1. ସରକାରୀ ସ୍କିମ

ଆଜି କୃଷକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଦେବେ ଉପହାର

ଦେଶର ପ୍ରଧାନମନ୍ତ୍ରୀ ମୋଦୀ ଆଜି ପ୍ରାୟତଃ ୯କୋଟି କୃଷକଙ୍କ ଖାତାରେ ଦୁଇ ହଜାର ଟଙ୍କାର କିସାନ ସମ୍ମାନ ନିଧି କିସ୍ତି ପଠାଇବେ । ଏଥି ସହ ସାରା ଦେଶର ସମସ୍ତ କୃଷକଙ୍କୁ କୃଷି ସମ୍ପର୍କରେ ବାର୍ତ୍ତା ପଠାଇବା ପାଇଁ ପ୍ରସ୍ତୁତ ଚାଲିଛି ସରକାରଙ୍କ ତରଫରୁ ।

Tanushree Mahapatra
Tanushree Mahapatra
Pm modi give gift to farmers, image source - twitter

Pm modi give gift to farmers, image source - twitter

ଦେଶର ପ୍ରଧାନମନ୍ତ୍ରୀ ମୋଦୀ ଆଜି ପ୍ରାୟତଃ ୯କୋଟି କୃଷକଙ୍କ ଖାତାରେ ଦୁଇ ହଜାର ଟଙ୍କାର କିସାନ ସମ୍ମାନ ନିଧି କିସ୍ତି ପଠାଇବେ । ଏଥି ସହ ସାରା ଦେଶର ସମସ୍ତ କୃଷକଙ୍କୁ କୃଷି ସମ୍ପର୍କରେ ବାର୍ତ୍ତା ପଠାଇବା ପାଇଁ ପ୍ରସ୍ତୁତ ଚାଲିଛି ସରକାରଙ୍କ ତରଫରୁ । କୃଷକଙ୍କ ପାଇଁ ସରକାର ପ୍ରତିବର୍ଷ ବିଭିନ୍ନ ପ୍ରକାରର ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି ଯାହା ଚାଷୀଙ୍କୁ ସାହାଯ୍ୟ କରୁଛି । କୃଷକ ସମ୍ମାନ ନିଧି ଯୋଜନା ଅନୁଯାୟୀ, କେନ୍ଦ୍ର ସରକାର କୃଷକଙ୍କ ଖାତାକୁ ୨ ହଜାର ଟଙ୍କା ପଠାଉଛନ୍ତି ଯୋଜନା କିସ୍ତି ଅନୁଯାୟୀ  । 

ତେବେ ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଶେଖାୱାଟୀରେ ଦେଶର ୯କୋଟି କୃଷକଙ୍କ ଖାତାରେ ଏହି ଟଙ୍କା ପଠାଇବେ । ଏହି କିସ୍ତି ଚାଷୀଙ୍କ ଏକାଉଣ୍ଟକୁ ଗଲା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକ ସଭାକୁ ସମ୍ବୋଧିତ କରିବେ । ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କୁ ଆହୁରି ପ୍ରଗତିଶୀଳ କରିବା ପାଇଁ ପ୍ରୟାସ କରିଆସୁଛନ୍ତି । ସେହିପରି ରେଲୱେ ଏବଂ ଇନଫ୍ରାଷ୍ଟ୍ରକ୍ଚର ପାଇଁ ରାଜସ୍ଥାନରେ ବଡ଼ ଉପହାର ମଧ୍ୟ ଦେଇଛନ୍ତି କେନ୍ଦ୍ର ସରକାର ।

ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ଉଭୟ ସରକାର ସହରରୁ ନେଇ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଏହି ଯୋଜନା ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଛି । ଗୃହ ଯୋଜନା ଠାରୁ ଆରମ୍ଭ କରି ରାସନ, ବିଦ୍ୟୁତ୍, ଶିକ୍ଷା, ରୋଜଗାର, ଭତ୍ତା, ସହିତ ଜଡିତ ଅନେକ ବୀମା ଏବଂ ପେନସନ ଭଳି ଅନେକ ପ୍ରକାରର ଲାଭଦାୟକ କଲ୍ୟାଣକାରୀ ଯୋଜନା ଚାଲିଛି ଦେଶର ନାଗରିକଙ୍କ ପାଇଁ । ସେହିଭଳି କେନ୍ଦ୍ର ସରକାର ଦେଶର କୃଷକମାନଙ୍କ ପାଇଁ ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ପ୍ରଚଳନ କରିଛନ୍ତି । ଏହି ଯୋଜନାରେ କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି  l  ସେମାନଙ୍କୁ ଏହି ଯୋଜନାରେ ପ୍ରତି ଚାରିମାସରେ ୨ ହଜାର ଟଙ୍କା କିସ୍ତି ପ୍ରଦାନ କରାଯାଉଛି ।  ଆଉ ଏଥିରେ ଏବେ ପରିବର୍ତ୍ତନ କରିଛନ୍ତି ସରକାର  l

ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସବୁବେଳେ ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିଛନ୍ତି l ସେ ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ପ୍ରଣୟନ କରାଇଛନ୍ତି ଯାହା ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି l ତେବେ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ l ଚାଷ ହେଉଛି ଆମ ଦେଶର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ଆଉ ଏକ ରାସ୍ତା ଲ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ପ୍ରତ୍ୟକ୍ଷ ସହାୟତା ଦେବା ପାଇଁ ଡିସେମ୍ବର ୨୦୧୮ ରେ ପିଏମ କିସାନ ଯୋଜନା ଆରମ୍ଭ କରିଥିଲେ ।  ଏହା ପୂର୍ବରୁ କୃଷକମାନେ ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ କୌଣସି ସରକାରଙ୍କ ଠାରୁ ନଗଦ ସହାୟତା ପାଇ ନଥିଲେ ଯାହା କେନ୍ଦ୍ର ସରକାର ୨୦୧୮ ରେ ଲାଗୁ କଲେ । ଏହି ଯୋଜନା ଦ୍ୱାରା ଦେଶର ହଜାର ହଜାର କୃଷକ ଲାଭ ପାଉଛନ୍ତି l ଏହି ଯୋଜନା ଦ୍ୱାରା ଦେଶର ସମସ୍ତ ଯୋଗ୍ୟ ଚାଷୀ ଏହାର ଲାଭ ପାଉଛନ୍ତି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments