1. ସରକାରୀ ସ୍କିମ

PM Fasal Bima Yojana:ଫସଲ ନଷ୍ଟ ହେଲେ ବି କୃଷକ ପାଇବେ ବୀମା ଟଙ୍କା

କେନ୍ଦ୍ର ସରକାର ଓ ରାଜ୍ୟ ସରକାର, କୃଷକ ମାନଙ୍କ ପାଇଁ, ବୀମା କମ୍ପାନୀଗୁଡ଼ିକ ସହ ବିଚାର ବିମର୍ଶ ପରେ ବ୍ୟାପକ ଲାଭ ପ୍ରଦାନ କରୁଛନ୍ତି l ସେ ସମସ୍ତ ଯୋଜନା ମଧ୍ୟରେ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ ଅନ୍ୟତମ ।

Tanushree Mahapatra
Tanushree Mahapatra
pradhan mantri fasal bima yojana farmers get insurance , image source - pexels.com

pradhan mantri fasal bima yojana farmers get insurance , image source - pexels.com

ଆମ ଦେଶ ହେଉଛି ଏକ କୃଷି ପ୍ରଦାହନ ଦେଶ  l ଯେଉଁଠି ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ  l ବେଳେବେଳେ ଚାଷୀ ବିଭିନ୍ନ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି l ଆଉ ସେ ସମସ୍ତ ଅସୁବିଧାକୁ ଆଖିରେ ରଖି ସରକାର ଦେଶରେ ପ୍ରଚଳନ କରିଛନ୍ତି କେତେକ ଯୋଜନା l ସେ ସମସ୍ତ ଯୋଜନା କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମରେ ପ୍ରଚଳିତ କରାଯାଉଛି ଦେଶରେ l ତେବେ ଆମ ଦେଶରେ କୃଷକ ସର୍ବଦା ନିଜକୁ ଅସୁରକ୍ଷିତ ଅନୁଭବ କରିଆସିଛି ଚାଷ କ୍ଷେତ୍ରରେ l କେବେ ପ୍ରାକୃତିକ ବିପର୍ଯ୍ୟୟ ଡର ତ କେବେ ବଜାର ଦର ଖସିବା ଡର ତ ଆଉ କେବେ ଫସଲ ନଷ୍ଟ ହେବାର ଡର  ।

ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓ ରାଜ୍ୟ ସରକାର, କୃଷକ ମାନଙ୍କ ପାଇଁ, ବୀମା କମ୍ପାନୀଗୁଡ଼ିକ ସହ ବିଚାର ବିମର୍ଶ ପରେ ବ୍ୟାପକ ଲାଭ ପ୍ରଦାନ କରୁଛନ୍ତି l ସେ ସମସ୍ତ ଯୋଜନା ମଧ୍ୟରେ  ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ ଅନ୍ୟତମ । ଚାଷ ପାଇଁ ବୀମା ରାଶି ମିଳୁଥିବାବେଳେ ଏହି ଯୋଜନା ଚାଷ ନଷ୍ଟ ହେଉଥିବା ଚାଷୀଙ୍କୁ ଲାଭ ପ୍ରଦାନ କରିଥାଏ । ଯାହାଦ୍ୱାରା ଚାଷୀଙ୍କୁ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ସରକାରଙ୍କ ଅନେକ ଯୋଜନାଗୁଡିକ ମଧ୍ୟରୁ ପ୍ରଧାନ ମନ୍ତ୍ରୀ ଫାସଲ ବିମା ଯୋଜନା (PMFBY), ଯାହା ଫସଲ ନଷ୍ଟ ହେଲେ ଚାଷୀଙ୍କୁ ବୀମା ରାଶି ଯୋଗାଇଥାଏ ।

ତେବେ କେନ୍ଦ୍ର ସରକାରଙ୍କ ଏହି ସରକାରୀ ଯୋଜନାରେ ରବି ଫସଲ ପାଇଁ ବୀମା ପ୍ରିମିୟମ ୧.୫ ପ୍ରତିଶତ ଓ ଫସଲ କ୍ଷତିକୁ ଦୂର କରିବା ପାଇଁ ୫୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ପ୍ରଦାନ କରିଥାନ୍ତି । ଖରିଫ ଫସଲ ପାଇଁ ଚାଷୀଙ୍କୁ ୨% ପ୍ରିମିୟମ ପ୍ରଦାନ ଓ ଉଦ୍ୟାନ କୃଷି ଫସଲରେ ୫% ପ୍ରିମିୟମ ପ୍ରଦାନ କରାଯାଏ । ଯାହା ଚାଷୀଙ୍କୁ ଚାଷ ହେବାପରେ କ୍ଷତିପୂରଣ ପ୍ରଦାନ କରେ l

ଦେଶର କୃଷକମାନେ ସମସ୍ତଙ୍କୁ ଖାଇବାକୁ ଦେବାର କାମ କରନ୍ତି ଚାଷୀ ଭାଇ ଭଉଣୀମାନେ । ଚାଷୀଙ୍କର ଏକ ବଡ ଭୂମିକା ରହିଛି ଦେଶରେ l ତେଣୁ ସେମାନଙ୍କ ଦାୟିତ୍ତ୍ୱ ନେବା ସରକାରଙ୍କ କାମ l ଗୋଟିଏ ବର୍ଷରେ ଅନେକ ପ୍ରକାରର ଫସଲ ଲଗାନ୍ତି ଚାଷୀ ଏବଂ ତାହା ଆମର ଘରେ ପହଞ୍ଚିଥାଏ ବଜାର ମାଧ୍ୟମରେ  । ଅନେକ ଥର କୃଷକମାନଙ୍କ ଦ୍ୱାରା ଉତ୍ପାଦିତ ଫସଲ କୌଣସି କାରଣରୁ ନଷ୍ଟ ହୋଇଯାଏ ତାହା ତାଙ୍କୁ ଆର୍ଥିକ ସ୍ଥିତିରେ କଷ୍ଟ ଦିଏ । ସାଧାରଣତଃ ପ୍ରବଳ ବର୍ଷା, ବନ୍ୟା , କୁଆପଥର ବର୍ଷା ପରି ବିଭିନ୍ନ ପ୍ରକାର ଉପାୟରେ ଚସନସ୍ଥ ହୁଏ l କାରଣ, କୃଷକମାନଙ୍କ ପାଇଁ ଏହା ହେଉଛି ଏକମାତ୍ର ଆୟର ଉତ୍ସ । ଯେଉଁ ଫସଲ ଉପରେ ସେମାନେ ପରିଶ୍ରମ କରନ୍ତି, ଯଦି ତାହା ନଷ୍ଟ ହୋଇଯାଏ, ସେମାନଙ୍କର ଅନେକ କ୍ଷତି ହୁଏ ।

ଚାଷୀଙ୍କୁ ଏହି ସମସ୍ତ କ୍ଷତିରୁ ବଞ୍ଚାଇବା ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା ଆରମ୍ଭ ହୁଏ । ଯେଉଁଥିରେ କୃଷକମାନଙ୍କୁ ସେମାନଙ୍କ ଫସଲ ନଷ୍ଟ ଉପରେ ବୀମା କଭର ଦିଆଯାଏ । ଏହି ଯୋଜନା ମାଧ୍ୟମରେ ଫସଲ ନଷ୍ଟ ହେଲେ ଉତ୍ପାଦର ସମ୍ପୂର୍ଣ୍ଣ ମୂଲ୍ୟ ବୀମା ଭାବରେ ଚାଷୀଙ୍କୁ ଆଯାଏ । ଏଥିରେ ଖରିଫ ଫସଲ ପାଇଁ ୨% ଏବଂ ଅନ୍ୟ ସମସ୍ତ ଫସଲ ପାଇଁ ୫% ପର୍ଯ୍ୟନ୍ତ ପ୍ରିମିୟମ ରହିଛି ।

ଆବଶ୍ୟକ ଡକ୍ୟୁମେଣ୍ଟଗୁଡିକ କଣ :-

ତେବେ ଏହି ଯୋଜନାରେ ନିଜକୁ ସାମିଲ କରିବାକୁ ହେଲେ ଅନେକ ପ୍ରକାର ଜରୁରୀ କାଗଜ ପତ୍ର ଦେବାକୁ ପଡିଥାଏ l ପଞ୍ଜିକରଣ ପାଇଁ ଆପଣଙ୍କ ପାଖରେ ସେହି କାଗଜପତ୍ର ଥିବା ନିହାତି ଆବଶ୍ୟକ l ତେବେ ଆବଶ୍ୟକ ହେଉଥିବା କାଗଜପତ୍ର ହେଉଛି :- ଫାର୍ମ ମାନଚିତ୍ର,ଫସଲ ବୁଣିବା ପ୍ରମାଣପତ୍ର, କ୍ଷେତ୍ର ମିଳିମିଳା, ଆବେଦନକାରୀଙ୍କ ଆଧାର କାର୍ଡ , ବ୍ୟାଙ୍କ ପାସବୁକ୍‌ର ଫଟୋଗ୍ରାଫି ,ପାସପୋର୍ଟ ଆକାର ଫଟୋ ଇତ୍ୟାଦି l ଏହିସବୁ ଜମା ନ ଦେଲେ ଚାଷୀଙ୍କୁ ଏହି ଯୋଜନାରୁ ବଞ୍ଚିତ ହେବାକୁ ପଡିବ l ତେଣୁ ଜଣେ ଚାଷୀ ହିସାବରେ ଆପଣଙ୍କୁ ସମସ୍ତ କାଗଜପତ୍ର ନିଜ ପାଖରେ ରଖିବାକୁ ହେବା l

କିପରି ଆବେଦନ କରିବେ :-

ଯଦି ଆପଣ ଜଣେ ଚାଷୀ ଏବଂ ଆପଣ ମଧ୍ୟ ସରକାରଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସୁବିଧା ପାଇବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ପ୍ରଥମେ PM କ୍ରପ୍ ବୀମା ଯୋଜନାର ଅଫିସିଆଲ୍ ୱେବସାଇଟ୍‌କୁ ଯିବାକୁ ହେବ । ସେଠାରେ ଥିବା ଆପଣଙ୍କୁ ମୂଳପୃଷ୍ଠାରେ ପଞ୍ଜୀକରଣ ବିକଳ୍ପକୁ ଯିବାକୁ ପଡିବ । ଆପଣଙ୍କ ପଞ୍ଜୀକରଣ ସମାପ୍ତ ହେବା ପରେ, କୃଷକ ଭାବରେ ଆବେଦନ କରିବାର ବିକଳ୍ପକୁ ଯାଆନ୍ତୁ ଏବଂ ଆବେଦନ କରନ୍ତୁ । ଫସଲର କ୍ଷତି ହେବା ପରେ, ଏହାର ଯାଞ୍ଚ କରାଯାଏ ଅଧିକାରୀଙ୍କ ଦ୍ୱାରା । ଯଦି ପ୍ରକୃତରେ ଫସଲ ନଷ୍ଟ ହୋଇଯାଇଛି, ତେବେ ସମ୍ପୂର୍ଣ୍ଣ ବୀମା ଟଙ୍କା ଦିଆଯାଏ । ତେବେ ଧ୍ୟାନ ରଖିବା ଉଚିତ ଯେ ଆପଣ କୌଣସି ଠକେଇ କରୁନାହାନ୍ତି କିମ୍ବା ଠକେଇର ଶିକାର ହେଉ ନାହାନ୍ତି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ