1. ସରକାରୀ ସ୍କିମ

Ration Card Update: ଏଥର ରାସନ ସହ ମିଳିବ ୩୦୦୦୦ !

ଲୋକଙ୍କୁ ମାଗଣା ରାସନ ସହ ୩୦,୦୦୦ ଟଙ୍କା ପ୍ରଦାନ କରୁଛନ୍ତି ସରକାର .....

Tanushree Mahapatra
Tanushree Mahapatra
Ration card holders to get 30 thousand, image source - pixeles

Ration card holders to get 30 thousand, image source - pixeles

ଦେଶରେ ବିଭିନ୍ନ ଜନକଲ୍ୟାଣ ଯୋଜନା ପ୍ରଚଳିତ ହୋଇଛି l ଯାହାର ଫାଇଦା ଗରିବ ଶ୍ରେଣୀର ଲୋକେ ପାଉଛନ୍ତି l ଅନେକ ଜନ କଲ୍ୟାଣ ଯୋଜନା ମଧ୍ୟରୁ ମାଗଣା ରାସନ କାର୍ଡ ହେଉଛି ଅନ୍ୟତମ l ରାସନ କାର୍ଡ ହେଉଛି ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ ମଧ୍ୟ ।

ରାସନ କାର୍ଡ ମାଧ୍ୟମରେ ସରକାର ଗରିବ ଏବଂ ଅଭାବୀ ଲୋକଙ୍କୁ ଖୁବ କମ୍ ମୂଲ୍ୟରେ ଖାଦ୍ୟ ସାମଗ୍ରୀ ଯୋଗାଉଛନ୍ତି କେନ୍ଦ୍ର ସରକାର । ରାସନ କାର୍ଡର ଲାଭ ପାଇବା ପାଇଁ, ଆପଣଙ୍କ ପାଖରେ ଏକ ରାସନ କାର୍ଡ ଥିବା ନିହାତି ଆବଶ୍ୟକ। ଯଦି ଆପଣଙ୍କ ପାଖରେ ଏହା ନାହିଁ ତେବେ ଆପଣ ଏଥିପାଇଁ ଆବେଦନ ମଧ୍ୟ କରିପାରିବେ l

କୋରୋନା କାଳରେ ମାଗଣା ରାସନ ପ୍ରଦାନ କରାଯାଇଥିଲା ଲୋକଙ୍କୁ l ପରେ ତାହା ଆଗକୁ ଅଧିକ ଦିନ ପ୍ରଦାନ ପାଇଁ ସରକାର ଘୋଷଣା କରିଥିଲେ l କେନ୍ଦ୍ର ସରକାର କରୋନା ସମୟରେ ରାସନକାର୍ଡଧାରୀଙ୍କୁ ମାଗଣାରେ ରାସନ ଯୋଗାଇ ଦେବାକୁ ଘୋଷଣା କରିଥିଲେ ଯେଉଁଥିରେ ଲକ୍ଷାଧିକ ଲୋକ ଲାଭବାନ ହୋଇଥିଲେ । ସରକାରଙ୍କ ଏହି ମାଗଣା ରାସନ ଯୋଗାଣ ଏବେ ମଧ୍ୟ ଲାଗୁ ରହିଛି ଦେଶରେ ।  ରାସନ କାର୍ଡ ନଥିବା ଜନ ସାଧାରଣଙ୍କ ପାଇଁ କେନ୍ଦ୍ର ସରକାର ମାଗଣା ରାସନ ସହ ଏବେ ବିତ୍ତୀୟ ସହାୟତା ଯୋଗାଇ ମଧ୍ୟ ପ୍ରଦାନ କରୁଛନ୍ତି ସରକାର । ଏହି ଯୋଜନା ଦ୍ୱାରା ମାଗଣା ରାସନ ପାଉଛନ୍ତି ଗରିବ ଜନ ସାଧାରଣ ।

ତେବେ ଏହି ଯୋଜନାରେ ସାମିଲ ହେବାକୁ କେତେକ ନିର୍ଦ୍ଦିଷ୍ଟ ଦଲିଲର ଆବଶ୍ୟକତା ରହିଛି । ଏଥିପାଇଁ ଆପଣ ଅନ୍‌ଲାଇନ୍‌ରେ ମଧ୍ୟ ଆବେଦନ ସୁବିଧା ପାଇବେ । ବିଶେଷ ଦେଶର ଶ୍ରମିକ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା । ବର୍ତ୍ତମାନ ଏହି ରାସନ କାର୍ଡ ମାଧ୍ୟମରେ ଲୋକଙ୍କୁ ମାଗଣା ରାସନ ସହ ୩୦,୦୦୦ ଟଙ୍କା ପ୍ରଦାନ କରୁଛନ୍ତି ସରକାର । କରୋନା ଲକ୍‌ଡାଉନ୍‌ ସମୟରେ ଅନେକ ଶ୍ରମିକମାନେ ଦିମୁଠା ଖାଇବା ପାଇଁ ଡହଳବିକଳ ହେଉଥିଲେ । ସେହି ସମୟରେ ଏହି ଯୋଜନା ଏକ ବରଦାନ ସାବ୍ୟସ୍ତ ହୋଇଥିଲା ।

ବିଭିନ୍ନ ପ୍ରକାର ଗରିବ ଶ୍ରେଣୀର ଲକ୍ଷ ଲକ୍ଷ ଲୋକ ରାସନ କାର୍ଡ ପାଇଁ ଆବେଦନ କରିଥିଲେ । କିନ୍ତୁ କୌଣସି କାରଣରୁ ବଶତଃ ସେମାନଙ୍କୁ ରାସନ କାର୍ଡ ମିଳିନଥିଲା । କିନ୍ତୁ ବର୍ତ୍ତମାନ ହିତାଧିକାରୀଙ୍କୁ ଡିଜିଟାଲ କାର୍ଡ ଯୋଗାଇ ଦିଆଯାଉଛି । ଗରିବ ଜୀବନ ଧାରଣ ଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ବର୍ତ୍ତମାନ ମାଗଣା ରାସନ ସହ ସରକାର ୩୦ ହଜାର ଟଙ୍କା ଦେଉଛନ୍ତି । ପରୀକ୍ଷାମୂଳକ ଭାବେ ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶରେ ଏହି ସୁବିଧା ଆରମ୍ଭ କରାଯାଇଛି ସରକାରଙ୍କ ଦ୍ୱାରା । ଏଥିରେ ଲାଭ ପରିଲକ୍ଷିତ ସରକାରଙ୍କ ଦ୍ୱାରା ଆଗାମୀ ଦିନରେ ଏହା ସମସ୍ତ ରାଜ୍ୟରେ ଲାଗୁ କରାଯିବ ବୋଲି ଅସହ କରାଯାଉଛି ।

ଅଧିକ ପଢ଼ନ୍ତୁ:

Heart attack: ହୃଦଘାତ ପୂର୍ବରୁ ଦେଖାଯାଉଛି ଏହି ଲକ୍ଷଣ, ହୋଇଯାଆନ୍ତୁ ସାବଧାନ !

Cardamom: ବଢ଼ିଯିବ ଗୁଜୁରାତି ଦାମ !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments