1. ସରକାରୀ ସ୍କିମ

ରାସନ କାର୍ଡଧାରୀଙ୍କୁ ୩୭ ଟଙ୍କା ଶସ୍ତାରେ ମିଳିବ ତେଲ

ରାଜ୍ୟ ଏବଂ କେନ୍ଦ୍ର ମିଳିତ ଭାବେ ଦେଶର ମଙ୍ଗଳ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି l ଯାହା ଅନେକ ଗରିବ କଲ୍ୟାଣ ଯୋଜନା ମଧ୍ୟରେ ସୀମିତ l

Tanushree Mahapatra
Tanushree Mahapatra
Ration card holders will now get cheaper mustard oil, image source - twitter

Ration card holders will now get cheaper mustard oil, image source - twitter

ରାଜ୍ୟ ଏବଂ କେନ୍ଦ୍ର ମିଳିତ ଭାବେ ଦେଶର ମଙ୍ଗଳ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି l ଯାହା ଅନେକ ଗରିବ କଲ୍ୟାଣ ଯୋଜନା ମଧ୍ୟରେ ସୀମିତ l ଯେଉଁଥିରେ ଗରିବ ଲୋକଙ୍କୁ ସରକାର ଖାଦ୍ୟ ଯୋଗାଇ ଦେଉଛନ୍ତି l

ଚାଉଳ ରୁ ଆରମ୍ଭ କରି ଗହମ , ଖାଇବା ତେଲ ପର୍ଯ୍ୟନ୍ତ ସମସ୍ତ ଖାଦ୍ୟ ପଦାର୍ଥ ସରକାର ଯୋଗାଇଦେଉଛନ୍ତି l ଏହି ଖାଦ୍ୟ ପଦାର୍ଥ ଯୋଜନା ଦ୍ୱାରା ଦେଶରେ ଅନେକ ଗରିବ ଲୋକଙ୍କ କଲ୍ୟାଣ ହୋଇପାରୁଛି l ଅନେକ ଥର ସରକାରଙ୍କ ଏହି ରାସନ ଯୋଜନାରେ ପରିବର୍ତ୍ତନ ହୋଇଥିବା ସୂଚନା ରହିଛି l

ଏଣିକି ଏବେ ରାସନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଆଧାରରେ ଦେଶର ପ୍ରାୟତଃ ୮୧ କୋଟି ଜନତାଙ୍କୁ ମାଗଣାରେ ମିଳୁଛି ରାସନ ସାମଗ୍ରୀ l ଏବେ ସରକାର ଦେଇଛନ୍ତି ରାସନ କାର୍ଡଧାରୀଙ୍କ ପାଇଁ ଏକ ଖୁସି ଖବର । ଦେଶରେ  ରାସନ୍ କାର୍ଡକୁ ଡିଜିଟାଲ୍ କରିବା ଯୋଜନା ୨୦୨୦ ରୁ ଆରମ୍ଭ କରାଯାଇଛି । କିନ୍ତୁ ଗତ ୨ ବର୍ଷ ହେବ କୋଭିଡ୍ ଯୋଗୁଁ ଏହି ଯୋଜନା ପୁରା କରିଥିଲେ ସରକାର । ଏବେ ବଡ ପରିବର୍ତ୍ତନ ବର୍ତ୍ତମାନ ରାସନ କାର୍ଡଧାରୀମାନଙ୍କୁ ଉଚିତ ମୂଲ୍ୟର ଦୋକାନରେ ମିଳିବ ୩୭ ଟଙ୍କା ଶସ୍ତା ସୋରିଷ ତେଲ । ବର୍ତ୍ତମାନ ପ୍ରତି ଗ୍ରାହକଙ୍କୁ ଲିଟର ପିଛା ୧୧୦ ଟଙ୍କା ହାରରେ ସୋରିଷ ତେଲ ଦିଆଯିବ ବୋଲି କୁହା ଯାଇଛି ।

ଏପରି ଘୋଷଣା ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କହିଛନ୍ତି ଯେ ଜୁନ୍ ପୂର୍ବରୁ ପ୍ରତି ଗ୍ରାହକଙ୍କୁ ଲିଟର ପିଛା ୧୪୭ ଟଙ୍କା ଓ ଗରୀବ ରେଖା ଉପରେ ରହିଥିବା ହିତାଧିକାରୀଙ୍କୁ ୧୪୨ ଟଙ୍କା ହାରରେ ତେଲ ଦିଆଯାଉଥିଲା । ବଜାରରେ ସୋରିଷ ତେଲର ମୂଲ୍ୟ ହ୍ରାସ ହୋଇଛି l  ସେହିପରି ସୂଚନା ଅନୁଯାୟୀ ଖାଦ୍ୟ ଏବଂ ଯୋଗାଣ ନିଗମ ଦ୍ୱାରା ଖୋଲାଯାଇଥିବା ଟେଣ୍ଡର ଯୋଗୁଁ ସୋରିଷ ତେଲର ମୂଲ୍ୟ ୧୦୯ ଟଙ୍କା ଧାର୍ଯ୍ୟ କରାଯାଇଛି ।

ଏହାପୂର୍ବରୁ ସରକାର ରାସନ ଯୋଜନାରେ ୨୦ ଟଙ୍କା ସବସିଡି ପ୍ରଦାନ କରୁଥିଲେ । ବର୍ତ୍ତମାନ ଏହାଦ୍ୱାରା ଗ୍ରାଚ୍ୟୁଇଟିରେ ପ୍ରାୟ ୧୦ ଟଙ୍କା ସଞ୍ଚୟ ହେବ । ତେବେ ଏହି ରାଜ୍ୟରେ ଜନସାଧାରଣ ବଣ୍ଟନ ବ୍ୟବସ୍ଥା ଅଧୀନରେ ପ୍ରାୟତଃ ୧୯,୭୪,୭୯୦ ରାସନ କାର୍ଡଧାରୀ ଅଛନ୍ତି । ତେବେ ତେଲ ଦ୍ୱାରା କେବଳ ରାସନ କାର୍ଡଧାରୀଙ୍କ ପାଇଁ କାର୍ଯ୍ୟକାରୀ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ