଏହି କିସ୍ତି ର ଟଙ୍କା ପରିମାଣ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା ହୋଇଥାଏ ଯାହାଦ୍ୱାରା କୌଣସି କଳାବଜାରୀ ହୋଇନଥାଏ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments