1. ସରକାରୀ ସ୍କିମ

PM Kisan New List 2024: ଚେକ୍‌ କରନ୍ତୁ ଲିଷ୍ଟରେ ଆପଣଙ୍କ ନାଁ...

ଲିଷ୍ଟରେ ନାହିଁ କି ଆପଣଙ୍କ ନାଁ , ଆଜି ହିଁ ଚେକ କରନ୍ତୁ ...

Tanushree Mahapatra
Tanushree Mahapatra
pm kisan beneficiary new list 2024, image source - pixeles

pm kisan beneficiary new list 2024, image source - pixeles

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଏକ କେନ୍ଦ୍ରୀୟ ଯୋଜନା l ଯେଉଁ ଯୋଜନା ଦ୍ୱାରା ଅନେକ ଚାଷୀ ଉପକୃତ ହେଉଛନ୍ତି । ଏହି ଯୋଜନାରେ କିସ୍ତି ଅନୁଯାୟୀ ଟଙ୍କା ପ୍ରଦାନ କରାଯାଇଥାଏ ଚାଷୀଙ୍କୁ l  ଏ ପର୍ଯ୍ୟନ୍ତ ଚାଷୀ ୧୬ତମ କିସ୍ତି ପାଇ ସାରିଛନ୍ତି । ଖୁବଶୀଘ୍ର ୧୭ତମ କିସ୍ତି ପାଇବାକୁ ଯାଉଛନ୍ତି ଚାଷୀ ଏହି ଯୋଜନାରେ ।

ଏକ ରିପୋର୍ଟ ମୁତାବକ ଏପ୍ରିଲ୍‌ ମାସ ଶେଷ ସୁଦ୍ଧା ବ୍ୟାଙ୍କ୍‌ ଆକାଉଣ୍ଟକୁ ଏହି ଯୋଜନା ଟଙ୍କା ପ୍ରଦାନ କରାଯିବ । କିସାନ ସମ୍ମାନ ନିଧି ଯୋଜନାରେ ବର୍ଷକୁ ମୋଟ ୩ଥର ଦୁଇ ହଜାର ଟଙ୍କା ଆକାଉଣ୍ଟକୁ ଆସିଥାଏ ଚାଷୀଙ୍କର । ଯେଉଁ ଚାଷୀମାନଙ୍କ KYC ବାକି ଅଛି ସେମାନଙ୍କୁ ତୁରନ୍ତ ଏହା କରିବାକୁ ପରାମର୍ଶ ଦିଆଯାଇଛି ।

ତେବେ ଚଳିତ ମାସ ଶେଷ ସୁଦ୍ଧା E-KYC କରାଇ ନେବାକୁ ପରାମର୍ଶ ରହିଛି । ସେହିପରି e-KYC ପୂରଣ ନକଲେ ଚାଷୀମାନେ ଏହି ଯୋଜନାରେ ଲାଭ ମିଳିବ ନାହିଁ । ମୋବାଇଲ ମାଧ୍ୟମରେ ଅତି ସହଜରେ ଜଣେ ଚାଷୀ  e-KYC କରାଇ ପାରିବେ ନିଜର । ସେହିଭଳି ଚାଷୀଙ୍କୁ ଜମି ବାବଦରେ ମଧ୍ୟ ପଞ୍ଜୀକରଣ କରିବାକୁ ପଡ଼ିବ । ଯଦି ଏହା କରି ନଥିବେ କୃଷି କାର୍ଯ୍ୟାଳୟକୁ ଯାଇ ପଞ୍ଜୀକରଣ କରିବାକୁ ପଡ଼ିବ ।

ସବୁଠାରୁ ବଡ଼ ଆଲୋଚ୍ୟ ବିଷୟ ଅଧିକାଂଶ ଚାଷୀ ବର୍ତ୍ତମାନ ସୁଦ୍ଧା ନିଜ ଜମି ପଞ୍ଜୀକରଣ କରାଇନଥିବାରୁ କିସ୍ତି ଟଙ୍କା ବିଳମ୍ବ ହୋଇଛି । ଏଣୁ ଏଥିପାଇଁ କୃଷି କାର୍ଯ୍ୟାଳୟ ପକ୍ଷରୁ ଜମି ପଞ୍ଜୀକରଣ କରିବା ପାଇଁ ଅପିଲ୍‌ କରାଯାଇଛି । ଯଦି ଆପଣ Pm କିସାନ ଅଧୀନରେ ଆବଶ୍ୟକ ପ୍ରକ୍ରିୟା ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନକରନ୍ତି , ତେବେ ଏହାର ଲାଭ ପାଇବାକୁ ଆପଣ ସମର୍ଥ ନୁହନ୍ତି ।

ଆସନ୍ତା କିଛି ଦିନ ମଧ୍ୟରେ କୃଷକଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଛି କିସ୍ତି ଟଙ୍କା । ତେବେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ଏଥିପାଇଁ ପ୍ରକାଶ କରିନାହାଁନ୍ତି । କିସ୍ତି ଟଙ୍କା ପାଇବା ପୂର୍ବରୁ ଯଦି ଜଣେ ଆପଣ ଜଣେ ଚାଷୀ ତେବେ PM Kisan ଯୋଜନାରେ ଆପଣଙ୍କ ହିତାଧିକାରୀ ସ୍ଥିତି ଆଜି ହିଁ ଯାଞ୍ଚ କରନ୍ତୁ l  ସର୍ବପ୍ରଥମେ ଆପଣ ସରକାରୀ ୱେବସାଇଟ୍ - https://pmkisan.gov.in/ ଲଗ୍‌ ଇନ୍‌ କରନ୍ତୁ । ଏହାପରେ, ପିଏମ କିସାନ ଯୋଜନାର ଅନଲାଇନ୍ ପୋର୍ଟାଲ୍ ରେ ଆପଣ ଏ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଅନଲାଇନରେ କରିପାରିବେ । ସେଠାରେ ଉପଲବ୍ଧ ଥିବା ନୂଆ ଲିଷ୍ଟ ଉପରେ କ୍ଲିକ୍‌ କରି ତାଲିକା ଯାଞ୍ଚ୍‌ କରି ପାରିବେ । ତାଲିକାରେ ନାମ ନ ଥିଲେ ଆପଣ ଏହି କିସ୍ତିରୁ ବାଦ ପଡିପାରନ୍ତି l

ଅଧିକ ପଢ଼ନ୍ତୁ

Heart: ଖାଆନ୍ତୁ ଏହି ଖାଦ୍ୟ, ଶିରାପ୍ରଶିରାରେ ଆଉ ଜମା ହେବ ନାହିଁ ଚର୍ବି

Odisha Scheme: ଏହି ଯୋଜନାରେ ମିଳୁଛି 50 ଲକ୍ଷର ସବସିଡ଼ି! କରନ୍ତୁ ଆବେଦନ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments