1. ସରକାରୀ ସ୍କିମ

ବରିଷ୍ଠଙ୍କୁ ସୁରକ୍ଷା ଦେବ ‘ଅବଦାନ’, ମିଳିବ ଏକକାଳୀନ ୫୦ ହଜାର

ଓଡିଶା ରାଜ୍ୟ ସରକାର ରାଜ୍ୟବାସୀଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି l ଗରିବ ଲୋକଙ୍କ ଠାରୁ ଆରମ୍ଭ କରି ମଧ୍ୟମ ଧରଣର ସମସ୍ତ ରାଜ୍ୟବାସୀଙ୍କ ପାଇଁ ଅନେକ ସୁବିଧା କରିଛନ୍ତି l ଯାହାଦ୍ୱାରା ରାଜ୍ୟବାସୀଙ୍କ ସମସ୍ତ ପାଇଁ ପାରୁଛନ୍ତି ସରକାର କରିଥିବା ସୁବିଧାରୁ l ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ଏହି ଯୋଜନା ଗୁଡିକରେ ଅନ୍ତର୍ଭୁକ୍ତ ରହିଛନ୍ତି l

Tanushree Mahapatra
Tanushree Mahapatra
Security for senior citizens one time assistance will be available , image source - pexels.com

Security for senior citizens one time assistance will be available , image source - pexels.com

ଓଡିଶା ରାଜ୍ୟ ସରକାର ରାଜ୍ୟବାସୀଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି l ଗରିବ ଲୋକଙ୍କ ଠାରୁ ଆରମ୍ଭ କରି ମଧ୍ୟମ ଧରଣର ସମସ୍ତ ରାଜ୍ୟବାସୀଙ୍କ ପାଇଁ ଅନେକ ସୁବିଧା କରିଛନ୍ତି l ଯାହାଦ୍ୱାରା ରାଜ୍ୟବାସୀଙ୍କ ସମସ୍ତ ପାଇଁ ପାରୁଛନ୍ତି ସରକାର କରିଥିବା ସୁବିଧାରୁ l ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ଏହି ଯୋଜନା ଗୁଡିକରେ ଅନ୍ତର୍ଭୁକ୍ତ ରହିଛନ୍ତି l

ଏବେ ପୁଣି ଥରେ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ ସମସ୍ତଙ୍କୁ ଖୁସି କରିଛି l କାରଣ ଆଉ ଏକ ସହାୟତା ରାଶି ପ୍ରଦାନ କରିବାକୁ ଯାଉଛନ୍ତି ଓଡିଶା ରାଜ୍ୟ ସରକାର l " ଅବଦାନ " ଜରିଆରେ ପାଇବାକୁ ଯାଉଛନ୍ତି କିଛି ଆର୍ଥିକ ରାଶି ରାଜ୍ୟର ସମସ୍ତ ବୃଦ୍ଧା l ଯାହା ତାଙ୍କୁ ତାଙ୍କ ବୃଦ୍ଧା ଅବସ୍ଥାରେ ସାହାଯ୍ୟ କରିବ l

ତେବେ ସରକାରଙ୍କ ଏହି ବ୍ୟବସ୍ଥା ପରିବାରଠୁ ଦୂରରେ ରହୁଇଥିବା ବ୍ୟକ୍ତିଙ୍କ ପାଇଁ କାର୍ଯ୍ୟକ୍ଷମ l ଓଡିଶା ରାଜ୍ୟରେ ରହୁଥିବା ପରିବାର ଠାରୁ ଅଲଗା ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷା ଦିଗରେ ରାଜ୍ୟ ସରକାର ଏଥର ବଢ଼଼ାଇଛନ୍ତି ସହାୟତାର ହାତ । ବରିଷ୍ଠ ନାଗରିକଙ୍କ କଲ୍ୟାଣ ଲକ୍ଷ୍ୟରେ ଗଠନ ହୋଇଥିବା ଏହି ବରିଷ୍ଠ ନାଗରିକ ସଂଘ ଏବଂ ଏହି ବର୍ଗର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ‘ଅବଦାନ’ ଯୋଜନା ଅଧୀନରେ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ ସରକାର । ଏହି ଅର୍ଥରେ ସେମାନେ ନିଜ ସଦସ୍ୟଙ୍କ ସମସ୍ୟା ସମାଧାନ ଦିଗରେ ମିଳିତ ପ୍ରୟାସ କରିବେ ବୋଲି କହିଛନ୍ତି ରାଜ୍ୟ ସରକାର । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସମ୍ପୃକ୍ତ ଥିବା ସଂଘକୁ ଏକକାଳୀନ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଏଥିନିମନ୍ତେ ରାଜ୍ୟରେ ପ୍ରତ୍ୟେକ ଜିଲ୍ଲାରେ ଥିବା ପଞ୍ଜିକୃତ ବୃଦ୍ଧ ସଂଘ, ବରିଷ୍ଠ ନାଗରିକ ସଂଘ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବିବରଣୀ ପ୍ରଦାନ କରିବା ଲାଗି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ସମ୍ପ୍ରତି ରାଜ୍ୟରେ ନଗର ଉନ୍ନୟନ ବିଭାଗ ସହାୟତାରେ ପ୍ରତ୍ୟେକ ଜିଲ୍ଲାରେ ବରିଷ୍ଠ ନାଗରିକଙ୍କ ପାଇଁ ଆଶ୍ରୟସ୍ଥଳ ବ୍ୟବସ୍ଥା ମଧ୍ୟ କରାଯାଇଛି । ସେଠାରେ ଥିବା ବରିଷ୍ଠ ନାଗରିକଙ୍କ ସହ ଅନ୍ୟ ବର୍ଗର ଅସହାୟ ଲୋକ ମଧ୍ୟ ରହୁଥିବା ଦେଖିବାକି ମିଳେ । ଏହାର ପରିଚାଳନା ବାବଦ ସମସ୍ତ ଅର୍ଥ ସରକାର ବହନ ମଧ୍ୟ କରୁଛନ୍ତି । ତଥାପି ଆଶ୍ରୟ ଅବା ସହାୟତା ଆବଶ୍ୟକ କରୁଥିବା ଅନେକ ବରିଷ୍ଠ ନାଗରିକ ଏଠାରେ ପହଞ୍ଚି ପାରୁନାହାନ୍ତି ଯାହା ପାଇଁ ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ବେଳେବେଳେ ବିଭିନ୍ନ କ୍ଷେତ୍ରରେ ବରିଷ୍ଠ ନାଗରିକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବା ସହ ଏକାକୀ ଏହାର ସମାଧାନ କରି ମଧ୍ୟ ନାହାନ୍ତି । 

ଏହାକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକ ସଂଘ ଓ ଏହି ବର୍ଗର SHG ମଧ୍ୟରେ ଏକତ୍ର କରାଇ ସରକାର ସେମାନଙ୍କର ସମସ୍ୟା ସମାଧାନର ପ୍ରୟାସ କରୁଛନ୍ତି । ‘ଅବଦାନ’ ଯୋଜନାରେ ପ୍ରଦତ୍ତ ଏହି ଅର୍ଥ ରାଶି ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ବିଭିନ୍ନ ଦିଗ ପ୍ରତି ଥିବା ସେମାନଙ୍କ ରୁଚି ଓ ଦକ୍ଷତା ଆକଳନ କରାଯାଇ ପାରିବ ଏହା ମାଧ୍ୟମରେ । ଏହାକୁ ପାଥେୟ କରି ବିଭିନ୍ନ ସମାଜର କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରାଯାଇପାରିବ ବୋଲି ସରକାର କହିଛନ୍ତି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments