1. ସରକାରୀ ସ୍କିମ

ଏଥର ପ୍ରତି ମାସରେ ମହିଳାଙ୍କୁ ସରକାର ଦେବେ ୧୦୦୦/-

ସରକାର ସର୍ବଦା ମହିଳାଙ୍କ ପାଇଁ ଅନେକ ଯୋଜନା ପ୍ରଚଳନ କରିଥାନ୍ତି ଯାହାଦ୍ୱାରା ମହିଳା ଅନେକ ଆର୍ଥିକ ସହାୟତା ପାଇଥାନ୍ତି l ଯାହାକୁ ନେଇ ସେମାନେ ଅନେକ କାର୍ଯ୍ୟରେ ଲଗାଇ ଲାଭବାନ ହୋଇପାରନ୍ତି l ତେବେ ଏବେ ମହିଳାଙ୍କ ପାଇଁ ଏକ ଖୁସି ଖବର ଆସିଛି ଯାହା ତାଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବ l

Tanushree Mahapatra
Tanushree Mahapatra
Tamil nadu launches kalaignar mahalir urimai thittam scheme, image source -pexels.com

Tamil nadu launches kalaignar mahalir urimai thittam scheme, image source -pexels.com

ସରକାର ସର୍ବଦା ମହିଳାଙ୍କ ପାଇଁ ଅନେକ ଯୋଜନା ପ୍ରଚଳନ କରିଥାନ୍ତି ଯାହାଦ୍ୱାରା ମହିଳା ଅନେକ ଆର୍ଥିକ ସହାୟତା ପାଇଥାନ୍ତି l ଯାହାକୁ ନେଇ ସେମାନେ ଅନେକ କାର୍ଯ୍ୟରେ ଲଗାଇ ଲାଭବାନ ହୋଇପାରନ୍ତି l ତେବେ ଏବେ ମହିଳାଙ୍କ ପାଇଁ ଏକ ଖୁସି ଖବର ଆସିଛି ଯାହା ତାଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବ l

ତେବେ ତାମିଲନାଡୁ ସରକାର  ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛନ୍ତି । ଏହି ରାଜ୍ୟର କାଞ୍ଚିପୁରମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏହି ଯୋଜନା ଆରମ୍ଭ କରିଥିବା ସୂଚନା ମିଳିଛି l ଯାହାର ନାମ କାଲାଇଗର ମହଲୀର ଉରିମାଇ ଥିଟମ ବୋଲି ଜଣାପଡିଛି । ଏହି ଯୋଜନା ମହିଳାମାନଙ୍କର ସାମାଜିକ କଲ୍ୟାଣ ଉପରେ ଧ୍ୟାନ ଦେଇ ପ୍ରଦାନ କରାଯାଇଥାଏ ।

ତାମିଲନାଡୁ ସରକାରଙ୍କ ସୂଚନା ଅନୁଯାୟୀ ଏହି ଯୋଜନା ଅଧୀନରେ ପ୍ରତି ଯୋଗ୍ୟ ମହିଳାମାନେ ସରକାରଙ୍କ ଠାରୁ  ଏକ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇବେ ପ୍ରତିମାସରେ । ଏହି ଯୋଜନା ଅଧୀନରେ ତାମିଲନାଡୁର ଏକ କୋଟିରୁ ଅଧିକ ମହିଳା ଆର୍ଥିକ ସହାୟତା ପାଇବାକୁ ଯାଉଛନ୍ତି । ଏହି ରାଜ୍ୟର କାଞ୍ଚିପୁରମରେ ଏହି ଯୋଜନା ଆରମ୍ଭ କରିବାବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏହି ଅବସରରେ ଅନେକ ହିତାଧିକାରୀ ମହିଳାଙ୍କୁ ଡେବିଟ୍ କାର୍ଡ ବଣ୍ଟନ ମଧ୍ୟ କରିଥିଲେ । ଏହି ଯୋଜନା ଆରମ୍ଭ ହେବା ପରେ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ନିଜ ନିଜ ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରିଥିଲେ ।

କାଲାଇଗାର୍ ହେଉଛି ଏକ ପ୍ରକାର ମହିଳା ଅଧିକାର ଅନୁଦାନ ଯୋଜନା । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସି.ଏନ୍ ଅନ୍ନଦୁରାଇଙ୍କ ଜନ୍ମ ବାର୍ଷିକୀ ଅବସରରେ ଏହି ଯୋଜନା ଆରମ୍ଭ କରିଥିବା ସୂଚନା ରହିଛି । ଏହି ଯୋଜନା ସ୍ୱର୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ବୋଲି କୁହାଯାଉଥିବା ଜଣାପଡିଛି । ଏହି ଯୋଜନାଟି ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧିଙ୍କ ନାମରେ ନାମିତ ହୋଇଛି, ଯିଏକି ରାଜ୍ୟରେ ତଥା ଦେଶରେ କାଲାଇଗନର୍ ଭାବରେ ଜଣାଶୁଣା ।

ଏହି ଯୋଜନା ବାସ୍ତବରେ ଏକ ମୋୖଳିକ ଆୟ କାର୍ଯ୍ୟକ୍ରମ ବୋଲି ବିବେଚନା କରାଯାଏ l ଯାହାର ଉଦ୍ଦେଶ୍ୟ ହେଉଛି ରାଜ୍ୟର ପ୍ରତି ଯୋଗ୍ୟ ମହିଳାମାନଙ୍କୁ ସଶକ୍ତ କରିବା l ଯେଉଁମାନେ ସେମାନଙ୍କ ପରିବାରର ମୁଖ୍ୟ ଭାବେ ପରିବାର ପ୍ରତିପୋଷଣ କରୁଛନ୍ତି । ତେବେ ଚଳିତ ବର୍ଷ ବଜେଟରେ ଏହି ଯୋଜନା ପାଇଁ ରାଜ୍ୟ ସରକାର ପ୍ରାୟତଃ ୭୦୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହା ଯୋଜନାକୁ ରାଜ୍ୟ ସରକାରଙ୍କ ସବୁଠାରୁ ବଡ ସାମାଜିକ କଲ୍ୟାଣ ଯୋଜନା ବୋଲି ମଧ୍ୟ କୁହାଯାଇଥାଏ । ଏଥିପାଇଁ ରାଜ୍ୟ ସରକାର ୧.୬୩ କୋଟି ଆବେଦନ ଗ୍ରହଣ କରିଛନ୍ତି ବୋଲି କୁହାଯାଉଛି । ତେବେ ଯାଞ୍ଚ ପରେ, ୧.୬ କୋଟି ଆବେଦନକାରୀ ସୁବିଧା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଏହି ରାଜ୍ୟରେ ।

ତେବେ ଏହି ଯୋଜନା ମାଧ୍ୟମରେ ୨୧ ବର୍ଷରୁ ଅଧିକ ମହିଳା ଏବଂ ଟ୍ରାନ୍ସଜେଣ୍ଡରମାନେ ଯୋଗ୍ୟ ଅଟନ୍ତି । ଏଥିପାଇଁ ଉଭୟ ବିବାହିତ ଏବଂ ଅବିବାହିତା ମହିଳା ଆବେଦନ କରିପାରିବେ ବୋଲି ସରକାର ମତ ପ୍ରକାଶ କରିଛନ୍ତି l ତେବେ ଏଥିଏ ଏକମାତ୍ର ସର୍ତ୍ତ ହେଉଛି ଆବେଦନ କରିଥିଲା ମହିଳା ନିଜ ପରିବାରର ମୁଖ୍ୟ ହେବା ଉଚିତ୍ । ଆବେଦନକାରୀଙ୍କ ବାର୍ଷିକ ଆୟ ପ୍ରାୟ ୨.୫ ଲକ୍ଷରୁ କମ୍ ହେବା ଉଚିତ୍ । ସରକାରଙ୍କ କହିବା ଅନୁଯାୟୀ ଏହି ଯୋଜନା ଅଧୀନରେ ସମସ୍ତ ଅର୍ଥ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ DBT ମାଧ୍ୟମରେ ପଠାଯିବ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments