1. ସରକାରୀ ସ୍କିମ

PM Kisaan Yojna: ଏହି କୃଷକଙ୍କୁ ମିଳିବନି ୧୬ତମ କିସ୍ତି ଟଙ୍କା !

ଇ-କେୱାସି ଅପଡେଟ ନିହାତି ବାଧ୍ୟତାମୂଳକ କରାଯାଇଛି । ଯାହାଦ୍ୱାରା ସେମାନେ ଏହି ଯୋଜନାରୁ ବଞ୍ଚିତ ହୋଇ ପାରିବେ ନାହିଁ l ଇ-କେୱାଇସିକୁ ନେଇ କୃଷକମାନେ ବିଶେଷ ଭାବେ ଉତ୍ସାହିତ ହେଉନଥିବା ଯୋଗୁଁ କୃଷି ବିଭାଗ ଦ୍ୱାରା ଲୋକମାନଙ୍କୁ ଏ ନେଇ ଲଗାତାର ଭାବେ ସଚେତନ କରାଯାଉଛି ।

Tanushree Mahapatra
Tanushree Mahapatra
pm kisan yojana schemes

pm kisan yojana schemes

ରାଜ୍ୟ ହେଉ କି କେନ୍ଦ୍ର ସରକାର ସର୍ବଦା ତତ୍ପର ଜନତାଙ୍କ ପାଇଁ l କୃଷି ରୁ ଆରମ୍ଭ କରି ଛୋଟ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଉଛି  l ଯାହାଦ୍ୱାରା ଜଣେ ନିଜର ଆର୍ଥିକ ସ୍ଥିତିକୁ ମଜବୁତ କରିପାରୁଛି l ଆଉ ସର୍ବ ପ୍ରଥମେ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ l ଚାଷ ହେଉଛି ଆମ ଦେଶର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ଏକ ରାସ୍ତା  l  ଏଥିପାଇଁ ସରକାର ସର୍ବଦା ଚାଷୀ ଓ ଚାଷ ପାଇଁ ତତ୍ପର l

ତେଣୁ ଦେଶରେ ଚାଷୀ ଓ ଚାଷକୁ ଉନ୍ନତ କରିବା ପାଇଁ ବିଭିନ୍ନ ପ୍ରକାର ସରକାରୀ ଯୋଜନା ପ୍ରଚଳିତ ହୋଇଛି l ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ପ୍ରତ୍ୟକ୍ଷ ସହାୟତ ଦେବା ପାଇଁ ଡିସେମ୍ବର ୨୦୧୮ ରେ ପିଏମ କିସାନ ଯୋଜନା ଆରମ୍ଭ କରିଥିଲେ ।

ଚାଷକୁ ଅଧିକ ରୁ ଅଧିକ ଉନ୍ନତ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି l ବିହନ ଠାରୁ ଆରମ୍ଭ କରି ଆର୍ଥିକ ସହାୟତା ପର୍ଯ୍ୟନ୍ତ ସରକାରୀ ସହାୟତା ପ୍ରଦାନ କରାଯାଉଛି l ଏହାରି ମଧ୍ୟରେ ଚାଷୀଙ୍କୁ କମ ସୁଧ ହାରରେ ଋଣ ମଧ୍ୟ ପ୍ରଦାନ କରାଯାଉଛି l ଅଧିକ ଟଙ୍କା କମ ଋଣରେ ପ୍ରଦାନ କରାଯାଉଛି ଯାହାକୁ ସେମାନେ ଖୁବ ସହଜରେ ଭରଣା କରିପାରୁଛନ୍ତି l

ପ୍ରାୟତଃ ୬ ବର୍ଷରୁ ଅଧିକ ହେବ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର । ଚାଷୀ ତଥା ଯୋଗ୍ୟ ହିତାଧିକାରୀମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି ଯାହାଦ୍ୱାରା ସେମାନଙ୍କ କୃଷି ପ୍ରତି ଉତ୍ସାହ ବୃଦ୍ଧି କରାଯାଇପାରୁଛନ୍ତି । ସବୁଠାରୁ ବଡ ଖୁସିର କଥା ହେଉଛି ଏହି ଯୋଜନାରେ ଦେଶର ପ୍ରାୟ ୨ ଲକ୍ଷ ୩୯ ହଜାର ୩୨୫ ଜଣ କୃଷକ ୧୫ଟି କିସ୍ତିରେ ଏ ପର୍ଯ୍ୟନ୍ତ ଟଙ୍କା ପାଇ ସାରିଛନ୍ତି ।

ଆଗକୁ ପାଇବାକୁ ଯାଉଛନ୍ତି ୧୬ତମ କିସ୍ତି ଟଙ୍କା, କିନ୍ତୁ ଆଗାମୀ କିସ୍ତି ପାଇବାରେ କିଛି କୃଷକ ହୁଏତ ଏଥିରୁ ବାଦ୍ ପଡିପାରନ୍ତି । ଯୋଜନାର ଅନେକ କୃଷକ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସି ନ ପାରେ ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା । ତେବେ ସୂଚନା ଅନୁଯାୟୀ ପ୍ରାୟ ୧୮ ହଜାରରୁ ଅଧିକ କୃଷକଙ୍କ ନାମ ଏହି ତାଲିକାରେ ସାମିଲ ହୋଇ ରହିଛି ଏ ପର୍ଯ୍ୟନ୍ତ ।

ଅନ୍ୟପଟେ ଏହି ଯୋଜନାର ଲାଭ ଦେଶର ୨ ଲକ୍ଷ ୩୯ ହଜାର ୩୨୫ କୃଷକ ପାଇ ପାରୁଛନ୍ତି । କିନ୍ତୁ ସୂଚନା ଅନୁଯାୟୀ ଏଥିମଧ୍ୟରୁ ପ୍ରାୟ ୧୮ ହଜାର ୭୨୫ଜଣ ଚାଷୀ ଆଗାମୀ କିସ୍ତି ଟଙ୍କା ପାଇବାରୁ ବଞ୍ଚିତ ହୋଇପାରନ୍ତି । ତେବେ ପୂର୍ବ କିସ୍ତି ଟଙ୍କା ପ୍ରଦାନ ପୂର୍ବରୁ ସରକାର କିଛି ବିଷୟ ଉପରେ ତାଗିଦ କରିଥିଲେ ଚାଷୀଙ୍କୁ l କାରଣ, ଯୋଜନା ଅନୁସାରେ କେୱାଇସି ଅପଡେଟ କରିବା ପରେ ହିଁ ଆଗାମୀ କିସ୍ତି ପାଇପାରିବେ ହିତାଧୀକାରୀ । ସୂଚନା ଅନୁଯାୟୀ, ଏ ପର୍ଯ୍ୟନ୍ତ ୨ ଲକ୍ଷ ୨୦ ହଜାର ଚାଷୀ ଏଥିପାଇଁ କେୱାଇସି ଅପଡେଟ କରି ସାରିଥିବା ବେଳେ ବାକି କୃଷକମାନେ ଏଥିରେ ବିଳମ୍ବ କରୁଥିବା ନେଇ ସୂଚନା ରହିଛି । ଯାହାକି ସେମାନଙ୍କୁ ଏହି ଯୋଜନାର ୧୬ତମ କିସ୍ତି ଟଙ୍କା ପାଇବାରୁ ବଞ୍ଚିତ କରାଯାଇପାରେ । ଯଥାଶୀଘ୍ର ଆଗାମୀ କିସ୍ତି ଟଙ୍କା ପାଇବାକୁ ହେଲେ କୃଷକମାନେ ନିଜ କେୱାଇସି ଅପଡେଟ କରାଇବା ପାଇଁ ସୂଚନା ଦିଆଯାଇଛି ।

କେନ୍ଦ୍ର ସରକାର ଦ୍ୱାରା ପ୍ରଚଳିତ ପିଏମ କିସାନ ଯୋଜନା ଦ୍ୱାରା ପ୍ରତିବର୍ଷ ୬୦୦୦ ଟଙ୍କା ଲେଖାଏଁ କୃଷକଙ୍କୁ ପ୍ରଦାନ କରାଯାଉଛି ଯାହା ତାଙ୍କୁ ଆର୍ଥିକ ସ୍ଥିତିରେ ମଜବୁତ କରୁଛି । ତେବେ ଏଥିପାଇଁ ସେମାନଙ୍କ ଇ-କେୱାସି ଅପଡେଟ ନିହାତି ବାଧ୍ୟତାମୂଳକ କରାଯାଇଛି । ଯାହାଦ୍ୱାରା ସେମାନେ ଏହି ଯୋଜନାରୁ ବଞ୍ଚିତ ହୋଇ ପାରିବେ ନାହିଁ l ଇ-କେୱାଇସିକୁ ନେଇ କୃଷକମାନେ ବିଶେଷ ଭାବେ ଉତ୍ସାହିତ ହେଉନଥିବା ଯୋଗୁଁ କୃଷି ବିଭାଗ ଦ୍ୱାରା ଲୋକମାନଙ୍କୁ ଏ ନେଇ ଲଗାତାର ଭାବେ ସଚେତନ କରାଯାଉଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments