କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ବିଭିନ୍ନ ସରକାରୀ ଯୋଜନା ପ୍ରଚଳନ କରିଛନ୍ତି l ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ସେଥି ମଧ୍ୟରୁ ଅନ୍ୟତମ l ଏଣିକି ଏହି ଯୋଜନାରେ ସାମିଲ ଥିବା ଚାଷୀଙ୍କ ପାଇଁ ଖୁସି ଖବର ।
କାରଣ ସରକାର ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ପିଏମ କିସାନ ସମ୍ମାନ ନିଧି ଯୋଜନାରେ ଦେଶର କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁୁ ସିଧାସଳଖ ଆର୍ଥିକ ସହାୟତା ସରକାର କିସ୍ତି ମାଧ୍ୟମରେ ପ୍ରଦାନ କରନ୍ତି । ପିଏମ କିସାନ ସମ୍ମାନ ନିଧି ଯୋଜନାରେ ଖୁବଶୀଘ୍ର ୧୯ ତମ କିସ୍ତି ଟଙ୍କା ପାଇବାକୁ ଯାଉଛନ୍ତି ଚାଷୀ । ଏ ନେଇ ଖୁବଶୀଘ୍ର ବଡ କେନ୍ଦ୍ର ସରକାର ବଡ଼ ଘୋଷଣା କରିବାକୁ ଯାଉଛନ୍ତି ।
୧୯ତମ କିସ୍ତିରେ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ପ୍ରଦାନ କରାଯିବ । ଏ ପର୍ଯ୍ୟନ୍ତ ଦେଶର ପ୍ରାୟ ୧୨ କୋଟି ଚାଷୀ ଉପକୃତ ହେଉଛନ୍ତି । ପ୍ରତ୍ୟେକ କିସ୍ତିରେ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଦିଆଯାଉଛି । ଏହି ଆର୍ଥିକ ସହାୟତା ପାଇ ଚାଷୀ ନିଜ ଚାଷକାମ ପାଇଁ ଉତ୍ସାହିତ ହୋଇପାରୁଛନ୍ତି । ତେବେ ଖୁବଶୀଘ୍ର ୧୯ ତମ କିସ୍ତିକୁ ନେଇ ବଡ ଅପଡେଟ୍ ଆସିବାକୁ ଯାଉଛି । କିନ୍ତୁ, ମାନେ ରଖିବା ଉଚିତ ଯେ ଏହି ଯୋଜନାରେ ସାମିଲ ଥିବା ଚାଷୀ ଟଙ୍କା ପାଇବାକୁ ହେଲେ କିଛି ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବାକୁ ହେବ । ନଚେତ୍ ଚାଷୀଙ୍କ କିସ୍ତି ଟଙ୍କା ଅଟକି ଯାଇପାରେ ।
କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ୨୦୨୫ ଫେବୃଆରୀ ପ୍ରଥମ ସପ୍ତାହରେ ଆକାଉଣ୍ଟକୁ ଆସିପାରେ କିସ୍ତି ଟଙ୍କା । ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଆସିବ ଏହି ଯୋଜନା ଅଧୀନରେ । କିନ୍ତୁ ଏ ନେଇ ସରକାରୀ ସ୍ତରରେ ଏ ପର୍ଯ୍ୟନ୍ତ କୌଣସି ଘୋଷଣା ହୋଇନାହିଁ । ଏହି ଯୋଜନାରେ ୧୮ତମ କିସ୍ତି ଚାଷୀଙ୍କୁ ପ୍ରଦାନ କରାଯାଇଛି । ଏବେ ୧୯ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି ଚାଷୀ । ଚାଷୀଙ୍କ ଏହି ଅପେକ୍ଷା ଶେଷ ହେବାକୁ ଯାଉଛି । ୨୦୨୫ ଫେବୃଆରୀରେ ଆକାଉଣ୍ଟକୁ କିସ୍ତି ଟଙ୍କା ଆସିବାର ସମ୍ଭାବନା ରହିଛି । କିନ୍ତୁ ଏଥିପାଇଁ ଚାଷୀଙ୍କୁ ସର୍ବପ୍ରଥମେ E-KYC କରିବାକୁ ହେବ । ଏହା ବ୍ୟତୀତ ପିଏମ୍ କିସାନ ଟଙ୍କା ଆସୁଥିବା ଆକାଉଣ୍ଟ ଆଧାର କାର୍ଡ ସହିତ ଲିଙ୍କ ହେବା ଆବଶ୍ୟକ ।
Read more:
ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ
ହସ୍ତକଳା, ହସ୍ତତନ୍ତ, କୃଷି ଉତ୍ପାଦ ଏବଂ ପର୍ଯ୍ୟଟନ ସୁବିଧାକୁ ପ୍ରୋତ୍ସାହିତ !
Share your comments