1. ସରକାରୀ ସ୍କିମ

ଖାତାକୁ ଆସିବ ପିଏମ୍ କିସାନ ଟଙ୍କା!

ଏହା ନ କଲେ ମିଳିବନି କିସ୍ତି ଟଙ୍କା !

Tanushree Mahapatra
Tanushree Mahapatra
Pm kisan money to credit in accounts, image source - pexels

Pm kisan money to credit in accounts, image source - pexels

ପିଏମ କିସାନ ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରନ୍ତି କେନ୍ଦ୍ର ସରକାର l କେନ୍ଦ୍ର ସରକାର ଦେଶର କୋଟି କୋଟି ଚାଷୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଏହି ଯୋଜନା ଚାଲୁ ରଖିଛନ୍ତି । ଏହି ଯୋଜନାରେ ଦେଶର କୋଟି କୋଟି ଚାଷୀ ଉପକୃତ ମଧ୍ୟ ହେଉଛନ୍ତି । ଏହି ଲୋକପ୍ରିୟ ଯୋଜନା ଚାଷୀଙ୍କୁ ଦେଉଛି ଫାଇଦା । କିସ୍ତି ମାଧ୍ୟମରେ ଚାଷୀଙ୍କୁ ମିଳିଥାଏ ଟଙ୍କା l

ପ୍ରଧାନମନ୍ତ୍ରୀ କିସାନ ନିଧି ଯୋଜନାର ୧୮ତମ କିସ୍ତିକୁ ଚାଷୀ ଅପେକ୍ଷା କରିଛନ୍ତି ।  କେବେ ମିଳିବ ୧୮ ତମ କିସ୍ତି ଟଙ୍କା ? ଏହାକୁ ନେଇ ବଡ ଅପଡେଟ୍‌ ଏବେ ସାମ୍ନାକୁ ଆସିଛି । ଚାଷୀଙ୍କୁ ପରବର୍ତ୍ତୀ କିସ୍ତି ଟଙ୍କା କେବେ ମିଳିବ ସେ ନେଇ ବଡ ଖବର ସାମ୍ନାକୁ ଆସିଛି । ସେପ୍ଟେମ୍ବର ମାସ କିମ୍ବା ଅକ୍ଟୋବର ମାସରେ ଚାଷୀଙ୍କ ଆକାଉଣ୍ଟକୁ ଏହି କିସ୍ତି ଟଙ୍କା ଆସିପାରେ ।

ତେବେ କୁହାଯାଉଛି ଯେ, ଆଗାମୀ କିସ୍ତି ନଭେମ୍ବର ମାସରେ ଚାଷୀଙ୍କ ପାଖକୁ ଆସିପାରେ । ତେବେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ଘୋଷଣା କରାଯାଇ ନାହିଁ । ତେବେ ଆସନ୍ତା ଅକ୍ଟୋବର ମାସରେ ପରବର୍ତ୍ତୀ କିସ୍ତି ଆସିବାର ଯଥେଷ୍ଟ ସମ୍ଭାବନା । ତେବେ ୧୮ତମ କିସ୍ତିରେ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଆସିବ । ପ୍ରାୟ ୧୨ କୋଟି ଚାଷୀ ଉପକୃତ ହେବେ ଏହି ଯୋଜନାରେ । ଚାଷୀଙ୍କୁ ଟଙ୍କା ପାଇବାକୁ ହେଲେ ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ମଧ୍ୟ ଦେବାକୁ ପଡିବ । ନଚେତ୍ କିସ୍ତି ଟଙ୍କା ପାଇବାରୁ ବଞ୍ଚିତ ହୋପାରନ୍ତି l

ଏଥିପାଇଁ ସର୍ବପ୍ରଥମେ ସଠିକ ହିତାଧିକାରୀ ହେବା ସହିତ E-KYC କରିବାକୁ ପଡିବ । ଅନ୍ୟପଟେ ବ୍ୟାଙ୍କ ଆକାଉଣ୍ଟରେ ଆଧାର କାର୍ଡ ଲିଙ୍କ ହୋଇଥିବା ଆବଶ୍ୟକ । ନଚେତ୍ କିସ୍ତି ଟଙ୍କା ଅଟକିଯାଇପାରେ । ଯଦି ଜଣେ ଚାଷୀ E-KYC କରିଛନ୍ତି ତେବେ ପୁନଃ ଚେକ୍ କରିନେବା ନିହାତି ଆବଶ୍ୟକ । କୌଣସି କାରଣ ବଶତଃ  ଏହା କରିନଥିବେ ତେବେ ପୁନଶ୍ଚ କରାଇ ନେବାକୁ ପଡିବ ।

ଅଧିକ ପଢ଼ନ୍ତୁ

ବାଲେଶ୍ୱରରେ ଏକ ଦିବସୀୟ କୃଷି ମେଳା ଆୟୋଜିତ

ମହଙ୍ଗା ଭତ୍ତାକୁ ନେଇ ଗୁଡନ୍ୟୁଜ୍!

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ