1. ସରକାରୀ ସ୍କିମ

କେନ୍ଦ୍ରର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ନେଇ ବଡ଼ ଘୋଷଣା

କେନ୍ଦ୍ରର ସରକାରଙ୍କ ତରଫରୁ ଦେଶର କୃଷୀଙ୍କୁ ଫସଲ ବୀମା ଯୋଜନାରେ ସାମିଲ କରୁଛନ୍ତି l ଯାହାଦ୍ୱାରା ସେମାନଙ୍କ ଫସଲ ସୁରକ୍ଷିତ ରହିବ l ତେବେ ରାଜ୍ୟ ଓ କେନ୍ଦ୍ର ପକ୍ଷରୁ ଏହି ବୀମା ନେଇ ପଞ୍ଜିକରଣ ଆରମ୍ଭ ଯାହାର ଆବେଦନ ଶେଷ ତାରିଖ ଜୁଲାଇ ୩୧ ରଖାଯାଇଥିଲା l

Tanushree Mahapatra
Tanushree Mahapatra
Pradhan mantri crop insurance scheme registration, image source -  pexels.com

Pradhan mantri crop insurance scheme registration, image source - pexels.com

କେନ୍ଦ୍ରର ସରକାରଙ୍କ ତରଫରୁ ଦେଶର କୃଷୀଙ୍କୁ ଫସଲ ବୀମା ଯୋଜନାରେ ସାମିଲ କରୁଛନ୍ତି l ଯାହାଦ୍ୱାରା ସେମାନଙ୍କ ଫସଲ ସୁରକ୍ଷିତ ରହିବ l ତେବେ ରାଜ୍ୟ ଓ କେନ୍ଦ୍ର ପକ୍ଷରୁ ଏହି ବୀମା ନେଇ ପଞ୍ଜିକରଣ ଆରମ୍ଭ ଯାହାର ଆବେଦନ ଶେଷ ତାରିଖ ଜୁଲାଇ ୩୧ ରଖାଯାଇଥିଲା l ତେବେ ରାଜ୍ୟ ସରକାର ରାଜ୍ୟର ସମସ୍ତ ଚାଷୀଙ୍କୁ ଏଜି ବୀମାର ସାମିଲ କରିବା ପାଇଁ ଆଶା ରଖିଥିଲେ l

ତେବେ କିଛି କାରଣ ବଶତଃ ଆନେକ ଚାଷୀ ଏଥିରୁ ବଞ୍ଚିତ ହୋଇଥିବା ସରକାର ଦେଖିଥିଲେ l ଏହି କାରଣରୁ ରାଜ୍ୟ ସରକାର ଏହି ବୀମାର ପଞ୍ଜିକରଣ ତାରିଖ ଅବଧି ବଢାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ l ତେବେ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସମୟ ଅବଧିକୁ ବଢ଼଼ାଇଛନ୍ତି। 

ତେବେ ଚାଷୀ ପଞ୍ଜୀକରଣ ଶେଷ ତାରିଖ ଜୁଲାଇ ୩୧ ରହିଥିବା ବେଳେ ଏହି ପଞ୍ଜୀକରଣର ଶେଷ ତାରିଖକୁ ଅଗଷ୍ଟ ୫ ତାରିଖକୁ ବୃଦ୍ଧି କରିଛନ୍ତି । ସେହିପରି ଚଳିତ ବର୍ଷଠାରୁ ରାଜ୍ୟ ସରକାର ବୀମାଚକ୍ର ପାଇଁ ଚାଷୀଙ୍କ ପ୍ରିମିୟମ ଭରିବା ନେଇ ନିଷ୍ପତ୍ତି ନେଇଥିଲେ । ଏହି କାରଣ ଯୋଗୁଁ ସରକାର ରାଜ୍ୟର ପ୍ରତିଟି ଚାଷୀଙ୍କୁ ଏହି ବୀମା ଯୋଜନାରେ ଯୋଡ଼ିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ଦୃଷ୍ଟିରୁ ଅତିରିକ୍ତ ସମୟ ମଧ୍ୟ ଆବଶ୍ୟକ ହେଉଛି । ଯେଉଁଥିପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଅତିରିକ୍ତ ସମୟ ଦାବି କରିଥିଲେ ଯାହା କେନ୍ଦ୍ର ଅବଧି ବଢାଇବା ନେଇ ମଧ୍ୟ ସୂଚନା ଦେଇଛନ୍ତି । ରାଜ୍ୟରେ ବୀମା ପ୍ରଦାନର ଦାୟିତ୍ୱ ବୀମା କମ୍ପାନୀଗୁଡ଼ିକ ସହ ଆଲୋଚନା କରି ଚାଷୀ ପଞ୍ଜୀକରଣ ପାଇଁ ଅତିରିକ୍ତ ସମୟସୀମା ପ୍ରଦାନ କରିଛନ୍ତି ।

ତେବେ କିଛି ଉଚ୍ଚ ସ୍ତରର ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲାର ପଞ୍ଜିକରଣ କେନ୍ଦ୍ର ଗୁଡିକ ଯାଞ୍ଚ କରିବା ପାଇଁ ମଧ୍ୟ ପଠା ଯାଇଛି  l ଚାଷୀମାନଙ୍କ ତାଲିକା ଯାଞ୍ଚକରି ସମବାୟ ସମିତି ମାଧ୍ୟମରେ କିଭଳି ଚାଷୀଙ୍କର ସଠିକ ଭାବେ ପଞ୍ଜୀକରଣ କରାଯାଇ ପାରିବ ସେନେଇ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି l ନିବନ୍ଧକମାନେ ସମବାୟ ବ୍ୟାଙ୍କଗୁଡ଼ିକ ସହିତ ଚାଷୀଙ୍କୁ ବୀମା ସମ୍ପର୍କରେ ଅବଗତ କରାଇବେ । ରାଜ୍ୟର ୧୦ ଲକ୍ଷ ଚାଷୀଙ୍କୁ ବୀମାଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଅଗଷ୍ଟ ୫ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ସରକାରଙ୍କ ତରଫରୁ ।

ଜିଲ୍ଲାର ସମସ୍ତ ଚାଷୀମାନଙ୍କୁ ଏହି ବୀମା ଯୋଜନାରେ ଯୋଡ଼ିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି । ବୀମା ସହିତ ଜଡିତ ସଚେତନତାଠାରୁ ଆରମ୍ଭ କରି ଶିବିରମାନ ମଧ୍ୟ କରି ଦିଆଯାଇଛି ଜିଲ୍ଲା ଗୁଡିକରେ । ସମବାୟ ମାଧ୍ୟମରେ ଚାଷୀମାନଙ୍କ ସହ ନିରନ୍ତର ଯୋଗାଯୋଗ ମଧ୍ୟ କରାଯାଉଛି। ତେବେ ଏହି ବୀମାରୁ ବଞ୍ଚିତ ଥିବା ଚାଷୀ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଏହି ଫସଲ ବୀମାରେ ଶୀଘ୍ର ପଞ୍ଜିକରଣ କରନ୍ତୁ l ନଚେତ ଖରିଫ ଋତୁ ୨୦୨୩ ଫସଲ ବୀମାରୁ ଆପଣ ବଞ୍ଚିତ ହୋଇପାରନ୍ତି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments