1. ସରକାରୀ ସ୍କିମ

PM Kisan Yojna ସହ ଚାଷୀଙ୍କୁ ମାସିକ ମିଳିବ ୩୦୦୦ ଟଙ୍କା

ଦେଶର ପ୍ରତି କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତିଥର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରାଯାଇଛି । ଯାହା ଚାଷୀଙ୍କୁ ତାଙ୍କ ଚାଷ କ୍ଷେତ୍ରରେ ଏକ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦେଉଛି l ତେବେ ଏହି ସମସ୍ତ ଯୋଜନା ମଧ୍ୟରେ ପିଏମ କିସାନ ସମ୍ମାନ ନିଧି ଯୋଜନା ବେଶ୍ ସହାୟକ ପାଲଟିଛି ଚାଷୀଙ୍କ ପାଇଁ ।

Tanushree Mahapatra
Tanushree Mahapatra
Pmky the government is giving a monthly gift to farmer  , image source - pexels.com

Pmky the government is giving a monthly gift to farmer , image source - pexels.com

ଦେଶର ପ୍ରତି କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତିଥର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରାଯାଇଛି । ଯାହା ଚାଷୀଙ୍କୁ ତାଙ୍କ ଚାଷ କ୍ଷେତ୍ରରେ ଏକ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦେଉଛି l

ତେବେ ଏହି ସମସ୍ତ ଯୋଜନା ମଧ୍ୟରେ ପିଏମ କିସାନ ସମ୍ମାନ ନିଧି ଯୋଜନା ବେଶ୍ ସହାୟକ ପାଲଟିଛି ଚାଷୀଙ୍କ ପାଇଁ  । ଏହି ପିଏମ କିସାନ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ମୋଦୀ ଡିବିଟି ଜରିଆରେ ଯୋଗ୍ୟ ଚାଷୀଙ୍କୁ ୮ କୋଟି ଆକାଉଣ୍ଟକୁ ଯୋଜନାର ୧୪ତମ କିସ୍ତି ନିକଟରେ ଟ୍ରାନ୍ସଫର କରିଛନ୍ତି । ତେବେ ଚାଷୀଙ୍କ ପାଇଁ ଏକ ଖୁସି ଖବର l ଏହି ଯୋଜନା ପାଇବା ପରେ ମଧ୍ୟ ଚାଷୀମାନେ ୩୦୦୦ ଟଙ୍କାର ଉପହାର ପାଇପାରିବେ । ଖୁବଶୀଘ୍ର ଏହି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବ ବୋଲି ସୂଚନା ମିଳିଛି ।

କାରଣ ପିଏମ କିସାନ ଯୋଜନା ସହିତ ପ୍ରଧାନମନ୍ତ୍ରୀ ମୋଦି ଏବେ କିସାନ ମାନଧନ ଯୋଜନାର ମଧ୍ୟ ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ମଧ୍ୟ କୃଷକମାନଙ୍କୁ ଚାଷ ଜମି ପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ପିଏମ ମାନଧନ ଯୋଜନା ଅନୁଯାୟୀ କୃଷକମାନଙ୍କ ଆକାଉଣ୍ଟକୁ ପ୍ରତି ମାସରେ ପେନସନ ଆକାରରେ ୩୦୦୦ ଟଙ୍କା ଲେଖାଏଁ ଟ୍ରାନ୍ସଫର କରାଯିବ ବୋଲି ସୂଚନା ମିଳିଛି । ତେବେ ବଡ କଥା ହେଉଛି ଏହାର ପ୍ରିମିୟମ ସ୍ୱରୂପ ପିଏମ କିସାନ ଯୋଜନା ଟଙ୍କାରୁ ଏହି ରାଶି କାଟି ରଖି ଦିଆଯିବ । ତେବେ ଏବେ ଚାଷୀଙ୍କୁ ଏଥିପାଇଁ ଆଉ ଏକ ସ୍ୱତନ୍ତ୍ର ଫର୍ମ ପୂରଣ କରିବାକୁ ପଡ଼ିବ ନଚେତ ସେମାନେ ଏହି ଟଙ୍କା ପାଇ ପାରିବେ ନାହିଁ । ତେବେ ଏହି ଯୋଜନା ପାଇଁ ଚାଷୀମାନଙ୍କୁ ପ୍ରତି ମାସରେ ୫୫ ଟଙ୍କାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଇନଭେଷ୍ଟ କରିବାକୁ ପଡିବ ।

ଯୋଜନା ଅନୁଯାୟୀ,ତେବେ ରେଜିଷ୍ଟ୍ରେସନ କରିବାକୁ ଚାହୁଁଥିବା ଚାଷୀ ତଥା ବ୍ୟକ୍ତିଙ୍କ ବୟସ ୬୦ ଛୁଇଁବା ପରେ ଏହି ଯୋଜନା ପାଇଁ ଆବେଦନ କରିପାରିବେ । ସମସ୍ତ କାଗଜ ପତ୍ର ଦାଖଲ କଲା ପରେ ହିଁ ସେହି ଚାଷୀଙ୍କ ଆକାଉଣ୍ଟରେ ୩୦୦୦ ଟଙ୍କା ପେନସନ ଆକାରରେ ପ୍ରଦାନ କରାଯିବ ପ୍ରତି ମାସରେ । ସେହିପରି ୧୮ ବର୍ଷରୁ ୪୦ ବର୍ଷ ବୟସ ମଧ୍ୟରେ ଥିବା ଯେ କେହି ବ୍ୟକ୍ତି ଏଥିରେ ଆବେଦନ କରିପାରିବେ ନାହିଁ । ଦେଶର ବୟସ୍କ କୃଷକମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନାରେ ଆବେଦନ କରୁଥିବା ବ୍ୟକ୍ତି ସଠିକ ପ୍ରମାଣ ପତ୍ର ଦେବ ଆବଶ୍ୟକ l ଭୁଲ ପ୍ରମାଣପତ୍ର ଦେଇ ଏହି ଯୋଜନାର ଲାଭ ଉଠାଇଲେ ସରକାର ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ କରିବେ l  

ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସବୁବେଳେ ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିଛନ୍ତି l ସେ ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ପ୍ରଣୟନ କରାଇଛନ୍ତି ଯାହା ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି l ତେବେ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ l ଚାଷ ହେଉଛି ଆମ ଦେଶର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ଆଉ ଏକ ରାସ୍ତା ଲ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ପ୍ରତ୍ୟକ୍ଷ ସହାୟତା ଦେବା ପାଇଁ ଡିସେମ୍ବର 2018 ରେ ପିଏମ କିସାନ ଯୋଜନା ଆରମ୍ଭ କରିଥିଲେ । ଏହା ପୂର୍ବରୁ କୃଷକମାନେ ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ କୌଣସି ସରକାରଙ୍କ ଠାରୁ ନଗଦ ସହାୟତା ପାଇ ନଥିଲେ ଯାହା କେନ୍ଦ୍ର ସରକାର ୨୦୧୮ ରେ ଲାଗୁ କଲେ । ଏହି ଯୋଜନା ଦ୍ୱାରା ଦେଶର ହଜାର ହଜାର କୃଷକ ଲାଭ ପାଉଛନ୍ତି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments