1. ସରକାରୀ ସ୍କିମ

MKUY Scheme : ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଭଳି ଯୋଜନାର ପରିକଳ୍ପନା କରିଛନ୍ତି ଯାହା ରାଜ୍ୟ କୃଷି ଓ ଶସକ୍ତି କରଣ ବିଭାଗ ଅଧୀନରେ କାର୍ଯ୍ୟରତ । ୨୦୧୮ ମସିହାରେ ରାଜ୍ୟରେ କୃଷି ଉଦ୍ୟୋଗକୁ ପ୍ରତ୍ସାହନ ଦେବାପାଇଁ ଆରମ୍ଭ ହୋଇଥିଲା ଏହି ଯୋଜନା । ସରକାରଙ୍କ ଲକ୍ଷ ଥିଲା ଯେ ରାଜ୍ୟର ସମସ୍ତ କୃଷିଭାଇଙ୍କୁ କୃଷି ଉଦ୍ୟୋଗୀରେ ପରିଣତ କରିବା, ସେମାନଙ୍କର ଆୟ ବୃଦ୍ଧି କରିବା ଏବଂ କୃଷି ଓ ଆନୁଷାଙ୍ଗିକ ଭଳି କ୍ଷେତ୍ରରେ ନିଯୁକ୍ତିର ସମ୍ଭାବନା ସୃଷ୍ଟି କରିବା ।

Tanushree Mahapatra
Tanushree Mahapatra
to know about mukhyamnatri krushi udyog yojana scheme

to know about mukhyamnatri krushi udyog yojana scheme

ଯେପରି ଆପଣ ସମସ୍ତେ ଜାଣିଛନ୍ତି ଓଡ଼ିଶା ହେଉଛି ଏକ କୃଷି ପ୍ରଧାନ ରାଜ୍ୟ । କୃଷକ ମାନଙ୍କ ଉନ୍ନତି ପାଇଁ ଓଡିଶା ରାଜ୍ୟ ସରକରାର ସର୍ବଦା ତତ୍ପର l ପ୍ରଗତିଶୀଳ କୃଷି ନୀତି ଜରିଆରେ ନୂତନ ପଦକ୍ଷେପ ଗ୍ରହଣ କରାଯାଉଛି । କୃଷି ଭଳି ଏକ ପାରମ୍ପାରିକ କ୍ଷେତ୍ରକୁ ଶିଳ୍ପ ଉଦ୍ୟୋଗରେ ପରିଣତ କରିବା ପାଇଁ  ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଭଳି ଯୋଜନାର ପରିକଳ୍ପନା କରିଛନ୍ତି ଯାହା ରାଜ୍ୟ କୃଷି ଓ ଶସକ୍ତି କରଣ ବିଭାଗ ଅଧୀନରେ କାର୍ଯ୍ୟରତ ।

୨୦୧୮ ମସିହାରେ ରାଜ୍ୟରେ କୃଷି ଉଦ୍ୟୋଗକୁ ପ୍ରତ୍ସାହନ ଦେବାପାଇଁ ଆରମ୍ଭ ହୋଇଥିଲା ଏହି ଯୋଜନା । ସରକାରଙ୍କ ଲକ୍ଷ ଥିଲା ଯେ ରାଜ୍ୟର ସମସ୍ତ କୃଷିଭାଇଙ୍କୁ କୃଷି ଉଦ୍ୟୋଗୀରେ ପରିଣତ କରିବା, ସେମାନଙ୍କର ଆୟ ବୃଦ୍ଧି କରିବା ଏବଂ କୃଷି ଓ ଆନୁଷାଙ୍ଗିକ ଭଳି କ୍ଷେତ୍ରରେ ନିଯୁକ୍ତିର ସମ୍ଭାବନା ସୃଷ୍ଟି କରିବା ।

ଏହି କୃଷି ଯୋଜନାରେ ଜୈବିକ ସାର ଠାରୁ ଆରମ୍ଭ କରି କୃଷି ଜାତ ଦ୍ରବ୍ୟର ପ୍ରକ୍ରିୟାକରଣ, କୃଷି ଯନ୍ତ୍ରପାତି ଓ କୀଟନାଶକ ପ୍ରସ୍ତୁତି, କୃଷି ସେବା କେନ୍ଦ୍ର ସ୍ଥାପନ ଭଳି ପ୍ରାୟତଃ ୨୫ ପ୍ରକାର କୃଷି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପ୍ରତ୍ସାହନ ପ୍ରଦାନ କରାଯାଉଛି । ସେହିପରି ବିଭିନ୍ନ ପ୍ରକାର ଫୁଲ ଓ ଫଳ ଚାଷ ଏବଂ ଚାଷର ପ୍ରକ୍ରିୟାକରଣ ଭଳି ୨୭ ପ୍ରକାରର ଉଦ୍ୟାନ ଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଚାଷୀଙ୍କୁ ପ୍ରତ୍ସାହନ ଦିଆଯାଉଛି । ଅନ୍ୟପଟେ ବାୟୋଫ୍ଲୋକ ପଦ୍ଧତିରେ ମାଛ ଚାଷ, ଆକ୍ୱାସପ୍ ସ୍ଥାପନ ସହିତ ମୁକ୍ତାଚାଷ ଭଳି ୧୪ ପ୍ରକାର ମତ୍ସ୍ୟ ଉଦ୍ୟୋଗ ପାଇଁ ପ୍ରତ୍ସାହନ ଦେଉଛନ୍ତି ରାଜ୍ୟ ସରକାର । କ୍ଷୀର, ମାଂସ ଓ ଅଣ୍ଡା ଉତ୍ପାଦନ ଭଳି ୧୪ ପ୍ରକାର ପ୍ରାଣୀ ସମ୍ପଦ ଉଦ୍ୟୋଗ ପାଇଁ ମଧ୍ୟ ସହାୟତା ପ୍ରଦାନ କରାଯାଉଛି l

ଶୀତଳ ଭଣ୍ଡାର ଭଳି ଅନ୍ୟାନ୍ୟ ୧୮ ପ୍ରକାର ବିଭିନ୍ନ ଉଦ୍ୟୋଗପାଇଁ ପ୍ରତ୍ସାହନ ପ୍ରଦାନ କରୁଛନ୍ତି ରାଜ୍ୟ ସରକାର । ଆଉ ଏହି ଯୋଜନାରେ କୃଷି ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ପ୍ରତ୍ସାହନ ରାଶି ଯୋଗାଇ ଦେଇ ଆସୁଅଛନ୍ତି ଓଡ଼ିଶା କୃଷି ପ୍ରତ୍ସାହନ ଓ ପୁଞ୍ଜି ଲଗାଣ ନିଗମ ଲିମିଟେଡ଼୍ କିମ୍ବା APICOL । ଏଥିରେ ସାଧାରଣବର୍ଗର ପୁରୁଷ ଉଦ୍ୟୋଗୀଙ୍କ ପାଇଁ ନିବେଶ ହୋଇଥିବା ସ୍ଥାୟୀ ପୁଞ୍ଜିରେ ସବସଡ଼ି ମଧ୍ୟ ପ୍ରଦାନ କରାଯାଉଛି । ସେହିପରି ଅନୁସୂଚିତ ଜାତି ଓ ଜନଜାତି, ମହିଳା ଉଦ୍ୟୋଗୀଙ୍କ ପାଇଁ , ଭିନ୍ନକ୍ଷମ ବ୍ୟକ୍ତି ଏବଂ କୃଷି ଓ ଆନୁଷାଙ୍ଗିକ ବିଜ୍ଞାନରେ ସ୍ନାତକଧାରୀ ସ୍ଥାୟୀ ପୁଞ୍ଜି ଉପରେମଧ୍ୟ ରିହାତି ମିଳୁଛି ସରକାରୀ ସ୍ତରରେ । ତେବେ ଜାଣି ରଖିବା ଉଚିତ ଯେ, ଉଦ୍ୟୋଗ ପ୍ରତିଷ୍ଠା ହେବାକୁ ଥିବା ଜମି ମୂଲ୍ୟକୁ ଛାଡ଼ି ନିବେଶ ହୋଇଥିବା  ପୁଞ୍ଜି ଉପରେ ଏହି ରିହାତି ପ୍ରଦାନ କରୁଛନ୍ତି ସରକାର ।

ସବୁଠାରୁ ବଡ଼ କଥା ହେଉଛି ଏହି ଯୋଜନାରେ କୃଷି ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ଜଣେ ଚାଷୀକୁ ଓ ଉଦ୍ୟୋଗୀଙ୍କୁ ରାଜ୍ୟସରକାରଙ୍କ ସ୍ୱତନ୍ତ୍ର ଓ୍ୱେବସାଇଟ୍ ମାଧ୍ୟମରେ sugam.odisha.gov.in  ଆବେଦନ କରିବାକୁ ପଡ଼ିବ । ତେବେ ଏହି ସହାୟତା ପାଇଁ ଆବେଦନକାରୀଙ୍କୁ ନିଜର ଜମିପଟା, ଆଧାର କାର୍ଡ଼, ଜମି ଲିଜ୍ ଚୁକ୍ତିନାମା, ବ୍ୟାଙ୍କ କାଗଜପତ୍ର , ଜନ୍ମ ପ୍ରମାଣ ପତ୍ର, ପ୍ରକଳ୍ପ ବିବରଣୀ ଏବଂ ଜାତି ସମ୍ବନ୍ଧୀୟ ଆବଶ୍ୟକ ପ୍ରମାଣ ପତ୍ର ଆବଶ୍ୟକ ପଡିବ ଏହି ଯୋଜନା ବେଦନା କରିବା ପାଇଁ ।

ସେହିପରି ଏହି ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରୁଥିବା ସଂସ୍ଥା ଆପିକଲ କୃଷିଭିତ୍ତିକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଦୃତ ବିକାଶକୁ ଆଖି ଆଗରେ ରଖି ପାରମ୍ପାରିକ କୃଷି ବ୍ୟବସାୟିକ କୃଷିରେ ପରିଣତ କରିବା ଉଦ୍ଦେଶ୍ୟରେ ୧୯୯୬ ମସିହା ଠାରୁ କାର୍ଯ୍ୟକରିଆସୁଅଛି । କୃଷକ ତଥା କୃଷି ଉଦ୍ୟୋଗୀଙ୍କୁ କୃଷି ଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ବୈଷୟିକ ଜ୍ଞାନ କୌଶଳ, କୃଷି ପ୍ରଶିକ୍ଷଣ, ପ୍ରୋତ୍ସାହନ ଓ ଅନୁକୂଳ ପରିବେଶ ଯୋଗାଇ ଦେବା ଆପିକଲର ହେଉଛି ମୁଖ୍ୟ ଲକ୍ଷ୍ୟ ।

ଖାଲି ଏତିକି ନୁହେଁ ଓଡ଼ିଶାରେ କୃଷି, ଆନୁଷଙ୍ଗିକ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ସହଯୋଗ ଓ ପ୍ରତ୍ସାହନ ଯୋଗାଇଦେବା ମଧ୍ୟ ଏହି ସଂସ୍ଥାର ଆଭିମୁଖ୍ୟ । କୃଷି ଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ନୂଆ ନୂଆ ଯୋଜନା ପ୍ରଣୟନ କରି କାର୍ଯ୍ୟକାରୀ କରିବା ଏହାର ଉଦ୍ଦେଶ୍ୟ । ସେହିପରି ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟରେ କୃଷିଜାତ ସାମଗ୍ରୀ ରପ୍ତାନୀ ପାଇଁ ଆବଶ୍ୟକୀୟ ସହଯୋଗ ମଧ୍ୟ ଯୋଗାଇଥାଏ ଏହି ସଂସ୍ଥା l ତେବେ ଆପଣ ମାନେ ଏହି ଯୋଜନାର ସମ୍ପୂର୍ଣ୍ଣ ଲାଭ ଉଠାନ୍ତୁ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments