1. ସରକାରୀ ସ୍କିମ

DA HIKE : ବଢ଼ିଲା ରେଳ କର୍ମଚାରୀଙ୍କ ଦରମା

ଗତ କିଛିଦିନ ତଳେ କେନ୍ଦ୍ର ଏବଂ ରାଜ୍ୟ ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତ୍ତା ବୃଦ୍ଧି ହୋଇଥିଲା l ଆଉ ଏବେ ବର୍ତ୍ତମାନ ରେଳ ବୋର୍ଡ ମଧ୍ୟ ଏହା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । କାରଣ ରେଳ ବୋର୍ଡ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା କୁ ୪୨ ପ୍ରତିଶତରୁ ବୃଦ୍ଧି କରି ୪୬ ପ୍ରତିଶତକୁ ବୃଦ୍ଧି କରିବାର ନିଷ୍ପତ୍ତି ନେଇଛି ।

Tanushree Mahapatra
Tanushree Mahapatra
Railway board announce 4 percent hike in da for employee  , image source - pexels.com

Railway board announce 4 percent hike in da for employee , image source - pexels.com

ଗତ କିଛିଦିନ ତଳେ କେନ୍ଦ୍ର ଏବଂ ରାଜ୍ୟ ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତ୍ତା ବୃଦ୍ଧି ହୋଇଥିଲା l ଆଉ ଏବେ  ବର୍ତ୍ତମାନ ରେଳ ବୋର୍ଡ ମଧ୍ୟ ଏହା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । କାରଣ ରେଳ ବୋର୍ଡ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା କୁ ୪୨ ପ୍ରତିଶତରୁ ବୃଦ୍ଧି କରି ୪୬ ପ୍ରତିଶତକୁ ବୃଦ୍ଧି କରିବାର ନିଷ୍ପତ୍ତି ନେଇଛି । ଏହି ମାହାଙ୍ଗା ବୃଦ୍ଧିରେ ମଧ୍ୟ ରେଳ ବୋର୍ଡ ଡିଏକୁ ୪ ପ୍ରତିଶତ ବୃଦ୍ଧି କରିଛି ବୋଲି ସୂଚନା ରହିଛି ବିଭାଗ ପକ୍ଷରୁ । ଗତକାଲି ବୋର୍ଡ ' ଅଲ ଇଣ୍ଡିଆ ରେଳବାଇ ଏବଂ ଉତ୍ପାଦନ ୟୁନିଟ୍ 'ର ଜେନେରାଲ ମ୍ୟାନେଜର ତଥା ମୁଖ୍ୟ ପ୍ରଶାସକଙ୍କୁ ଏକ ଚିଠି ଲେଖିଛି ଏ ସମ୍ପର୍କରେ ।

ଏଥିରେ ବୋର୍ଡ ଲେଖିଛି ଯେ ରେଳ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରାଯିବାରୁ ସ୍ୱାଗତ କରୁଛୁ । ତେବେ ଏହାକୁ ବର୍ତ୍ତମାନ ୪୨ ପ୍ରତିଶତରୁ ବୃଦ୍ଧି କରି ୪୬ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଯାହା ଖବର ପାଇବା ପରେ କର୍ମଚାରୀମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି l ସେହିପରି ଜୁଲାଇ ତାରିଖ ୧ ରୁ ଏହା କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି । ଅନ୍ୟପଟେ କେନ୍ଦ୍ର କ୍ୟାବିନେଟରେ ୧୫ ହଜାର କୋଟି ଟଙ୍କାର ବୋନସ୍ ଅନୁମୋଦନ କରିବା ପରେ ରେଳବାଇ ଏହି ଘୋଷଣା କରିଛି ବୋଲି କୁହାଯାଉଛି । ଏଥିରେ ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟ  DA ରେ ୪ ପ୍ରତିଶତ ବୃଦ୍ଧି  ଅନ୍ତର୍ଭୁକ୍ତ ରହିଛି । ସେହିପରି କର୍ମଚାରୀମାନେ ଜୁଲାଇରୁ ବକେୟା ରାଶି ସହିତ ଆସନ୍ତା ମାସର ବେତନରେ DA ବୃଦ୍ଧି ପାଇବେ ବୋଲି ନିଷ୍ପତିରେ କୁହାଯାଇଛି ।

ତେବେ ଦୀପାବଳି ପୂର୍ବରୁ ଏହି ଘୋଷଣାକୁ ନେଇ ରେଳ କର୍ମଚାରୀ ସଂଘ ଖୁସିର ସହିତ ସ୍ୱାଗତ କରିଛି । ଅଲ ଇଣ୍ଡିଆ ରେଳବାଇ ଫେଡେରେଶନର ସାଧାରଣ ସମ୍ପାଦକ ଶିବ ଗୋପାଳ ମିଶ୍ର ଏ ନେଇ କହିଛନ୍ତି , 'କର୍ମଚାରୀମାନେ ଜୁଲାଇରୁ ଡିଏ ପାଇବାକୁ ଯାଉଥିଲେ, ଆଉ ଏହା ପାଇବା କର୍ମଚାରୀଙ୍କ ଅଧିକାର ମଧ୍ୟ ଥିଲା । ଦୀପାବଳି ପୂର୍ବରୁ  ଏ  ନିଷ୍ପତ୍ତିକୁ ମୁଁ ସ୍ୱାଗତ ଜଣାଉଛି । ସେହିପରି ଭାରତୀୟ ରେଳବାଇର ନ୍ୟାସନାଲ ଫେଡେରେଶନର ସାଧାରଣ ସମ୍ପାଦକ ଏ ନେଇ ଏମ ରାଘଭାଇ କହିଛନ୍ତି ଯେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରରେ ଡିଏ ପ୍ରଦାନ କରାଯାଇଛି କର୍ମଚାରୀଙ୍କୁ ।

ତେବେ ଏହାପୂର୍ବରୁ କେନ୍ଦ୍ରୀୟ କ୍ୟାବିନେଟ ରେଳ କର୍ମଚାରୀଙ୍କ ପାଇଁ ପ୍ରାୟତଃ ୭୮ ଦିନ ବୋନସ ଘୋଷଣା କରିଥିଲା l ସେହିପରି ଏହି ବୋନସ ଟଙ୍କା ଦୀପାବଳି ପୂର୍ବରୁ ରେଳ କର୍ମଚାରୀଙ୍କୁ ପ୍ରଦାନ କରାଯିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଥିଲା । ଏହା ବ୍ୟତୀତ କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏକୁ ୪୬ ପ୍ରତିଶତକୁ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ଏହା ଏକ ରେଳ କର୍ମଚାରୀଙ୍କ ପାଇଁ ଅତ୍ୟନ୍ତ ଖୁସି ଖବର l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments