1. ସରକାରୀ ସ୍କିମ

PM KISAN YOJANA: ଏଥର ଆସିବ ଦ୍ୱିଗୁଣ ଟଙ୍କା

ଆସିବାକୁ ଯାଉଛି ପିଏମ କିସାନର ୧୬ତମ କିସ୍ତି ତେବେ ଆଜି ହିଁ ଏହି କାମ କରନ୍ତୁ l ନଚେତ ଆପଣ କିସ୍ତି ଟଙ୍କା ପାଇବାରୁ ବଞ୍ଚିତ ହେବେ l

Tanushree Mahapatra
Tanushree Mahapatra
pm kisan yojana update

pm kisan yojana update

ଦେଶର ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ପିଏମ କିସାନ ଯୋଜନା ଆରମ୍ଭ  କରିଛନ୍ତି l କେନ୍ଦ୍ର ସରକାରଙ୍କ ଠାରୁ ପିଏମ କିସାନ ପାଣ୍ଠି ପାଇବାକୁ ଅପେକ୍ଷା କରୁଛନ୍ତି ଲକ୍ଷ ଲକ୍ଷ ଚାଷୀ l  ଚାଷୀଙ୍କ ପାଇଁ ଅନେକ କେନ୍ଦ୍ରୀୟ ଯୋଜନା ଆରମ୍ଭ କରିଛନ୍ତି l ସେଥି ମଧ୍ୟରୁ ପିଏମ-କିସାନ ହେଉଛି ଅନ୍ୟତମ l ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ଯୋଗ୍ୟ କୃଷକମାନଙ୍କୁ ୨୦୦୦ ଟଙ୍କା ତିନି କିସ୍ତିରେ ବାର୍ଷିକ ୬୦୦୦ ଟଙ୍କା ଦିଆଯାଏ |

କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ଏବଂ ଚାଷରେ ଅସୁବିଧାର ସମ୍ମୁଖୀନ ହେଉଥିବା ଆର୍ଥିକ ସମସ୍ୟାକୁ ଦୂର କରିବା ହେଉଛି କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ । ସେଥିପାଇଁ ସେ ଚାଷୀଙ୍କ ପାଇଁ ଦେଶରେ ପ୍ରଚଳନ କରିଛନ୍ତି ଅନେକ କୃଷି ଯୋଜନା l ଯାହା ମଧ୍ୟରୁ ପିଏମ କିସାନ ଯୋଜନା ହେଉଛି ଅନ୍ୟତମ l କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିସାନ ସମାନ ନିଧି ଯୋଜନା ଆରମ୍ଭ କରିଥିଲେ ।

ବର୍ତ୍ତମାନ ୨୦୧୮ ରେ ଆରମ୍ଭ ହୋଇଥିବା ଏହି ଯୋଜନାର ଲାଭ ଦେଶର କୋଟି କୋଟି କୃଷକ ଗ୍ରହଣ କରୁଛନ୍ତି । ପ୍ରଧାନମନ୍ତ୍ରୀ କିସାନ ସାମନ ନିଧି ଯୋଜନା ଅଧୀନରେ ହିତାଧିକାରୀଙ୍କୁ ଏକ ବର୍ଷରେ ୬ ହଜାର ଟଙ୍କା ଦିଆଯାଏ l ଯାହା ସିଧାସଳଖ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଥାଏ ପ୍ରତିବର୍ଷ  । ଏହି ରାଶି କୃଷକମାନଙ୍କୁ ତିନୋଟି କିସ୍ତିରେ ଦିଆଯାଏ |

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ପରିମାଣ ବୃଦ୍ଧି ପାଇଁ ଘୋଷଣା କରାଯିବ ଖୁବ ଶୀଘ୍ର। ସିଧାସଳଖ ଭାବେ କିସ୍ତି ରାଶି ୨୦୦୦ ରୁ ୪୦୦୦ ଟଙ୍କାକୁ ବୃଦ୍ଧି କରାଯିବା ନେଇ ସରକାର ଘୋଷଣା  କରିବେ ବୋଲି ଆଶା ରଖିଛନ୍ତି ଚାଷୀ । ଆଉ ଏହାପରେ ପ୍ରତିବର୍ଷ ସରକାର ବାର୍ଷିକ ୪୦୦୦ ଟଙ୍କା ତିନି କିସ୍ତିରେ ୧୨, ୦୦୦ ଟଙ୍କା ଦେଇପାରନ୍ତି । ଯଦି ଏପରି ହୁଏ ତେବେ ପ୍ରାୟ ୧୨ କୋଟିରୁ ଅଧିକ  କୃଷକ ବର୍ଦ୍ଧିତ କିସ୍ତିର ଲାଭ ପାଇବେ । ପ୍ରତ୍ୟେକ କିସ୍ତିର ବ୍ୟବଧାନ ରଖାଯିବ ଚାରି ମାସ । ଚାଷୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ଏହି ଟଙ୍କା ଦ୍ୱାରା ଚାଷୀ ଆର୍ଥିକ ସହାୟତା ପାଇ ପାରୁଛି l

ଚଳିତ ବର୍ଷ ମାର୍ଚ୍ଚ ଏବଂ ଏପ୍ରିଲରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି l ଏହା ପୂର୍ବରୁ ସମସ୍ତ ଏହି କିସ୍ତି ଟଙ୍କାରେ ପରିବର୍ତ୍ତନ ଆସିବା ନେଇ ଆଶା ରଖିଛନ୍ତି ଚାଷୀ । ଏହି ସମୟରେ ଚାଷୀଙ୍କ କିସ୍ତି ଟଙ୍କା ବଢିବା ନିହାତି ଏକ ଖୁସିର କଥା। ଚଡ଼ଶୀଙ୍କ ଆଶା ଅନୁଯାୟୀ ବର୍ତ୍ତମାନ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର କୃଷକମାନଙ୍କୁ ଆନନ୍ଦ କରିବା ପାଇଁ କିଛି ଉପହାର ପ୍ରଦାନ କରିପାରନ୍ତି l ଯେଉଁଥିପାଇଁ ଏକ ବଡ଼ ଘୋଷଣା କରିବା ସମ୍ଭବ ବୋଲି ଚାଷୀ ମନରେ ଆଶା ବାନ୍ଧି ବସିଛନ୍ତି । ତେବେ ଏକ ରିପୋର୍ଟ ଅନୁଯାୟୀ ଯାହା ସୂଚନା ରହିଛି ସରକାର ପିଏଫ୍ କିସାନ୍ ସମ୍ମାନ ନିଧି ଯୋଜନାର କିସ୍ତି ପରିମାଣ ବୃଦ୍ଧି କରିପାରନ୍ତି ।

ଦୀର୍ଘ ଦିନ ଧରି କିସ୍ତି ରାଶି ବୃଦ୍ଧି କରିବାକୁ କୃଷକ ସଂଗଠନ ଦାବି କରୁଛନ୍ତି l ଚାଷୀ ଏ ନେଇ ଦାବି କରିଆସୁଥିଲେ ମଧ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ନିଶ୍ଚିତତା ପ୍ରଦାନ କରିନାହାଁନ୍ତି । ତେଣୁ ଚାଷୀ ଦୁଃଖ ପତରକାଶ କରିଛନ୍ତି l ସୂଚନା ଥିବ ସରକାର କିସ୍ତି ରାଶି ଦୁଇଗୁଣ ବୃଦ୍ଧି କରିବା ନିଷ୍ପତ୍ତିକୁ ଆନୁଷ୍ଠାନିକ ଭାବେ ଏ ପର୍ଯ୍ୟନ୍ତ ଗ୍ରହଣ କରିନାହାଁନ୍ତି । ପରବର୍ତ୍ତୀ କିସ୍ତି କେବେ ଆସିବ ତାହା ଅପେକ୍ଷାରେ ଚାଷୀ  l

ପିଏମ କିସାନ ସମ୍ମାନ ନିଧିର ପରବର୍ତ୍ତୀ ୧୬ତମ କିସ୍ତି ପାଇଁ ଟଙ୍କା ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ଆସିବ  ବୋଲି ଆଶା ରଖିଛନ୍ତି ଚାଷୀ । କିନ୍ତୁ ବଡ଼ କଥା ହେଲା ଆପଣ କିସ୍ତି ଟଙ୍କା ପାଇବାକୁ ହେଲେ ପ୍ରଥମେ ସରକାର ଦେଇଥିବା କିଛି ସର୍ତ୍ତ ମାନିବାକୁ ପଡ଼ିବ l ଯଦି ଆପଣ ପରବର୍ତ୍ତୀ ଅର୍ଥାତ୍ 16 ତମ କିସ୍ତି ପାଇବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଇ- KYC  କରନ୍ତୁ l ଯାହାଫଳରେ କିସ୍ତି ଟଙ୍କା ପାଇବାକୁ କୌଣସି ଅସୁବିଧା ହେବ ନାହିଁ । ଯଦି ଆପଣ ଇ- KVIC କାର୍ଯ୍ୟ ନକରନ୍ତି ତେବେ ଆପଣ ଏହି କିସ୍ତି ଟଙ୍କା ପାଇବାରୁ ବଞ୍ଚିତ ହେବେ l ଯେଉଁଥିପାଇଁ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା ମଧ୍ୟ କରିବାକୁ ପଡିବ । ତେଣୁ ଜନସାଧାରଣ ସୁବିଧା କେନ୍ଦ୍ରକୁ ଯାଇ ଆପଣ ଏହି କାର୍ଯ୍ୟ ସମ୍ପନ୍ନ କରିପାରିବେ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments