1. ସରକାରୀ ସ୍କିମ

ବଢିବ ଯୋଜନା ଟଙ୍କା , ମିଳିବ ୧୫୦୦ ଟଙ୍କା ପ୍ରତି କିସ୍ତିରେ

ମହିଳାଙ୍କୁ ସମସ୍ତ କ୍ଷେତ୍ରରେ ସୁଦୃଢ କରିବା ପାଇଁ ସମସ୍ତ ପ୍ରକାର ଆର୍ଥିଉକା ସହାୟତା ପ୍ରଦାନ କରାଯାଉଛି l ଯାହାଦ୍ୱାରା ସେମାନେ ରୋଜଗାରକ୍ଷମ ହୋଇପାରିବେ l କୃଷି ରୁ ଶିକ୍ଷା ପର୍ଯ୍ୟନ୍ତ ସବୁଠି ରାଜ୍ୟ ଏବଂ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ମହିଳାଙ୍କୁ l ସେହିପରି ଆପଣମାନେ ଜାଣିଛନ୍ତି ଆଗକୁ ଆସୁଛି ନିର୍ବାଚନ ପ୍ରକ୍ରିୟା । ଯାହାପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସମସ୍ତ ସରକାର । ଦେଶର ଲୋକମାନଙ୍କ ଭରସା ଜିତିବା ପାଇଁ ନିର୍ବାଚନରେ ବିଜୟୀ ହେବା ପାଇଁ ଏବେଠୁ ମାଷ୍ଟରପ୍ଲାନ କରୁଛନ୍ତି ବିଭିନ୍ନ ରାଜନୀତିକ ଦଳ ।

Tanushree Mahapatra
Tanushree Mahapatra
The chief minister will pay rs 1500 for the additional plan , image source - pexels.com

The chief minister will pay rs 1500 for the additional plan , image source - pexels.com

ମହିଳାଙ୍କୁ ସମସ୍ତ କ୍ଷେତ୍ରରେ ସୁଦୃଢ କରିବା ପାଇଁ ସମସ୍ତ ପ୍ରକାର ଆର୍ଥିଉକା ସହାୟତା ପ୍ରଦାନ କରାଯାଉଛି l ଯାହାଦ୍ୱାରା ସେମାନେ ରୋଜଗାରକ୍ଷମ ହୋଇପାରିବେ l କୃଷି ରୁ ଶିକ୍ଷା ପର୍ଯ୍ୟନ୍ତ ସବୁଠି ରାଜ୍ୟ ଏବଂ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ମହିଳାଙ୍କୁ l ସେହିପରି ଆପଣମାନେ ଜାଣିଛନ୍ତି ଆଗକୁ ଆସୁଛି ନିର୍ବାଚନ ପ୍ରକ୍ରିୟା  । ଯାହାପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସମସ୍ତ ସରକାର । 

ଦେଶର ଲୋକମାନଙ୍କ ଭରସା ଜିତିବା ପାଇଁ ନିର୍ବାଚନରେ ବିଜୟୀ ହେବା ପାଇଁ ଏବେଠୁ ମାଷ୍ଟରପ୍ଲାନ କରୁଛନ୍ତି ବିଭିନ୍ନ ରାଜନୀତିକ ଦଳ । ଏହା ମଧ୍ୟରେ ପ୍ରତି ମହିଳାମାନଙ୍କ ଆକାଉଣ୍ଟକୁ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଟଙ୍କା ପଠାଇପାରନ୍ତି ବୋଲି କୁହାଯାଉଛି । ତେବେ ମହିଳା ମାନଙ୍କୁ ଦିଆଯାଉଥିବା କିସ୍ତି ଟଙ୍କା ଅକ୍ଟୋବର ମାସରେ କିଛି ମାତ୍ରାରେ ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଏହି ରାଜ୍ୟ ସରକାରଙ୍କ ଦ୍ୱରା ପରିଚାଳିତ ଲାଡଲି ବେହନା ଯୋଜନାରେ ମୋଟ ୧୨୫୦ ଟଙ୍କା ମହିଳାଙ୍କୁ ପ୍ରଦାନ କରାଯାଉଛି l ମିଳୁଥିବା ବେଳେ ସରକାର ଏହାକୁ ୧୫୦୦ ଟଙ୍କାକୁ ବୃଦ୍ଧି କରିପାରନ୍ତି ବୋଲି କୁହାଯାଉଛି ।

ଅନ୍ୟପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବେ ପର୍ଯ୍ୟନ୍ତ ମହିଳାଙ୍କ ଆକାଉଣ୍ଟକୁ ମାସିକ ମୋଟ ୧୨୫୦ ଟଙ୍କା ପ୍ରଦାନ କରୁଥିବାର ଦେଖିବାକୁ ମିଳିଲା । ଏହା ପ୍ରତି ମାସ ୧୦ ତାରିଖରେ ମହିଳାଙ୍କ ବ୍ୟାଙ୍କ ଖାତାକୁ ଆସୁଥିବା ବେଳେ ଅକ୍ଟୋବର ମାସର କିସ୍ତି ୪ ତାରିଖରେ ପ୍ରଦାନ କରିପାରନ୍ତି ବୋଲି କୁହାଯାଉଛି । 

କାରଣ ନିର୍ବାଚନ କମିଶନଙ୍କ ଦ୍ୱାରା ଖୁବ ଶୀଘ୍ର ଇଲେକ୍ସନ ତାରିଖ ଘୋଷଣା କରାଯିବାର ସମ୍ଭାବନା ରହିଛି । ଯଦି ଏହା ହୁଏ ତେବେ ଚଳିତ ବର୍ଷ ଅକ୍ଟୋବର ମାସ ୫ ତାରିଖ ପରେ ଆଚାର ସଂହିତା ଲାଗୁ କରାଯାଇପାରେ ଚର୍ଚ୍ଚା ଜୋର ଧରିଛି । ତେଣୁ ଚଳିତ ବର୍ଷ ଅକ୍ଟୋବର ମାସ ୪ ତାରିଖରୁ ଏହି ପ୍ରଚଳିତ ଲାଡଲି ବେହନା ଯୋଜନାର କିସ୍ତି ଜାରି କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରାୟତଃ ୧.୨୫କୋଟି ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ, ତେବେ କିଛି ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ମହିଳାମାନଙ୍କ ବିକାଶ ପାଇଁ ଏହି ‘ଲାଡଲି ବେହନା ଯୋଜନା’ ଲଞ୍ଚ କରିଥିଲେ । ଯାହାଦ୍ୱାରା ପ୍ରତିମାସ ମହିଳାଙ୍କୁ ୧୦୦୦ ଟଙ୍କାର ଆର୍ଥିକ ରାଶି ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଏହା ଜୁନ୍ ମାସରେ ଶୁଭାରମ୍ଭ ହୋଇଥିବାବେଳେ ଅଗଷ୍ଟ ମାସରେ ରକ୍ଷା ବନ୍ଧନ ପାଇଁ ଯୋଜନାରେ ୨୫୦ ଟଙ୍କା ଅଧିକ ବୃଦ୍ଧି କରାଯାଇଥିଲା । ତେବେ ଆଗକୁ ଏହି କିସ୍ତିରେ  ୩୦୦୦ ଟଙ୍କା କରିବା ନେଇ ଘୋଷଣା କରାଯାଇଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments