1. ସରକାରୀ ସ୍କିମ

PM KISAN: ଏବେ ମିଳିବ ୩୬ ହଜାର ଟଙ୍କାର ଲାଭ

ବର୍ତ୍ତମାନ ଆପଣ ବାର୍ଷିକ ୬୦୦୦ ବଦଳରେ ୩୬୦୦୦ ଟଙ୍କା ଲାଭ ପାଇପାରିବେ ।

Tanushree Mahapatra
Tanushree Mahapatra
pm kisan update for farmers, image source - pexels

pm kisan update for farmers, image source - pexels

ପିଏମ କିସାନ ସମ୍ମାନ ନିଧି ଯୋଜନାର ଲାଭ ଉଠାଉଥିବା ଚାଷୀ ହିତାଧିକାରୀଙ୍କ ପାଇଁ ଏକ ଖୁସି ଖବର । ବର୍ତ୍ତମାନ ଆପଣ ବାର୍ଷିକ ୬୦୦୦ ବଦଳରେ ୩୬୦୦୦ ଟଙ୍କା ଲାଭ ପାଇପାରିବେ । କେନ୍ଦ୍ର ଦ୍ୱାରା ପରିଚାଳିତ ହେଉଥିବା ଅନ୍ୟାନ୍ୟ ଯୋଜନା ମଧ୍ୟରୁ ପିଏମ କିସାନ ଯୋଜନା ଅନ୍ୟତମ l ଯାହାଦ୍ୱାରା ଚାଷୀଙ୍କୁ ଛାସସ କାମରେ ଆର୍ଥିକ ସହାୟତା ଭାବେ ସରକାର ପ୍ରଦାନ କରିଥାନ୍ତି l ଏହାକୁ କେନ୍ଦ୍ର ସରକାର କିସ୍ତି ମାଧ୍ୟମରେ ପ୍ରଦାନ କରନ୍ତି l

ନିକଟରେ ସରକାର ୧୬ ତମ କିସ୍ତି ଟଙ୍କା ପ୍ରଦାନ କରିଥିଲେ ଚାଷୀଙ୍କୁ l ତେବେ ଆଗକୁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ୧୭ତମ କିସ୍ତିର ଟଙ୍କା ଟ୍ରାନସ୍ଫର କରିବେ ଚାଷୀଙ୍କ ଆକାଉଣ୍ଟକୁ । ସରକାରୀ ତଥ୍ୟ ଅନୁଯାୟୀ ଦେଶର ୧୧ କୋଟିରୁ ଅଧିକ କୃଷକ ଏହି ଯୋଜନାର ଲାଭ ପାଉଛନ୍ତି । ତେବେ ୩୬୦୦୦ ଟଙ୍କାର ଲାଭ ଆପଣ କିପରି ଉଠାଇ ପାରିବେ । କେବଳ ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ହିତାଧିକାରୀଙ୍କୁ ସରକାର ଏହି ଯୋଜନାର ସୁବିଧା ପ୍ରଦାନ କରୁଛନ୍ତି । ଏହି ସୁବିଧାରେ ଲାଭ ପାଇବା ପାଇଁ ଆପଣଙ୍କ ପକେଟରୁ ଗୋଟିଏ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ l ଏହି ଯୋଜନା ଅନୁଯାୟୀ ଆପଣ ପ୍ରତି ମାସରେ ୩୦୦୦ ଟଙ୍କା ଲାଭ ପାଇବେ l

ଯେଉଁମାନେ ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ଲାଭ ଉଠାଉଛନ୍ତି କେବଳ ସେହି ଚାଷୀଙ୍କୁ ଏହାର ଲାଭ ମିଳିବ । ଏହି ଯୋଜନା ଭଳି ଚାଷୀଙ୍କୁ କେନ୍ଦ୍ର ସରକାର କିସାନ କ୍ରେଡିଟ କାର୍ଡ ଓ ପ୍ରଧାନ ମନ୍ତ୍ରୀ କିସାନ ମାନଧନ ଯୋଜନା ପ୍ରଦାନ କରୁଛନ୍ତି । ପିଏମ କିସାନ ଯୋଜନା ଭଳି ଚାଷୀ ପେନ୍‌ସନ୍‌ ଯୋଜନା ଦେଶର କ୍ଷୁଦ୍ର ଓ ସୀମିତ ଚାଷୀଙ୍କ ପାଇଁ ପରିଚାଳିତ । ଏହି ପେନସନ ଯୋଜନାରେ ୬୦ ବର୍ଷ ବୟସ ପରେ ଚାଷୀଙ୍କୁ ପ୍ରତି ମାସରେ ୩୦୦୦ ଟଙ୍କା ସୁବିଧା ପ୍ରଦାନ କରାଯାଉଛି । ଯଦି ଆପଣ ପିଏମ କିସାନ ଯୋଜନର ସୁବିଧା ନେଉଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ଅନ୍ୟ କୌଣସି ଅତିରିକ୍ତ ଡକ୍ୟୁମେଣ୍ଟ ଦାଖଲ କରିବାର ଆବଶ୍ୟକତା ନାହିଁ ।

ଯଦି ଆପଣ ପିଏମ ମାନଧନ ଯୋଜନାର ଲାଭ ଉଠାଇବାକୁ ଇଛା ରଖୁଛନ୍ତି ତେବେ ଆପଣ ଏହି ଯୋଜନାରୁ ପ୍ରାପ୍ତ ଲାଭରେ ସିଧାସଳଖ ଯୋଗଦାନ କରିବାର ବିକଳ୍ପ ପାଇବେ ଜଣେ ଚାଷୀ ଭାବେ । ତାହା ଅର୍ଥ ହେଉଛି ଆପଣଙ୍କ ୬୦୦୦ ଟଙ୍କା ପ୍ରିମିୟମରୁ କଟିଯିବ ଓ ଆପଣଙ୍କ ପାଖରୁ କୌଣସି ଅତିରିକ୍ତ ଟଙ୍କା ନିଆଯିବ ନାହିଁ । ଏହା ସହିତ ଆପଣଙ୍କର ବକେୟା ବାଲାନ୍ସ ମଧ୍ୟ ଆକାଉଣ୍ଟକୁ କ୍ରେଡିଟ୍ ହୋଇଯିବ । ଏହିପରି କୃଷକ ବାର୍ଷିକ ୩୬,୦୦୦ ପାଇବେ ଓ ପୃଥକ ଭାବରେ ୩ଟି କିସ୍ତି ମଧ୍ୟ ପାଇବେ । ଯଦି ଜଣେ ଚାଷୀ ପ୍ରଧାନ ମନ୍ତ୍ରୀ କୃଷକ ସମ୍ମାନ ନିଧିର ହିତାଧିକାରୀ ନଥିଲେ ମଧ୍ୟ ଏହି ଯୋଜନାର ଲାଭ ପାଇବେ l ତେବେବି ସେଥିପାଇଁ ସରକାରୀ ନିୟମକୁ ମାନିବାକୁ ପଡ଼ିବ l

ଏହି ଲାଭ ପାଇଁ ଏହି ସମସ୍ତ ବିଷୟ ଉପରେ ଧ୍ୟାନ ଦେବାକୁ ପଡ଼ିବ -

-୧୮ ରୁ ୪୦ ବର୍ଷ ପର୍ଯ୍ୟନ୍ତ ଯେକୌଣସି କୃଷକ କିସାନ ମାନଧନ ଯୋଜନାର ଲାଭ ପାଇବେ ।

-ଏଥିପାଇଁ ସର୍ବାଧିକ ୨ ହେକ୍ଟର ଚାଷଜମି ରହିବା ଉଚିତ୍ ।

-ସର୍ବନିମ୍ନ ୨୦ ବର୍ଷ ଓ ସର୍ବାଧିକ ୪୦ ବର୍ଷ ପାଇଁ ୫୫ ଟଙ୍କା ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଯୋଗଦାନ କରିବାକୁ ହେବ ।

-୧୮ ବର୍ଷ ବୟସରେ ଏହି ଯୋଜନାରେ ଯୋଗ ଦିଅନ୍ତି ତେବେ ମାସିକ ଅବଦାନ ୫୫ ଟଙ୍କା ହେବ ।

-୩୦ ବର୍ଷ ବୟସରେ ଏହି ଯୋଜନାରେ ଯୋଗ ସାମିଲ ହେଲେ ଆପଣଙ୍କୁ ପ୍ରତ୍ୟେକ ମାସରେ ୧୧୦ ଟଙ୍କା ଜମା କରିବାକୁ ହେବ ।

-୪୦ ବର୍ଷ ବୟସରେ ଯୋଗ ଦିଅନ୍ତି ତେବେ ପ୍ରତି ମାସରେ ୨୦୦ ଟଙ୍କା ଜମା କରିବାକୁ ହେବ  ।

ଅଧିକ ପଢ଼ନ୍ତୁ

Dairy Farm: କିପରି ଆରମ୍ଭ କରିବେ ବ୍ୟବସାୟ ?

ଜିରୋ ବଜେଟ ରେ ପ୍ରାକୃତିକ ଚାଷ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments