
Union govt da hike for govt employees , image source - pexels.com
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର l କାରଣ ପୁଣିଥରେ ବଢିଛି ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା l ନିକଟରେ କେନ୍ଦ୍ର ସରକାର କିଛି କ୍ୟାଟେଗୋରି କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ l ଆଉ ଏବେ ପୁଣି ଥରେ ଅନ୍ୟାନ୍ୟ କିଛି କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି l ସୂଚନା ଅନୁଯାୟୀ, ସପ୍ତମ ବେତନ କମିଶନ ଅଧିନରେ ଆସୁଥିବା ସମସ୍ତ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଗତ ଅକ୍ଟୋବର ମାସରେ ଡିଏ ବୃଦ୍ଧି କରାଯାଇଥିଲା ।
ସେହି ସମୟରେ କର୍ମଚାରୀଙ୍କ ଡିଏ ୪ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଫଳରେ କର୍ମଚାରୀଙ୍କ ମୋଟ ଡିଏ ୪୨ ପ୍ରତିଶତରୁ ବୃଦ୍ଧି ପାଇ ୪୬ ପ୍ରତିଶତରେ ପହଞ୍ଚି ଥିଲା । ତେବେ ତାହା ଗତ ଜୁଲାଇ ମାସ ପହିଲା ଠାରୁ ଲାଗୁ ହୋଇଥିଲା ।
ଆଉ ଏବେ ଏହାରି ମଧ୍ୟରେ ପୁଣି ଥରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । କେନ୍ଦ୍ର ଅଧିନଭ କାର୍ଯ୍ୟ କରୁଥିବା ଦୁଇଟି କ୍ୟାଟେଗୋରୀର କର୍ମଚାରୀଙ୍କର ଡିଏ ବୃଦ୍ଧି ହୋଇଛି । ତାହା ଷଷ୍ଠ ବେତନ କମିଶନ ଅଧିନରେ ଆସୁଥିବା କେନ୍ଦ୍ରୀୟ ସାର୍ବଜନିକ କ୍ଷେତ୍ର ଉଦ୍ୟୋଗର କର୍ମଚାରୀଙ୍କ ପାଇଁ ଡିଏ ୯ ପ୍ରତିଶତ ବୃଦ୍ଧି ହୋଇଛି ବୋଲି କୁହାଯାଇଛି । ଏହା ଫଳରେ କର୍ମଚାରୀଙ୍କ ମୋଟ ଡିଏ ୨୨୧ ପ୍ରତିଶତରୁ ବୃଦ୍ଧି ପାଇ ୨୩୦ରେ ପହଞ୍ଚି ଯାଇଛି । ସେହିପରି ପଞ୍ଚମ ବେତନ କମିଶନ ଅଧିନରେ ଆସୁଥିବା କର୍ମଚାରୀଙ୍କ ମଧ୍ୟ ଡିଏ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।
ତେବେ ସରକାରୀ କର୍ମଚାରୀଙ୍କ ଡିଏ ବୃଦ୍ଧି ନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ସାର୍ବଜନିନ ଉଦ୍ୟୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚିତ କରାଯାଇଛି ସମସ୍ତଙ୍କୁ। ୫ମ ଓ ୬ଷ୍ଠ ବେତନ କମିଶନ ଅଧିନରେ ଆସୁଥିବା କର୍ମଚାରୀମାନେ ଏହାର ଫାଇଦା ଉଠାଇ ପାରିବେ ବୋଲି କୁହାଯାଇଛି ବିଜ୍ଞପ୍ତି ଅନୁଯାୟୀ ।
ତେବେ ଯେଉଁ କର୍ମଚାରୀମାନଙ୍କ ମୂଳ ବେତନ ସହିତ ୫୦ ପ୍ରତିଶତ ଡିଏ ମିଶିବା ନେଇ ଅନୁମତି ମିଳିନଥାଏ ସେମାନଙ୍କର ଡିଏ ୪୬୨ ପ୍ରତିଶତରୁ ବଢ଼ାଯାଇ ୪୭୭ ପ୍ରତିଶତ କରାଯାଇ ପାରିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେହିପରି ଯେଉଁ କେନ୍ଦ୍ରୀୟ ସରକାରୀ କର୍ମଚାରୀମାନଙ୍କୁ ମୂଳ ବେତନ ସହିତ ୫୦ ପ୍ରତିଶତ ଡିଏ ମିଶିବା ନେଇ ଅନୁମତି ମିଳିଥାଏ ସେମାନଙ୍କର ଡିଏ ୪୧୨ ପ୍ରତିଶତରୁ ବଢ଼ାଯାଇ ୪୨୭ ପ୍ରତିଶତ କରାଯାଇ ପାରିବ । ଏହିପରି ଭାବେ କର୍ମଚାରୀଙ୍କର ଡିଏ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି ବୋଲି ନିଷ୍ପତ୍ତି ହୋଇଛି ।
Share your comments