1. ସରକାରୀ ସ୍କିମ

ଜାଣିଛନ୍ତି କି….! କ'ଣ ଏହି ଆଧାର ପେମେଣ୍ଟ ବ୍ରିଜ୍ ସିଷ୍ଟମ ?

ସରକାରଙ୍କ ବିଭିନ୍ନ ଯୋଜନାରେ କାମ କରିବାକୁ ଆସୁଥିବା ହିତାଧିକାରୀ ବ୍ୟାଙ୍କ ଆକାଉଣ୍ଟକୁ ଅପଡେଟ କରିବାରେ ବିଳମ୍ବ ଘଟୁଥିବା ଘଟଣା କେନ୍ଦ୍ର ସରକାରଙ୍କ ଦୃଷ୍ଟିକୁ ଆସିଛି । ବ୍ୟାଙ୍କ ଆକାଉଣ୍ଟ ନମ୍ବର ଯଥାଶୀଘ୍ର ଅପଡେଟ ହେବା କଥା । ଏହି ଦାୟିତ୍ୱ ସମ୍ପୃକ୍ତ ବ୍ୟାଙ୍କର ପ୍ରୋଗ୍ରାମ ଅଫିସରଙ୍କ ଉପରେ ନ୍ୟସ୍ତ ।

Tanushree Mahapatra
Tanushree Mahapatra
The progress of Aadhaar-based Payment System has been reviewed, image source - twitter

The progress of Aadhaar-based Payment System has been reviewed, image source - twitter

ସରକାରଙ୍କ ବିଭିନ୍ନ ଯୋଜନାରେ କାମ କରିବାକୁ ଆସୁଥିବା ହିତାଧିକାରୀ ବ୍ୟାଙ୍କ ଆକାଉଣ୍ଟକୁ ଅପଡେଟ କରିବାରେ ବିଳମ୍ବ ଘଟୁଥିବା ଘଟଣା କେନ୍ଦ୍ର ସରକାରଙ୍କ ଦୃଷ୍ଟିକୁ ଆସିଛି । ବ୍ୟାଙ୍କ ଆକାଉଣ୍ଟ ନମ୍ବର ଯଥାଶୀଘ୍ର ଅପଡେଟ ହେବା କଥା । 

ବ୍ୟାଙ୍କ ଆକାଉଣ୍ଟ ନମ୍ବର ଯଥାଶୀଘ୍ର ଅପଡେଟ ହେବା କଥା । ଏହି ଦାୟିତ୍ୱ ସମ୍ପୃକ୍ତ ବ୍ୟାଙ୍କର ପ୍ରୋଗ୍ରାମ ଅଫିସରଙ୍କ ଉପରେ ନ୍ୟସ୍ତ । ତେବେ ହିତାଧିକାରୀ ସମ୍ପୃକ୍ତ ଅଧିକାରୀଙ୍କ ପାଖରେ ଠିକ୍ ସମୟରେ ନିଜର ନୂଆ ଆକାଉଣ୍ଟ ନମ୍ବର ଦାଖଲ ନ କରିବାରୁ ତାହା ଅପଡେଟ୍ ହୋଇ ପାରୁନାହିଁ । ଏହା ଫଳରେ ସମ୍ପୃକ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ମଜୁରି ବାବଦ ପ୍ରାପ୍ୟ ପଠାଇବା ସମ୍ଭବ ହେଉନି । ପୁରୁଣା ଆକାଉଣ୍ଟରେ ସେ ଟଙ୍କା ପଠାଇଲେ ତାହା ଫେରିଆସୁଛି ।

ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କ ସହ ଆଲୋଚନା ଓ ପରାମର୍ଶ କରିବା ପରେ ଏହା ଜଣାପଡିଲା ଯେ ଏହି ଅସୁବିଧାକୁ ଦୂର କରିବାକୁ ଆଧାର ପେମେଣ୍ଟ ବ୍ରିଜ୍ ସିଷ୍ଟମ (ଏପିବିଏସ୍ ) ଶ୍ରମିକ /ହିତାଧିକାରୀଙ୍କୁ ମଜୁରି ପ୍ରଦାନ କରିବାରରଶ୍ରେଷ୍ଠ ମାର୍ଗ । ଏହା ମାଧ୍ୟମରେ ଡିବିଟି ବ୍ୟବସ୍ଥାକୁ ସଫଳତାର ସହିତ କାର୍ଯ୍ୟକାରୀ କରାଯାଇପାରିବ । ଏହା ଫଳରେ ହିତାଧିକାରୀଙ୍କୁ ଠିକ୍ ସମୟରେ ସେମାନଙ୍କ ମଜୁରି ମିଳିବ ।

ସ୍କିମ୍ ଡାଟାବେସ୍‌ରେ ଥରେ ଆଧାର ଅପଟେଡ୍ ହୋଇଗଲେ ହିତାଧିକାରୀ ନିଜର କର୍ମସ୍ଥଳ ବଦଳ କଲେ ବାରମ୍ବାର ବ୍ୟାଙ୍କ ଆକାଉଣ୍ଟ ଅପଡେଟ ବା ବଦଳାଇବାର ଆବଶ୍ୟକତା ପଡିବ ନାହିଁ । ଆଧାର ସମ୍ପୃକ୍ତ ଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ବା ଖାତାକୁ ହିତାଧିକାରୀଙ୍କ ମଜୁରି ସିଧାସଳଖ ପଠାଯାଇପାରିବ । ଯାହାର ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଥିବ (ଏହା ଅବଶ୍ୟ ଏମ୍‌ଜିନରେଗା ଭଳି ଯୋଜନାରେ ବିରଳ) ତାଙ୍କୁ ନିଜ ଆକାଉଣ୍ଟକୁ ବାଛିବାକୁ ପଡିବ ।

ଭାରତୀୟ ଜାତୀୟ ପେମେଣ୍ଟ କର୍ପୋରେସନ (ଏନ୍‌ପିସିଆଇ)ର ଡାଟା ଅନୁସାରେ ଯେଉଁଠି ଆଧାର ଡିବିଟ ସହିତ ଲିଙ୍କ ହୋଇଛି ସେଠାରେ ମଜୁରୀ ପ୍ରେରଣ ଜନତ ସଫଳତା ୯୯.୫୫% ବା ତା’ଠାରୁ ଅଧିକ । ଆକାଉଣ୍ଟଭିତ୍ତିକ ପେମେଣ୍ଟ ବ୍ୟବସ୍ଥାରେ ଏହି ସଫଳତା ହାର ପ୍ରାୟ ୯୮% । ଏପିବିଏସ୍ ପ୍ରକୃତ ହିତାଧିକାରୀଙ୍କୁ ସେମାନଙ୍କ ମଜୁରି ପାଇବାରେ ସାହାଯ୍ୟ କରୁଛି । ଏହା ଦ୍ୱାରା ନକଲି ହିତାଧିକାରୀ ଧରା ପଡୁଛନ୍ତି ଓ ପ୍ରାପ୍ୟ ପ୍ରଦାନରେ ଦୁର୍ନୀତି ସୁଯୋଗ ରହୁନାହିଁ । ଏମ୍‌ଜିନରେଗାରେ ଆଧାରଭିତ୍ତିକ ପେମେଣ୍ଟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ନ ଥିଲା । ଏଥିରେ ଆଧାର ଭିତ୍ତିକ ପେମେଣ୍ଟ ବ୍ରିଜ ସିଷ୍ଟମ କାର୍ଯ୍ୟକାରୀ ହେଉଥିଲା । ଆଧାରଭିତ୍ତିକ ପେମେଣ୍ଟ ସିଷ୍ଟମ (ଏବିପିଏସ୍‌)ର ସମୀକ୍ଷା କରାଯାଇଛି । ଏବେ ମଜୁରି ପ୍ରଦାନର ମିଳିତ ମାର୍ଗ ଯଥା ଏନ୍‌ଏସିଏଚ୍ ଓ ଏବିପିଏସ୍ ରୁଟ୍‌କୁ ୨୦୨୩ ଡିସେମ୍ବର ୩୧ବା ଅନ୍ୟାଦେଶ ପର୍ଯ୍ୟନ୍ତ ବ୍ୟବହାର କରିବାର ସମୟ ମିଆଦ ବଢାଇ ଦିଆଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ସ୍ପଷ୍ଟ କରିଦିଆଯାଇଛି ଯେ ଯେଉଁ ହିତାଧିକାରୀମାନେ କାମ ପାଇଁ ଆସିବେ ସେମାନଙ୍କୁ ‘ଆଧାର’ ନମ୍ବର ଦେବାକୁ ଅନୁରୋଧ କରାଯିବ ଏବଂ ସେଥିପାଇଁ କାମରୁ ବଂଚିତ କରାଯାଇପାରିବ ନାହିଁ । ଯଦି ଜଣେ ହିତାଧିକାରୀ କାମ ମାଗୁନାହିଁ, ସେ କ୍ଷେତ୍ରରେ ଏପିବିଏସ୍ ପାଇଁ ତାହାର ଯୋଗ୍ୟତା ଓ ଭବିଷ୍ୟତରେ କାମ କରିବାର ଦାବି ପ୍ରଭାବିତ ହେବ ନାହିଁ । କାମ କରିବା ବାଲା ଏପିବିଏସ ପାଇଁ ଯୋଗ୍ୟ ନୁହେଁ ବୋଲି ଦର୍ଶାଇ ତାହାର ଜବ୍‌କାର୍ଡକୁ ଡିଲିଟ କରି ହେବନାହିଁ ।

ଏମ୍‌ଜିନରେଗାରେ ୨୦୧୭ରୁ ଏପିବିଏସ୍ ବ୍ୟବହୃତ ହେଉଛି । ଏବେ ପ୍ରାୟ ସମସ୍ତ ବୟସ୍କ ବ୍ୟକ୍ତିଙ୍କୁ ଆଧାର ନମ୍ବର ମିଳିଥିବାରୁ ଏବେ ଭାରତ ସରକାର ଏହି ଯୋଜନାରେ ଏପିବିଏସ୍‌ର ବ୍ୟବହାରକୁ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । ଅତଏବ ଯେଉଁ ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟ ଏପିବିଏସ୍ ସହିତ ସଂଯୁକ୍ତ ମଜୁରି ସିଧାସଳଖ ସମ୍ପୃକ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତରେ ପହଞ୍ଚିବ । ଏହା ଏକ ନିରାପଦ, ତ୍ୱରିତ ଅର୍ଥ ପ୍ରେରଣ ମାଧ୍ୟମ । ଏଥିରେ ବାଟମାରଣା ବା ଅର୍ଥ ହେରଫେରର ସମ୍ଭାବନା ନାହିଁ । ମୋଟ ୧୪.୩୩ କୋଟି ସକ୍ରିୟ ହିତାଧିକାରୀଙ୍କ ମଧ୍ୟରୁ ୧୩.୯୭କୋଟି ଆଧାରରକୁ ଅଥେଣ୍ଟିକେଟ୍ କରାଯାଇଛି । ଏହା ଫଳରେ ୮୧. ୮୯% ସକ୍ରିୟ ଶ୍ରମିକ ଏପିବିଏସ୍ ପାଇଁ ଯୋଗ୍ୟ ହୋଇଛନ୍ତି ।

୨୦୨୩ ଜୁଲାଇରେ ପ୍ରାୟ ୮୮. ୫୧% ମଜୁରୀ ଏପିବିଏସ୍ ବ୍ୟବସ୍ଥାରେ ଶ୍ରମିକ/ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏମ୍‌ଜିନରେଗା ଏକ ଚାହିଦା ଭିତ୍ତିକ ଯୋଜନା । ଏହା ବିଭିନ୍ନ ପ୍ରକାରର ଅର୍ଥନୀତିକ କାରଣଣୁ ପ୍ରଭାବିତ ହୋଇଥାଏ । ତଥାପି ଏହି ହିତାଧିକାରୀଙ୍କୁ ମଜୁରୀ ସୁବିଧାରେ ପ୍ରଦାନ କରିବାକୁ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଆଧାର ଭିତ୍ତିକ ପେମେଣ୍ଟ ସିଷ୍ଟମ କେବଳ ଏକ ମାର୍ଗ, ଯାହା ମାଧ୍ୟମରେ ହିତାଧିକାରୀ ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ମଜୁରି ସିଧାସଳଖ ଯାଇଥାଏ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments