1. ସରକାରୀ ସ୍କିମ

PM-Kisan: ଆକାଉଣ୍ଟକୁ ଆସିବ 15 ତମ କିସ୍ତି

ଚାଷୀଙ୍କ ପାଇଁ ଅନେକ କେନ୍ଦ୍ରୀୟ ଯୋଜନା ଆରମ୍ଭ କରିଛନ୍ତି l ସେଥି ମଧ୍ୟରୁ ପିଏମ-କିସାନ ହେଉଛି ଅନ୍ୟତମ l ଯାହାର ୧୫ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି ଚାଷୀ l ପିଏମ-କିସାନ ଏହି ଯୋଜନାର ୧୫ ତମ କିସ୍ତି ପ୍ରଦାନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏହା ଅଧୀନରେ ୯ କୋଟିରୁ ଅଧିକ ହିତାଧିକାରୀଙ୍କୁ ୧୮,୦୦୦ କୋଟି ଟଙ୍କା ପ୍ରଦାନ କରାଯିବ ।

Tanushree Mahapatra
Tanushree Mahapatra
Pradhan mantri kisan samman nidhi scheme will be released today, image source - pexels.com

Pradhan mantri kisan samman nidhi scheme will be released today, image source - pexels.com

ଚାଷୀଙ୍କ ପାଇଁ ଅନେକ କେନ୍ଦ୍ରୀୟ ଯୋଜନା ଆରମ୍ଭ କରିଛନ୍ତି l ସେଥି ମଧ୍ୟରୁ ପିଏମ-କିସାନ ହେଉଛି ଅନ୍ୟତମ l ଯାହାର ୧୫ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି ଚାଷୀ l ପିଏମ-କିସାନ ଏହି ଯୋଜନାର ୧୫ ତମ କିସ୍ତି ପ୍ରଦାନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏହା ଅଧୀନରେ ୯ କୋଟିରୁ ଅଧିକ ହିତାଧିକାରୀଙ୍କୁ ୧୮,୦୦୦ କୋଟି ଟଙ୍କା ପ୍ରଦାନ କରାଯିବ । 

ଦୀର୍ଘ ଦିନ ଧରି ଏହି କିସ୍ତି ପାଇଁ କୃଷକମାନେ ଅପେକ୍ଷା କରିଥିଲେ | ଆଜି ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ଯୋଜନା ପ୍ରଦାନ କରିବେ ଯାହା ପାଇଁ ଅନେକ ଚାଷୀ ଏକାଠି ହେବେ ଗୋଟିଏ ସ୍ଥାନରେ l ଏହି କାର୍ଯ୍ୟକ୍ରମରେ ଦେଶର ବହୁ ସଂଖ୍ୟକ କୃଷକ ଅଂଶଗ୍ରହଣ କରିବେ । ସେମାନଙ୍କୁ ସଂଯୋଗ କରିବାର ମାଧ୍ୟମ ହେବ କୃଷି ବିଜ୍ଞାନ କେନ୍ଦ୍ର (କେଭିକେ), ଆଇସିଏଆର ପ୍ରତିଷ୍ଠାନ, ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ, ପ୍ରଧାନମନ୍ତ୍ରୀ କିସାନ ସମୃଦ୍ଧି କେନ୍ଦ୍ର, ପ୍ରାଥମିକ କୃଷି ସମବାୟ ସମିତି ଏବଂ ସାଧାରଣ ସେବା କେନ୍ଦ୍ର (CSC) ।

ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ଯୋଗ୍ୟ କୃଷକମାନଙ୍କୁ ୨୦୦୦ ଟଙ୍କା ତିନି କିସ୍ତିରେ ବାର୍ଷିକ ୬୦୦୦ ଟଙ୍କା ଦିଆଯାଏ | ଆଜି ବୁଧବାର ଏହି କିସ୍ତି ୨୦୦୦ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯିବ | ଏକ ବଟନ୍ କ୍ଲିକ୍ କରି ପ୍ରଧାନମନ୍ତ୍ରୀ ଏହି ଟଙ୍କା ସ୍ଥାନାନ୍ତର କରିବେ । ଏହି ଯୋଜନା ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ଚାଷୀଙ୍କୁ ୨ ଲକ୍ଷ ୬୦ ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ଏହି ଆର୍ଥିକ ସହାୟତା କୃଷକମାନଙ୍କୁ ସେମାନଙ୍କର କୃଷି ଏବଂ କୃଷି ସହିତ ଜଡିତ ଅନ୍ୟାନ୍ୟ ଜରୁରୀ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରେ l

ତେବେ PM Kisan Yojana ର ୧୫ ତମ କିସ୍ତି ପାଇବା ପାଇଁ E-KYC ଆବଶ୍ୟକ ସମସ୍ତ ଯୋଗ୍ୟ ଚାଷୀଙ୍କୁ l ଏହା ବ୍ୟତୀତ ଆଧାରକୁ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ପ୍ରକୃତ ହିତାଧିକାରୀମାନେ ସେମାନଙ୍କର ଆଧାର ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ପହଞ୍ଚିବା ନିଶ୍ଚିତ କରିବାକୁ ପଡ଼ିବ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments