1. ସରକାରୀ ସ୍କିମ

ବିନା ଗ୍ୟାରେଣ୍ଟିରେ ସରକାର ଦେଉଛନ୍ତି ୧୦ ଲକ୍ଷ ଟଙ୍କାର ଲୋନ୍ !

ଦେଶର ବେକାର ଯୁବକ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ମୋଦୀ ସରକାର ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଆରମ୍ଭ କରିଛନ୍ତି ଦେଶରେ ।

Tanushree Mahapatra
Tanushree Mahapatra
Pm mudra yojana to get collateral free loan , image source - twitter

Pm mudra yojana to get collateral free loan , image source - twitter

ଦେଶର ବେକାର ଯୁବକ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ମୋଦୀ ସରକାର ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଆରମ୍ଭ କରିଛନ୍ତି ଦେଶରେ । ଏବେ ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ନିଜ ବ୍ୟବସାୟ ଆରମ୍ଭ କରିବା ପାଇଁ ବିନା ଗ୍ୟାରେଣ୍ଟିରେ ସହିତ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେଉଛନ୍ତି ।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ସରକାରଙ୍କ ଏକ ଅଗ୍ରଣୀ ଯୋଜନା ମଧ୍ୟରୁ ଅନ୍ୟତମ ।ଏହାଦ୍ୱାରା ଦେଶରେ ବିଭିନ୍ନ ସ୍ତରରେ ହେଉଥିବା ଉଦ୍ୟୋଗ ଗୁଡିକୁ ଔପଚାରିକ ବିତ୍ତୀୟ ପ୍ରଣାଳୀ ମାଧ୍ୟମକୁ ଆଣିବା ଏବଂ ସେଥିପାଇଁ କମ ଦରରେ ରୁଣ ଯୋଗାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ । 

ଏହି ଯୋଜନା ମାଧ୍ୟମରେ କ୍ଷୁଦ୍ର ଋଣକାରୀ ମାନେ ସମସ୍ତ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ, ସମବାୟ ବ୍ୟାଙ୍କ, ବୈଦେଶିକ ବ୍ୟାଙ୍କ, କ୍ଷୁଦ୍ର ରୁଣ ସଂସ୍ଥା, ଅଣ-ବ୍ୟାଙ୍କିଙ୍ଗ ବିତ୍ତୀୟ ସଂସ୍ଥା ଇତ୍ୟାଦି ଠାରୁ ଅଣ-କୃଷି ଭିତ୍ତିକ ଉଦ୍ୟୋଗ ନିମନ୍ତେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୁଣ ନେଇ ପାରିବେ ଯାହା ତାଙ୍କୁ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିବ । ତେବେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଏହି ଯୋଜନା ୮ ମେ ୨୦୧୫ ମସିହାରେ ଆରମ୍ଭ କରଯାଇଥିଲା ।

ଏଥିରେ ଲୋକ ପରିବହନପାଇଁ ଅଟୋ , ମାଲ ପରିବାହନ ଗାଡି, ଇ-ରିକ୍ସା  ଇତ୍ୟାଦି ବାହନ କିଣିବା ପାଇଁ ଟଙ୍କା ଋଣ ନେଇ ପାରିବେ । ସେହିପରି ଏଥିରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ବିଉଟି ପାର୍ଲର, ସେଲୁନ, ବୁଟିକ, ଜିମଖାନା ସାଇକଲ ଓ ମୋଟର ସାଇକଲ ମରାମତି ଦୋକାନ ଇତ୍ୟାଦି ପାଇଁ ମହିଳା ଋଣ ନେଇ ପାରିବେ । ଆଚାର ପାମ୍ପଡ ଜେଲି ତିଆରି ଉଦ୍ୟୋଗ, ଗ୍ରାମ ସ୍ତରରେ କୃଷି ଉତ୍ପାଦର ସଂରକ୍ଷଣ, ମିଠା ଦୋକାନ, ଫଳ ଦୋକାନ, ପାଉଁରୁଟି, ବନ୍, କ୍ୟାଟରିଙ୍ଗ, ଆଇସକ୍ରିମ ଇତ୍ୟାଦି ପାଇଁ ମଧ୍ୟ ଋଣ ପ୍ରଦାନ କରିବେ ସରକାର । ସେହିପରି ଅନେକ କାମ ପାଇଁ ସରକାର ଋଣ ପ୍ରଦାନ କରିବେ l ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ରୁଣ ନେବାକୁ ଆଗ୍ରହୀ ଥିବା ବ୍ୟକ୍ତିମାନେ ନିଜ ଅଞ୍ଚଳର ଯେକୌଣସି ବ୍ୟାଙ୍କ କିମ୍ବା ଅନ୍ୟ ବିତ୍ତୀୟ ଅନୁଷ୍ଠାନରେ ଏଥି ପାଇଁ ଦରଖାସ୍ତ କରିପାରିବେ । 

ତେବେ କେନ୍ଦ୍ର ସରକାର ଏକ ନନ୍-କର୍ପୋରେଟ୍ କ୍ଷୁଦ୍ର ଶିଳ୍ପ ଆରମ୍ଭ କରିବ ପାଇଁ ଯୁବକ ଯୁବତୀଙ୍କୁ ଏହି ଋଣ ପ୍ରଦାନ କରିଛନ୍ତି । ଏହି ଯୋଜନା ଅଧୀନରେ, ସମୁଦାୟ ତିନୋଟି ବର୍ଗରେ ଋଣ ପାଇପାରିବେ ଯୁବକ ଯୁବତୀ । ସେହିପରି ଶିଶୁ ଋଣ ଅଧୀନରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଗ୍ୟାରେଣ୍ଟି ମାଗଣା ୠଣ ଉପଲବ୍ଧ କରାଯାଉଛି ।ଏଥି ସହିତ କିଶୋର ଏହି  ଋଣ ଅଧୀନରେ ୫୦,୦୦୦ ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୠଣ ମିଳିଥାଏ ।

ଅନ୍ୟପଟରେ ତରୁଣ ଯୋଜନା ଅଧୀନରେ ଗ୍ରାହକମାନଙ୍କୁ ୫ ଲକ୍ଷରୁ ଆରମ୍ଭ କରି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ୟାରେଣ୍ଟି ବିନା ଋଣ ପାଇ ପାରିବେ ।ଏହି ଋଣ ଯୋଜନା କେନ୍ଦ୍ର ସରକାର ୨୦୧୫ ମସିହାରେ ଆରମ୍ଭ କରିଥିଲେ । ଏହି ଯୋଜନା ଅଧୀନରେ ଉପଲବ୍ଧ ଥିବା ପ୍ରତିଟି ଋଣ ଉପରେ ବ୍ୟାଙ୍କଗୁଡିକ ବାର୍ଷିକ ୯ ରୁ ୧୨ ପ୍ରତିଶତ ସୁଧ ହାର ଆଦାୟ କରିଥାନ୍ତି ।

ତେବେ ଏହି ଯୋଜନା ଅଧୀନରେ ଋଣ ପାଇବାକୁ ହେଲେ ଆପଣ ନିଜର ନିକଟତମ ବ୍ୟାଙ୍କରେ ମଧ୍ୟ ଆବେଦନ କରିପାରିବେ ।ଏ ସମ୍ପର୍କରେ ଅଧିକ ସୂଚନା ପାଇବାକୁ ଚାହୁଁଥିଲେ https://www.mudra.org.in/ ଏହି ଲିଙ୍କ ଦ୍ୱାରା ସମସ୍ତ ତଥ୍ୟ ପାଇ ପାରିବେ । ଏହି ସ୍କିମ୍  ଆବେଦନ କରିବାକୁ ହେଲେ ଆପଣଙ୍କୁ ଆଧାର କାର୍ଡ, ପାନ୍ କାର୍ଡ, ଭୋଟର ଆଇଡି କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ସହିତ ପାସପୋର୍ଟ ସାଇଜ୍ ଫଟୋ ଏବଂ ବ୍ୟବସାୟ ପ୍ରମାଣପତ୍ର ଆବଶ୍ୟକ ହେବ । ତେବେ କେନ୍ଦ୍ରର ଏହି ଯୋଜନା ବେକ ଯୁବକ ଯୁବତୀଙ୍କୁ ଅନେକ ରୋଜଗାର ଦେଇ ସାରିଛି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments