1. ସରକାରୀ ସ୍କିମ

କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାର ବଦଳିଲା

ଗରିବ ଲୋକଙ୍କ ପାଇଁ ଯେଉଁମାନେ ଅଧିକ ଅର୍ଥ ସଞ୍ଚୟ କରି ରଖିବାକୁ ସମର୍ଥ ନୁହନ୍ତି ସେହି ଲୋକଙ୍କ ପାଇଁ କେନ୍ଦ୍ର ସରକାର ବିଭିନ୍ନ ସଞ୍ଚୟ ସ୍କିମ ପ୍ରଚଳନ କରିଛନ୍ତି l ଯାହାର ଫାଇଦା ଉଠାଉଛନ୍ତି ଗରିବ ଲୋକ l ତେଣୁ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ଫାଇଦା ଦେବା

Tanushree Mahapatra
Tanushree Mahapatra
Small savings scheme interst rule change , image source - pexels.com

Small savings scheme interst rule change , image source - pexels.com

ଗରିବ ଲୋକଙ୍କ ପାଇଁ ଯେଉଁମାନେ ଅଧିକ ଅର୍ଥ ସଞ୍ଚୟ କରି ରଖିବାକୁ ସମର୍ଥ ନୁହନ୍ତି ସେହି ଲୋକଙ୍କ ପାଇଁ କେନ୍ଦ୍ର ସରକାର ବିଭିନ୍ନ ସଞ୍ଚୟ ସ୍କିମ ପ୍ରଚଳନ କରିଛନ୍ତି l ଯାହାର ଫାଇଦା ଉଠାଉଛନ୍ତି ଗରିବ ଲୋକ l  ତେଣୁ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ଫାଇଦା ଦେବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ କ୍ଷୁଦ୍ର ସଞ୍ଚୟ ଯୋଜନା ଆରମ୍ଭ କରାଯାଇଛି ।

ତେବେ ସେହି ସଞ୍ଚୟ ଯୋଜନା ପାଇଁ କିଛି ନୀତିନିୟମ ରହିଛି l ଯେଉଁଥିରେ ପରିବର୍ତ୍ତନ କରାଯାଇଛି l କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ବ୍ୟାପାର ବିଭାଗ ପକ୍ଷରୁ ଏହି ପରିବର୍ତ୍ତନ ନେଇ ସୂଚନା ଦିଆଯାଇଛି । ବର୍ତ୍ତମାନ ସମୟରେ ଦେଶରେ କ୍ଷୁଦ୍ର ସଞ୍ଚୟ ଯୋଜନା ଅଧିନରେ ସର୍ବମୋଟ ୯ଟି ଯୋଜନା କାର୍ଯ୍ୟକାରୀ କରାଯାଉଛି । କ୍ଷୁଦ୍ର ଯୋଜନା ମଧ୍ୟରେ ରହିଛି ରିକରିଂ ଡିପୋଜିଟ ତଥା ଆରଡି ସୁବିଧା , ସୁକନ୍ୟା ସମୃଦ୍ଧି ଯୋଜନା , ମହିଳା ସମ୍ମାନ ସେଭିଂ ସ୍କିମ ସାର୍ଟିଫିକେଟ, କିଷାନ ବିକାଶ ପାତ୍ର, ନ୍ୟାସନାଲ ସେଭିଙ୍ଗ ସାର୍ଟିଫିକେଟ ଓ ସିନିୟର ସିଟିଜେନ ସେଭିଙ୍ଗ ସ୍କିମ ।

ତେବେ ନିକଟରେ ସରକାରଙ୍କ ଦ୍ୱାରା ପ୍ରଚଳିତ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ, ସିନିୟର ସିଟିଜେନ ସେଭିଂ ସ୍କିମ ସହିତ ଅନ୍ୟ କ୍ଷୁଦ୍ର ସଞ୍ଚୟ ଯୋଜନାରେ କିଛି କିଛି ନିୟମରେ ପରିବର୍ତ୍ତନ ଆଣିବା ପାଇଁ ନିଷ୍ପତି ନେଇଛନ୍ତି । ଯଦି ଆପଣମାନେ ଏହିସବୁ ଯୋଜନାରେ ନିଜ ଅର୍ଥ ନିବେଶ କରିଛନ୍ତି ତେବେ ଏହି ଯୋଜନା ଗୁଡିକରେ ହୋଇଥିବା ପରବର୍ତ୍ତିତ ନିୟମ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ ।

ତେବେ ଏହି ନିଷ୍ପତ୍ତି ପରେ ସିନିୟର ସିଟିଜେଟ ସେଭିଂ ସ୍କିମର ଆକାଉଣ୍ଟ ଖୋଲିବାର ଅବଧିକୁ ବୃଦ୍ଧି କରାଯାଇଛି । ଏଣିକି ଜଣେ ବ୍ୟକ୍ତି ଅବସର ନେବା ପରେ ୪ ମାସ ମଧ୍ୟରେ ଆକାଉଣ୍ଟ ଖୋଲିପାରିବେ । ପୂର୍ବରୁ ତାହା ୧ ମାସ ସମୟର ଅବଧି ରହିଥିଲା ।

ପିପିଏଫ ସ୍କିମର ସମୟ ପୂର୍ବରୁ ଆକାଉଣ୍ଟ ବନ୍ଦ ନିୟମ ମଧ୍ୟ ବଦଳି ଯାଇଛି । ସେହିପରି ଯଦି ଜଣେ ପାଞ୍ଚ ବର୍ଷିଆ ଯୋଜନାରେ ନିଜ ଅର୍ଥ ନିବେଶ କରିଥିବେ ଏବଂ ସମୟ ପୂର୍ବରୁ ୪ ବର୍ଷରେ ଆକାଉଣ୍ଟ ବନ୍ଦ କରନ୍ତି ତେବେ ସୁଧର ଅର୍ଥ ପୋଷ୍ଟ ଅଫିସ ସେଭିଂ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯିବ ବୋଲି ସୂଚନା ଦେଇଛି ମନ୍ତ୍ରଣାଳୟ । ଯଦି ଜଣେ ୫ ବର୍ଷିଆ ଟର୍ମ ଡିପୋଜିଟରେ ନିଜ ଅର୍ଥ ନିବେଶ କରିଥିବେ ଏବଂ ଆପଣ ୪ ବର୍ଷରେ ଖାତା ବନ୍ଦ କରିବେ ତେବେ ୩ ବର୍ଷର ଟର୍ମ ଡିପୋଜିଟ ଆଧାରରେ ସୁଧ ହିସାବ କରାଯାଇ ଦିଆଯିବ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments