1. ସରକାରୀ ସ୍କିମ

କ'ଣ ଏହି ଏସ୍ଏମବିପି କମ୍ପାନୀ ? ଯିଏ ବଢ଼ାଇବ ମହିଳାଙ୍କ ରୋଜଗାର…

ମହିଳାଙ୍କୁ ସହଯୋଗର ହାତ ବଢ଼ିଛି ମିଶନ ଶକ୍ତି l ଯାହା ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ l ମିଶନ ଶକ୍ତି ମହିଳାଙ୍କୁ ରାଜାଗାରକ୍ଷମ ହେବ ପାଇଁ ଏନେକ ସୁଯୋଗ ସୃଷ୍ଟି କରିଛି l ଚାଷ କାର୍ଯ୍ୟରୁ ନେଇ ହାତବୁଣା କାର୍ଯ୍ୟ ପର୍ଯ୍ୟନ୍ତ ସହଯୋଗ କରୁଛି ମହିଳାଙ୍କୁ ମିଶନ ଶକ୍ତି l

Tanushree Mahapatra
Tanushree Mahapatra
SMBP Company formed for women weavers , imagre source - mission shakti

SMBP Company formed for women weavers , imagre source - mission shakti

ମହିଳାଙ୍କୁ ସହଯୋଗର ହାତ ବଢ଼ିଛି ମିଶନ ଶକ୍ତି l ଯାହା ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ l ମିଶନ ଶକ୍ତି ମହିଳାଙ୍କୁ ରାଜାଗାରକ୍ଷମ ହେବ ପାଇଁ ଏନେକ ସୁଯୋଗ ସୃଷ୍ଟି କରିଛି l ଚାଷ କାର୍ଯ୍ୟରୁ ନେଇ ହାତବୁଣା କାର୍ଯ୍ୟ ପର୍ଯ୍ୟନ୍ତ ସହଯୋଗ କରୁଛି ମହିଳାଙ୍କୁ ମିଶନ ଶକ୍ତି l ତେବେ ଏବେ ଆଉ ଏକ ପଦକ୍ଷେପ ନିଆଯାଇଛି ମିଶନ ଶକ୍ତି ଦ୍ୱାରା ଯାହା ମହିଳା ବୁଣାକାରଙ୍କ ଆର୍ଥିକ ସ୍ଥିତିକୁ ଆହୁରି ମଜବୁତ କରିବ l

ମହିଳା ବସ୍ତ୍ର ବୁଣାକାରଙ୍କ ଉନ୍ନତି ପାଇଁ ରାଜ୍ୟରେ ପ୍ରଚଳିତ ମିଶନ ଶକ୍ତିରେ ଆଉ ଏକ ପଦକ୍ଷେପ ନିଆଯାଇଛି । ଏମାନଙ୍କ ଉତ୍ପାଦିତ ସମ୍ବଲପୁରୀ ବସ୍ତ୍ରକୁ ଉପଯୁକ୍ତ ବଜାର ଦେବା ସହିତ ଉପଯୁକ୍ତ ଦରରେ ବିକ୍ରି ପାଇଁ ତାଲିମ ବ୍ୟବସ୍ଥା ପାଇଁ ଗଠନ ହେଲା ସମ୍ବନ୍ଧ ମହିଳା ବୁଣାକାର ଉତ୍ପାଦକ କଂପାନି ଲିମିଟେଡ (ଏସ୍ଏମବିପି) । ତେବେ ଏଥିପାଇଁ ମିଶନ ଶକ୍ତି ପକ୍ଷରୁ ପ୍ରାୟ ୧କୋଟି ୧୮ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି ସରକାରଙ୍କ ନିକଟରେ । ବ୍ୟୟ ବରାଦ ଦେଇଥିବା ଏହି କଂପାନି ପକ୍ଷରୁ ଭୁବନେଶ୍ଵର ବନ୍ଦରରେ ସମ୍ବଲପୁରୀ ବସ୍ତ୍ରର ବିକ୍ରି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି 

ସମ୍ବଲପୁରୀ ବସ୍ତ୍ରର ଚାହିଦା ଆଜି ବିଶ୍ଵର କୋଣ ଅନୁକୋଣରେ ନିଜର ପରିଚୟ ସୃଷ୍ଟି କରିଛି । କିନ୍ତୁ କାରିଗରମାନଙ୍କ ସ୍ଥିତି ଯଦିଓ ଆଗଠାରୁ ସୁଧୁରିଛି ତଥାପି ଆଶାନୁରୂପ ଭାବେ ଏ ପର୍ଯ୍ୟନ୍ତ ସୁଦୃଢ ହୋଇପାରିନାହିଁ । ତେଣୁ ରାଜ୍ୟ ସରକାର ଏମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ମଧ୍ୟ କରୁଛନ୍ତି ରାଜ୍ୟରେ । କିନ୍ତୁ ବେଳେବେଳେ ସେମାନେ ଜିଏସଟି ଭଳି ସମସ୍ୟାର ମଧ୍ୟ ସାମ୍ମନା କରୁଛନ୍ତି । ଯେଉଁଥିପାଇଁ ଅନେକ କ୍ଷତି ସହବାକୁ ପଡୁଛି l ତେବେ ମହିଳା ବୁଣାକାରଙ୍କ କପଡା ବୁଣାରେ ସିଂହଭାଗ ଭୂମିକା ରହିଛି । ଏଭଳି ସ୍ଥିତିରେ ସମ୍ବଲପୁର ଜିଲ୍ଲାର ପ୍ରତି ମହିଳା ବୁଣାକାରଙ୍କ ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ କରିବାକୁ ମିଶନ ଶକ୍ତି ଏକ ଉତ୍ପାଦକ କଂପାନି ଗଠନ କରିଛି । ଏହି କଂପାନି ପାଇଁ ସରକାରଙ୍କ ନିକଟରୁ ୧ କୋଟି ୧୮ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ଗତ ଛଅ ମାସ ମଧ୍ୟରେ  କଂପାନୀର ପଞ୍ଜିକରଣ ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ଶେଷ ହୋଇଛି ବୋଲି ସୂଚନା ମିଳିଛି ।

ତେବେ ସମ୍ବଲପୁର ଜିଲ୍ଲାର କର୍ଡୋଲା , କନ୍ଧରାର , ଚାରପାଲି ଓ ହୁମା ଅଞ୍ଚଳରେ ଥିବା ସମ୍ବଲପୁରୀ ଶାଢ଼ୀ ମହିଳା  ବୁଣାକାରଙ୍କୁ ନେଇ ଏହି କମ୍ପାନି ଗଠନ ହୋଇଛି ବୋଲି କୁହାଯାଉଛି । ବିଶେଷ କରି ଏହି କମ୍ପାନି ବୁଣାକାରଙ୍କୁ ବାନ୍ଧକଳା ତାଲିମ , ରଙ୍ଗ , ନୂତନ ଡିଜାଇନ୍ ପ୍ରସ୍ତୁତି ଭଳି କାର୍ଯ୍ୟ ପାଇଁ ତାଲିମ ପ୍ରଦାନ କରିବେ l ସେହିପରି ମହିଳା କାରିଗରମାନେ ପ୍ରସ୍ତୁତ କରୁଥିବା ଏହି ବସ୍ତ୍ରର ସ୍ବତନ୍ତ୍ର ବିକ୍ରୟ ବ୍ୟବସ୍ଥା ମଧ୍ୟ କରାଯିବ ।

ଦକ୍ଷତା ବୃଦ୍ଧି ଓ କମ୍ପାନି କୋଠା ନିର୍ମାଣ ପାଇଁ ପ୍ରାୟ ୯ ଲକ୍ଷ ୨୨ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଅନ୍ୟପଟେ ବୈଷୟିକ ଜ୍ଞାନ ବାବଦକୁ ପ୍ରାୟ ୭୫ ହଜାର ଟଙ୍କା, ବୁଣାକାରଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ବ୍ୟବହାର ଯନ୍ତ୍ରପାତି ବାବଦକୁ ପ୍ରାୟ ୩୭ ଲକ୍ଷ ଟଙ୍କା, ମହିଳାଙ୍କ ବୁଣା କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରାୟ ୪୧.୯୭ ଲକ୍ଷ ଟଙ୍କା ସହିତ ଏହାର ପ୍ରସାର ପ୍ରଚାର ପାଇଁ  ୫ ଲକ୍ଷ ଟଙ୍କା ସେହିଭଳି ବିକ୍ରୟ ବ୍ୟବସ୍ଥା ପାଇଁ ୬ ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପ୍ରାୟ ୧୮ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି । 

ବର୍ତ୍ତମାନ କିଛି ମହିଳା ବୁଣାକାରଙ୍କୁ ନେଇ ବାନ୍ଧ କଳା ତାଲିମ ପ୍ରଦାନ ଚାଲିଛି । ସେହିପରି ଓରମାସ୍ ର ସମ୍ବଲପୁର ମୁଖ୍ୟ ଶ୍ରୀମନ୍ତ ହୋତାଙ୍କ ପ୍ରଦାନ ସୂଚନା ଅନୁଯାୟୀ ସମ୍ବଲପୁରୀ ବସ୍ତ୍ରର ବ୍ୟାପକ ପ୍ରଚାର ପ୍ରସାର ଓ ବିକ୍ରୟ ପାଇଁ ଏହି ପଦକ୍ଷେପ ଗ୍ରହଣ ହୋଇଛି । ତେବେ ଏହି ଜିଲ୍ଲାର ବୁଣାକାରଙ୍କ ଦ୍ୱାରା  ପ୍ରସ୍ତୁତ ସମ୍ବଲପୁରୀ ବସ୍ତ୍ରର ସ୍ବତନ୍ତ୍ର ବିକ୍ରୟ ବ୍ୟବସ୍ଥା ପାଇଁ ଭୁବନେଶ୍ବର ଏୟାରପୋର୍ଟରେ ମଧ୍ୟ ଓରମାସ୍ ତରଫରୁ ବିକ୍ରୟ କେନ୍ଦ୍ର ବ୍ୟବସ୍ଥା ହୋଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଶା କରାଯାଉଛି ଏହି ନୂତନ ନିଷ୍ପତ୍ତି ଦ୍ୱାରା ମହିଳା ବୁଣାକାରଙ୍କୁ ଉଚିତ ପ୍ରାପ୍ୟ ମିଳିପାରିବ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments