1. ସରକାରୀ ସ୍କିମ

ପାଇ ନାହାଁନ୍ତି କି PM Kisan କିସ୍ତି ? ଅନଲାଇନରେ କରନ୍ତୁ ଯାଞ୍ଚ……

ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସବୁବେଳେ ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିଛନ୍ତି l ସେ ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ପ୍ରଣୟନ କରାଇଛନ୍ତି ଯାହା ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି l

Tanushree Mahapatra
Tanushree Mahapatra
Pm kisan samman nidhi yojana 2023 14th instalment, image source - twitter

Pm kisan samman nidhi yojana 2023 14th instalment, image source - twitter

ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସବୁବେଳେ ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିଛନ୍ତି l ସେ ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ପ୍ରଣୟନ କରାଇଛନ୍ତି ଯାହା ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି l

ତେବେ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ l ଚାଷ ହେଉଛି ଆମ ଦେଶର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ଆଉ ଏକ ରାସ୍ତା ଲ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ପ୍ରତ୍ୟକ୍ଷ ସହାୟତା ଦେବା ପାଇଁ ଡିସେମ୍ବର ୨୦୧୮ ରେ ପିଏମ କିସାନ ଯୋଜନା ଆରମ୍ଭ କରିଥିଲେ ।  ଏହା ପୂର୍ବରୁ କୃଷକମାନେ ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ କୌଣସି ସରକାରଙ୍କ ଠାରୁ ନଗଦ ସହାୟତା ପାଇ ନଥିଲେ ଯାହା କେନ୍ଦ୍ର ସରକାର ୨୦୧୮ ରେ ଲାଗୁ କଲେ । ଏହି ଯୋଜନା ଦ୍ୱାରା ଦେଶର ହଜାର ହଜାର କୃଷକ ଲାଭ ପାଉଛନ୍ତି l

ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ଉଭୟ ସରକାର ସହରରୁ ନେଇ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଏହି ଯୋଜନା ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଛି । ଗୃହ ଯୋଜନା ଠାରୁ ଆରମ୍ଭ କରି ରାସନ,ବିଦ୍ୟୁତ୍, ଶିକ୍ଷା, ରୋଜଗାର, ଭତ୍ତା, ସହିତ ଜଡିତ ଅନେକ ବୀମା ଏବଂ ପେନସନ ଭଳି ଅନେକ ପ୍ରକାରର ଲାଭଦାୟକ କଲ୍ୟାଣକାରୀ ଯୋଜନା ଚାଲିଛି ଦେଶର ନାଗରିକଙ୍କ ପାଇଁ । ସେହିଭଳି କେନ୍ଦ୍ର ସରକାର ଦେଶର କୃଷକମାନଙ୍କ ପାଇଁ ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ପ୍ରଚଳନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଏମ କିଷାନ ସମ୍ମାନ ଯୋଜନାର ରାଶି ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଏହି ଯୋଜନା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟତଃ ୧୭ ହଜାର କୋଟି ଟଙ୍କା ୮ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ । ଦେଶର ପ୍ରତ୍ୟକ ଚାଷୀଙ୍କ ଆକାଉଣ୍ଟକୁ ଗତକାଲି ୨ ହଜାର ଟଙ୍କା ଲେଖାଏଁ ଟ୍ରାନ୍ସଫର କରାଯାଇଛି ଏହି ଯୋଜନା ମାଧ୍ୟମରେ । କିନ୍ତୁ ଏହି ୧୪ ତମ କିସ୍ତି ଟଙ୍କା ଦେଶର କିଛି ଚାଷୀଙ୍କ ଆକାଉଣ୍ଟକୁ ଯାଇନାହିଁ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ଗତକାଲି । 

ତେବେ ସରକାରଙ୍କ ତରଫରୁ ଏଥିପାଇଁ ସ୍ପଷ୍ଟ ମଧ୍ୟ କରାଯାଇଛି l ଏହି ଯୋଜନାରେ ନିଜକୁ ରେଜିଷ୍ଟେସନ କରିବା ସମୟରେ ହୁଏତ କୌଣସି ତ୍ରୃଟି କରି ଥାଇପାରନ୍ତି । ନାଁ ପଞ୍ଜିକରଣ କରିବା ସମୟରେ କୌଣସି ସୂଚନା ପୂରଣ କରିବାରେ ଭୁଲ ହୋଇଥାଇପାରେ l ଆପଣ ଠିକଣା କିମ୍ବା ଭୁଲ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଇଥାଇପାରନ୍ତି । ଏହି ଯୋଜନାରେ ନିଜକୁ ସାମିଲ କରିବା ସମୟରେ ହୁଏତ  ଆଧାର  ନମ୍ବର ସଠିକ ନ ଦେବା , କେଓ୍ବାଇସି ଫର୍ମ ଠିକ୍ ଭାବେ ପୁରଣ ନ କରିବା କାରଣରୁ ହୁଏତ ଆପଣଙ୍କ ଟଙ୍କା ଅଟକି ଥାଇପାରେ ବୋଲି କୁହାଯାଇଛି ।  ତେବେ ଏହି ଯୋଜନା ଟଙ୍କାକୁ ନ ପାଇବାରୁ ଚାଷୀ ଦୁଃଖିତ ମଧ୍ୟ ହୋଇଛନ୍ତି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments