
small farmers can take loans without mortgage
ଚାଷୀ ହେଉଛନ୍ତି ଦେଶର ମେରୁଦଣ୍ଡ l ଚାଷୀଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ବ୍ୟବସ୍ଥା କରାଯାଉଛି l ଯାହାକୁ ବ୍ୟବହାର କରି ଚାଷୀ ଲାଭପ୍ରଦ ହୋଇପାରୁଛନ୍ତି l ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ସରକାର ଯୋଜନା ମଧ୍ୟ ପ୍ରଚଳିତ କରୁଛନ୍ତି l ସେଥିପାଇଁ ମୁଦ୍ରାସ୍ଫୀତି ଏବଂ ବଢୁଥିବା କୃଷି ଖର୍ଚ୍ଚକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ କ୍ଷୁଦ୍ର ଚାଷୀଙ୍କୁ ଜମାମୁକ୍ତ ଋଣସୀମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ତେବେ ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ ଯେ, ବର୍ତ୍ତମାନ କ୍ଷୁଦ୍ର ଚାଷୀମାନେ ବିନା କୌଣସି ବନ୍ଧକରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ନେଇପାରିବେ। ଯାହାର ସୀମା ହେଉଛି ୧.୬ ନିୟୁତ। ତେବେ ନୂଆ ବର୍ଷରୁ RBIର ଏହି ନିର୍ଦ୍ଦେଶ ସମସ୍ତ ବ୍ୟାଙ୍କକୁ ମାନିବାକୁ ପଡିବ। ଏହା ମାଧ୍ୟମରେ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ୟୁପିଆଇ ଜରିଆରେ ଚାଷୀଙ୍କୁ ଋଣ ଦେଇପାରିବେ।
ଏହା ଦ୍ୱାରା ଗାଁ-ଗାଁରେ ଗ୍ରାମବାସୀ ମାନେ ୟୁପିଆଇରୁ ସହଜରେ ଋଣ ପାଇବେ । ଯାହା ତାଙ୍କ ପାଇଁ ଏବଂ ଋଣ ନୀତି ପାଇଁ ସହଜ ହେବ l କାରଣ, ଗାଁ ମାନଙ୍କରେ ଏସ୍ ଏଫ୍ ବିର ଅଧିକ ବ୍ୟବହାର କରାଯାଉଛି । ଏସ୍ ଏଫ୍ ବି ପାଖରେ ଏପର୍ଯ୍ୟନ୍ତ ଏହି ସୁବିଧା ନଥିବାରୁ ଋଣ ପ୍ରକ୍ରିୟାରେ ସମସ୍ୟା ଦେଖାଯାଉଥିଲା । ରିଜର୍ଭ ବ୍ୟାଙ୍କ ର ସୂଚନା ଅନୁଯାୟୀ, ୨୦୧୯ ମସିହାରୁ ଋଣ ର ସୀମା ଥିଲା ୧.୬ ଲକ୍ଷ ଟଙ୍କା ରହିଥିଲା ଚାଷୀଙ୍କ ପାଇଁ । ପୂର୍ବରୁ ଏହି ସୀମା ୧ ଲକ୍ଷ ଟଙ୍କା ରଖାଯାଇଥିଲା । ତେବେ କୋଟି କୋଟି କୃଷକଙ୍କ ପାଇଁ ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତି ଗୁରୁତ୍ୱପୂର୍ଣ୍ଣ କାରଣ, ଚଳିତ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାରକୁ ସୁଦୃଢ଼ କରିବା ପାଇଁ କୃଷିର ପ୍ରଦର୍ଶନ ଉନ୍ନତ କରିବାକୁ ହେବ ।
ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ କୃଷି କ୍ଷେତ୍ରର ଅଭିବୃଦ୍ଧି ହାର ୩.୫ ପ୍ରତିଶତ ରହିଥିଲା l ଉତ୍ପାଦନ ଅଭିବୃଦ୍ଧି ହାର ୨ ପ୍ରତିଶତ ରହିଥିଲା । ଗ୍ରାମୀଣ ଚାହିଦା ଏକ ଭଲ କୃଷି ଅମଳ ଉପରେ ନିର୍ଭର କରେ l କୃଷି ଆଗାମୀ ଭଵିଷ୍ୟତରେ ଦେଶ ଅର୍ଥନୀତିରେ ବଡ଼ ଭୂମିକା ଗ୍ରହଣ କରିବ l
Read more:
Share your comments