1. ସରକାରୀ ସ୍କିମ

Farmer pension: ଚାଷୀଙ୍କ ସଞ୍ଜୀବନୀ ହେଉଛି ଏହି ଯୋଜନା

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ ସରକାର ପ୍ରତି ତିନିମାସରେ ଥରେ କୃଷକଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଜମା କରୁଛନ୍ତିି ।

Tanushree Mahapatra
Tanushree Mahapatra
pmkmy scheme is a lifeline for farmers, image source - pexels.com

pmkmy scheme is a lifeline for farmers, image source - pexels.com

ଭାରତ ସରକାର ଚାଷୀଙ୍କ କଲ୍ୟାଣ ଦେଶରେ ବିଭିନ୍ନ ପ୍ରକାର ଯୋଜନା ଆରମ୍ଭ କରିଛନ୍ତି l ଯେଉଁଥିରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, କିସାନ ସମୃଦ୍ଧି କେନ୍ଦ୍ର , କିସାନ କ୍ରେଡିଟ କାର୍ଡ ଏବଂ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ସାମିଲ ଅଛି । ବିହନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଲୋନ ମଧ୍ୟ ପ୍ରଦାନ କରାଯାଉଛି ଚାଷୀଙ୍କୁ l ଯାହାଦ୍ୱାରା ସେମାନେ ରୋଜଗାର କରିପାରୁଛନ୍ତି l ଆୟ ମଧ୍ୟ ଦ୍ଵିଗୁଣ ହୋଇପାରୁଛି l

ମହିଳାଙ୍କ ପାଇଁ ମଧ୍ୟ ବିଭିନ ଯୋଜନା ପ୍ରଣୟନ କରାଯାଇଛି l ସେହିପରି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ ସରକାର ପ୍ରତି ତିନିମାସରେ ଥରେ କୃଷକଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଜମା କରୁଛନ୍ତିି । ଏହାର ଅର୍ଥ ଗୋଟିଏ ବର୍ଷରେ ତିନୋଟି ସମାନ ସମାନ କିସ୍ତିରେ ମିଳିଥାଏ l ଯାହା ସମୁଦାୟ ୬ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ।

ଏହିପରି ଅନେକ ଯୋଜନା ରହିଛି ସରକାରଙ୍କର l ଯାହାର ଫାଇଦା ଉଠାଇ କୃଷକମାନେ ପେନସନ୍ ବ୍ୟବସ୍ଥାର ଲାଭ ମଧ୍ୟ ଉଠାଇପାରିବେ । ତେବେ ପ୍ରଚଳିତ ଥିବା ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅଧୀନରେ କେନ୍ଦ୍ର ସରକାର ସଠିକ ହିତାଧିକାରୀ କୃଷକମାନଙ୍କୁ ବୃଦ୍ଧାବସ୍ଥାରେ ସାହାଯ୍ୟ କରିବା ପାଇଁ ଏକ ପେନସନ୍ ଯୋଜନା ଚଳାଉଛନ୍ତି । ଯାହାଦ୍ୱାରା ତାଙ୍କ ଭବିଷ୍ୟତରେ ପେନସନ ମିଳିବ l

କିପରି କରିବେ ଟଙ୍କା ନିବେଶ :-

ଯେଉଁ ଚାଷୀଙ୍କ ବୟସ ୧୮ ରୁ ୪୦ ବର୍ଷ ମଧ୍ୟରେ ରହିବ ସେହି ଆବେଦନକାରୀଙ୍କୁ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ମାସିକ ୫୫ ରୁ ୨୦୦ ଟଙ୍କା ମଧ୍ୟରେ ଯୋଗଦାନ ଦେବାକୁ ପଡିବ । ଏଥି ସହିତ ଯେଉଁ ଚାଷୀ ୬୦ ବର୍ଷ ବୟସ ହେବା ପରେ ଆବେଦନ କରିବେ ସେହି ଚାଷୀଙ୍କୁ ପେନସନ୍ ରାଶି ପାଇବାକୁ ଯୋଗ୍ୟ ହେବେ । ଏହା ପରେ ଏକ ସ୍ଥିର ପେନସନ୍ ରାଶି ତାଙ୍କ ପେନସନ୍ ଆକାଉଣ୍ଟରେ ପ୍ରତିମାସରେ ସରକାରଙ୍କ ତରଫରୁ ଜମା ହୋଇ ରହିବ ।

ଏହି ଯୋଜନା ଅଧୀନରେ ସରକାର ବିଭିନ୍ନ ଚାଷୀଙ୍କୁ ଯୋଗଦାନ ଦେବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି । ତେଣୁ  ଜଣେ କୃଷକ ମାସକୁ ୧୦୦ ଟଙ୍କା ଜମା କରୁଛନ୍ତି ତେବେ ସରକାର ମଧ୍ୟ ପେନସନ୍ ପାଣ୍ଠିରେ ମାସିକ ୧୦୦ ଟଙ୍କା ଜମା କରିବାର ନୀତି ରହିଛି । ବର୍ତ୍ତମାନ ସୁଦ୍ଧା ଦୁଇ କୋଟିରୁ ଅଧିକ କୃଷକ ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନାର ବିକଳ୍ପ ଚୟନ କରିଛନ୍ତି ଏବଂ ନିଜକୁ ସାମିଲ ମଧ୍ୟ କରିଛନ୍ତି l

ଚାଷୀଙ୍କୁ ମିଳିବ ପେନସନ୍ :-

ଏହି ଯୋଜନା ଅଧୀନରେ କୃଷକମାନେ ୬୦ ବର୍ଷ ବୟସ ଅତିକ୍ରମ କରିବା ପରେ ମାସକୁ ସର୍ବନିମ୍ନ ୩୦୦୦ ଟଙ୍କା ପେନସନ୍ ପାଇବେ । ଯଦି ଚାଷୀ ମରିଯାଏ, ତେବେ ଚାଷୀଙ୍କ ପତି/ପତ୍ନୀ ୫୦% ପେନସନକୁ ପାରିବାରିକ ପେନସନ୍ ପାଇବାକୁ ହକଦାର ହେବେ । ପାରିବାରିକ ପେନସନ୍ କେବଳ ପତି-ପତ୍ନୀଙ୍କ ପାଇଁ ଲାଗୁ ଏବଂ ପିଲାମାନେ ଏହି ଯୋଜନାର ହିତାଧିକାରୀ ଭାବରେ ଯୋଗ୍ୟ ନୁହଁନ୍ତି ।

ଏହି ପରି ଲାଭ ଉଠାନ୍ତୁ :-

ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା କିମ୍ବା PMKMY ହେଉଛି ଏକ ସରକାରୀ ଯୋଜନା । ଯାହା ଛୋଟ ଏବଂ ସୀମାନ୍ତ କୃଷକଙ୍କ ପାଇଁ ଲାଗୁ କରାଯାଇଛି । ଯୋଜନା ମାଧ୍ୟମରେ ସରକାର ବୃଦ୍ଧାବସ୍ଥାରେ କ୍ଷୁଦ୍ର ଚାଷୀଙ୍କୁ ସାମାଜିକ ଏବଂ ଅର୍ଥନୈତିକ ସୁରକ୍ଷା ପ୍ରଦାନ କରିବାକୁ ଚାହୁଁଛନ୍ତି । ତେବେ ୧୮ ରୁ ୪୦ ବର୍ଷ ବୟସର କୃଷକମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ବୋଲି ସୂଚନା ରହିଛି । ବିଶେଷ କଥା ହେଉଛି କେବଳ ୨ ହେକ୍ଟର ପର୍ଯ୍ୟନ୍ତ ଚାଷ ଜମି ରହିଥିବା କ୍ଷୁଦ୍ର କୃଷକମାନେ ଏହି ପେନସନ୍ ଯୋଜନା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି । ଯଦି ସେମାନଙ୍କ ନାମ ରାଜ୍ୟ ଏବଂ ୟୁନିଅନ୍ ଟେରିଟୋରୀଗୁଡିକର ଜମି ରେକର୍ଡରେ ଦେଖାଯାଏ, ତେବେ ସେହି ଚାଷୀମାନେ ଏହାର ଲାଭ ପାଇବାରୁ ବଞ୍ଚିତ ହେବେ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments