
subhadra scheme money credited in accounts, image source - pexels
ମହିଳାଙ୍କ ପାଇଁ ଖୁସି ଖବର l ମହିଳାଙ୍କୁ ମିଳିଛି ସୁଭଦ୍ରା ଟଙ୍କା l ଖାତାକୁ ଆସିଛି ଟଙ୍କା । ଏହି ଯୋଜନାର ପ୍ରଥମ କିସ୍ତି ଆସିବା ପୂର୍ବରୁ ମହିଳାଙ୍କୁ ଟେଷ୍ଟିଂ ପାଇଁ ଆକାଉଣ୍ଟରେ ଟଙ୍କା ଟିଏ ଆସିଛି। ଆସନ୍ତାକାଲି ୧୭ ତାରିଖରେ ଆସିବା ପୁରା ଟଙ୍କା। ମୋଦି ଏହି ଟଙ୍କା ପ୍ରଦାନ କରିବେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ l ସୁଭଦ୍ରା ହିତାଧିକାରୀଙ୍କ ମଧ୍ୟରେ ଖୁସୀର ଲହରୀ ଖେଳି ଯାଇଛି l କାରଣ ଟେଷ୍ଟିଂ ପାଇଁ ଆକାଉଣ୍ଟକୁ ଟଙ୍କାଟିଏ ଆସିବା ପରେ ମିଳିଛି ମହିଳାଙ୍କୁ ଅଶ୍ଵସ୍ତି l ରାଜ୍ୟର ବିଭିନ୍ନ ସ୍ଥାନରେ ମହିଳାଙ୍କ ଆକାଉଣ୍ଟରେ ଟଙ୍କା ଟିଏ ଜମା କରାଯାଇଛି । ସୁଭଦ୍ରା ତାଙ୍କ ପାଇଁ ଚାରିଆଡେ ଉତ୍ସାହ ଦେଖିବାକୁ ମିଳିଛି। ପଦଯାତ୍ରା ପ୍ରସ୍ତୁତି ପୂର୍ବରୁ ଆକାଉଣ୍ଟକୁ ଏବେ ଆସିଲା ଟେଷ୍ଟିଂ ଟଙ୍କା । ଏବେ ଅପେକ୍ଷା ମୂଳ ଟଙ୍କାକୁ l
ତେବେ ଆସନ୍ତାକାଲି ୧୭ ତାରିଖରେ ଶୁଭାରମ୍ଭ ହେବ ‘ସୁଭଦ୍ରା’ ଯୋଜନା । ୧୫ ତାରିଖ ପର୍ଯ୍ୟନ୍ତ ଯେଉଁମାନେ ଆବେଦନ କରିଥିବେ ସେମାନଙ୍କ ପାଖକୁ ୧୭ ତାରିଖରେ ପ୍ରଥମ କିସ୍ତି ଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତେବେ ଏ ନେଇ ମହିଳା ବେଶ ଖୁସିଥିବା ଦେଖିବାକୁ ମିଳିଛି l
ଆବେଦନ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ୍ :-
ଏହି ଯୋଜନାର ଲାଭ ପାଇବାକୁ ମହିଳାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିବାକୁ ପଡିବ
-ଆଧାର କାର୍ଡ
-ବ୍ୟାଙ୍କ ଆକାଉଣ୍ଟ ଷ୍ଟେଟମେଣ୍ଟ
-ଠିକଣା ପ୍ରମାଣ
-ଆୟ ପ୍ରମାଣପତ୍ର
ଏହି ଯୋଜନାର ଲାଭ କିଏ କିଏ ପାଇପାରିବ :-
-କେବଳ ୨୧ ରୁ ୬୦ ବର୍ଷ ବୟସର ମହିଳାମାନେ ଏହି ଯୋଜନାର ଲାଭ ପାଇବେ
-ସର୍ବାଧିକ ଆର୍ଥିକ ସହାୟତା ପ୍ରତିବର୍ଷ ୧୦,୦୦୦ ଟଙ୍କା ହେବ
-ଏହି ରାଶି ପ୍ରତ୍ୟେକ ୫୦୦୦ ଟଙ୍କା ଦୁଇଟି କିସ୍ତିରେ ଦିଆଯିବ
-ଏହି ଯୋଜନା ଅଧୀନରେ ସୁଭଦ୍ରା ଡେବିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯିବ
-ସର୍ବାଧିକ ପଞ୍ଚାୟତ ପ୍ରତି ୧୦୦ ମହିଳାଙ୍କୁ ଅତିରିକ୍ତ ୫୦୦ ଟଙ୍କା ପ୍ରଦାନ କରାଯିବ ଯେଉଁମାନେ ସର୍ବାଧିକ ଡିଜିଟାଲ୍ କାରବାର କରନ୍ତି
ଅନଲାଇନ୍ ଏବଂ ଅଫଲାଇନରେ ଫର୍ମ ପୂରଣ କରାଯାଇପାରିବ :-
ସୁଭଦ୍ରା ଯୋଜନାର ହିତାଧିକାରୀ ମହିଳା, ଅଫଲାଇନରେ ଫର୍ମ ପୂରଣ କରିପାରିବେ l ଏହା ବ୍ୟତୀତ ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଅନଲାଇନ୍ ଆବେଦନ କରାଯାଇପାରିବ l ଅଙ୍ଗନୱାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ ଏବଂ ମୋ ସେବା କେନ୍ଦ୍ରରେ ଏହି ଫର୍ମଗୁଡିକ ମାଗଣାରେ ଉପଲବ୍ଧ l ଯୋଗ୍ୟ ହିତାଧିକାରୀମାନେ ସୁଭଦ୍ରା ଏଟିଏମ୍ କାର୍ଡ ପାଇବେ ।
ସୁଭଦ୍ରା ଯୋଜନା ଆରମ୍ଭ ପାଇଁ ମାତ୍ର ଅଳ୍ପ ସମୟ ବାକି ଅଛି। ସେପ୍ଟେମ୍ବର ୧୭ ରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୋଜନାକୁ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବରରେ ଓଡିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୋଜନାକୁ ଉଦଘାଟନ କରିବେ। ଏହି ଯୋଜନା ଓଡିଶାର ମହିଳାମାନଙ୍କ ପାଇଁ ଅଟେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଯୋଜନା ଘୋଷଣା କରିଛନ୍ତି । ଅଗଷ୍ଟ ୨୨ ରେ ରାଜ୍ୟ କ୍ୟାବିନେଟ ବୈଠକରେ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ରୁ ଆର୍ଥିକ ବର୍ଷ ୨୦୨୮-୨୯ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନା ୨୦୨୮-୨୯ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବା ପାଇଁ ମୋଟ ୫୫,୮୨୫ କୋଟି ଟଙ୍କା ବଜେଟ୍ ସ୍ଥିର କରାଯାଇଛି।
ଅଧିକ ପଢ଼ନ୍ତୁ
Share your comments