1. ସରକାରୀ ସ୍କିମ

DA HIKE: ସରକାର ନେଇ ପାରନ୍ତି ଏହି ବଡ଼ ନିଷ୍ପତ୍ତି

ମହଙ୍ଗା ଭତ୍ତା କେନ୍ଦ୍ର ଦ୍ୱାରା ବୃଦ୍ଧି ହୋଇଥାଏ l କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ବର୍ଷକୁ ଦୁଇଥର ହିଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ଓ ଦ୍ୱିତୀୟ ଥର ଜୁଲାଇରେ ହିଁ ମହଙ୍ଗା ଭତ୍ତା ବୃଦ୍ଧି ହୁଏ ଦେଶରେ ।

Tanushree Mahapatra
Tanushree Mahapatra
There may be a big decision on the da of central employees, image source - twitter

There may be a big decision on the da of central employees, image source - twitter

ମହଙ୍ଗା ଭତ୍ତା କେନ୍ଦ୍ର ଦ୍ୱାରା ବୃଦ୍ଧି ହୋଇଥାଏ l କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ବର୍ଷକୁ ଦୁଇଥର ହିଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ଓ ଦ୍ୱିତୀୟ ଥର ଜୁଲାଇରେ ହିଁ ମହଙ୍ଗା ଭତ୍ତା ବୃଦ୍ଧି ହୁଏ ଦେଶରେ । ମହଙ୍ଗା ଭତ୍ତାରେ ବୃଦ୍ଧିର ଅପେକ୍ଷା କରିଥାନ୍ତି ପ୍ରତ୍ୟେକ କେନ୍ଦ୍ର ସରକାରୀ କର୍ମଚାରୀ  ।

ତେବେ କିଛି ରାଜ୍ୟରେ ଏବେ ମହଙ୍ଗା ଭତ୍ତା ବୃଦ୍ଧି ମଧ୍ୟ କରାଯାଇଛି l ତେବେ ମହଙ୍ଗା ଭତ୍ତାରେ ବୃଦ୍ଧି ଯୋଗୁଁ ସରକାରୀ କର୍ମଚାରୀଙ୍କ ଦରମା ମଧ୍ୟ ବଢ଼ିଥାଏ ଓ ସେମାନେ ଏହା ଅଧୀନରେ ଅଧିକ ଟଙ୍କା ପାଆନ୍ତି ।  ଶ୍ରମ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାହକ ମୂଲ୍ୟ ସୂଚକାଙ୍କ ଆଧାରରେ ଡିଏ ଗଣନା କରାଯାଏ । ସେହି ଅନୁଯାୟୀ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ମଧ୍ୟ ବୃଦ୍ଧି କରାଯାଇଥାଏ ।

ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଯାହାକି ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହିଁ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ । କିନ୍ତୁ ଏହା ବଢିବା ଦ୍ୱାରା ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇଥାଏ l

ତେବେ ମିଳିଥିବା ସୂଚନା ଅନୁଯାୟୀ ୨୦୨୩ର ଦ୍ଵିତୀୟ ଥର ପାଇଁ ହେବାକୁ ଥିବା ଡିଏ ବୃଦ୍ଧି ସହିତ କେନ୍ଦ୍ର ସରକାର ଫିଟମେଣ୍ଟ ଫ୍ୟାକ୍ଟର୍ ମଧ୍ୟ ବୃଦ୍ଧି କରିପାରିବେ । ଯଦି ଫିଟମେଣ୍ଟ ଫ୍ୟାକ୍ଟରର ସରକାର କୌଣସି ବୃଦ୍ଧି ଘୋଷଣା କରନ୍ତି , ତେବେ କର୍ମଚାରୀଙ୍କ ମୂଳ ବେତନରେ ଯଥେଷ୍ଟ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି । ତେବେ ସରକାର ଏ ସମ୍ପର୍କରେ ସରକାରୀ ଘୋଷଣା କରି ପାରନ୍ତି ବୋଲି ଆଶା ରହିଛି । କର୍ମଚାରୀମାନେ ବର୍ତ୍ତମାନ ୨.୫୭ ପ୍ରତିଶତ ଫିଟମେଣ୍ଟ ଫ୍ୟାକ୍ଟର୍ ପାଉଛନ୍ତି । ସେହିପରି ୪୨୦୦ ଟଙ୍କା ଗ୍ରେଡ୍ ଦରମା ଥିବା ଜଣେ କର୍ମଚାରୀଙ୍କୁ ୧୫,୫୦୦ ଟଙ୍କା ମୂଳ ଦରମା ମିଳିଥାଏ ପ୍ରତିବର୍ଷ । ଏବେ ସରକାରୀ କର୍ମଚାରୀମାନେ ଦାବି କରୁଛନ୍ତି ଯେ ଫିଟମେଣ୍ଟ ଫ୍ୟାକ୍ଟର ଟଙ୍କାକୁ ୩.୬୮ ପ୍ରତିଶତକୁ ବୃଦ୍ଧି କରାଯାଉ । ଯଦି ଆଗକୁ ଏଥିରେ କୌଣସି ପ୍ରକାର ବୃଦ୍ଧି ଘଟେ, ତେବେ ସର୍ବନିମ୍ନ ମଜୁରୀ ୧୮,୦୦୦ ଟଙ୍କା ରୁ ୨୬୦୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି କୁହାଯାଉଛି ।

ଏହା ବ୍ୟତୀତ ସରକାର ବର୍ଷର ଦ୍ଵିତୀୟ ଥର ପାଇଁ ପ୍ରଦାନ କରିବାକୁ ଥିବା ମହଙ୍ଗା ଭତ୍ତା (ଡିଏ) ଏବଂ ଏହା ସହିତ ମହଙ୍ଗା ରିଲିଫ୍ (DR) କୁ ଚାରି ପ୍ରତିଶତ ବୃଦ୍ଧି କରିପାରିବେ କେନ୍ଦ୍ର ସରକାର । ସୂଚନା ଅନୂଯାୟୀ ଚଳିତ ବର୍ଷ ପ୍ରଥମ ଥର ପାଇଁ ଦେଇଥିବା ସରକାର DA ଏବଂ DRକୁ ଚାରି ପ୍ରତିଶତ ବୃଦ୍ଧି କରିଛନ୍ତି । ଯଦି ଆଗକୁ ଏହା ଚାରି ପ୍ରତିଶତ ବୃଦ୍ଧି ହୁଏ, ତେବେ ଡିଏ ୪୨ ପ୍ରତିଶତରୁ ବୃଦ୍ଧି ପାଇ ୪୬ ପ୍ରତିଶତ ହେବ । ଏହି ବୃଦ୍ଧି ଘଟିଲେ କର୍ମଚାରୀଙ୍କ ଦରମା ମଧ୍ୟ ବୃଦ୍ଧି ପାଇବ । ତେବେ ପୂର୍ବରୁ ମାର୍ଚ୍ଚ ୨୦୨୨ରେ ସରକାର କର୍ମଚାରୀଙ୍କ DA କୁ ତିନି ପ୍ରତିଶତ ବୃଦ୍ଧି କରିଥିଲେ । ଏହି ବୃଦ୍ଧି ପରେ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୩୧ ପ୍ରତିଶତରୁ ପ୍ରାୟ ୩୪ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ଏହା ପରେ DA ରେ ଦୁଇଥର ଚାରି ପ୍ରତିଶତ ବୃଦ୍ଧି ଘଟିଛି । ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଦ୍ୱିତୀୟାର୍ଦ୍ଧ ପାଇଁ ଡିଏରେ ବୃଦ୍ଧିକୁ ସରକାର ଅନୁମୋଦନ କରିଛନ୍ତି। କିନ୍ତୁ ଏଥର ଅଗଷ୍ଟ ମାସରେ ଘୋଷଣା ହେବାର ସମ୍ଭାବନା ଅଛି।

ଏହି ସରକାରୀ ଯୋଜନାରେ ବୃଦ୍ଧି ହେଲା ସହାୟତା ରାଶି

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments