Government Schemes

ତମାଖୁ ଚାଷୀଙ୍କୁ ଆଶ୍ୱସ୍ତି: ଲାଇସେନ୍ସର ଅବଧି ୧ ରୁ ୩ ବର୍ଷକୁ ବୃଦ୍ଧି...!

ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ସର୍ବବୃହତ ଭର୍ଜିନିଆ ତମାଖୁ ଉତ୍ପାଦନକାରୀ ଏବଂ ଚତୁର୍ଥ ସର୍ବବୃହତ ଅଣନିର୍ମିତ ତମାଖୁ ରପ୍ତାନିକାରୀ (୨୦୨୩ ମସିହାରେ ମୂଲ୍ୟ ଦୃଷ୍ଟିରୁ) ଏବଂ ଭାରତୀୟ ରାଜକୋଷକୁ ଉତ୍ପାଦନ କରୁଛି।

23 April, 2025 10:00 AM IST By: Tanushree Mahapatra

ଭାରତ ସରକାର ଭର୍ଜିନିଆ ତମାଖୁ ଚାଷୀଙ୍କ ପାଇଁ ପଞ୍ଜୀକରଣ ଏବଂ ବାର୍ଣ୍ଣ ପରିଚାଳନା ଲାଇସେନ୍ସର ଅବଧିକୁ ୧ରୁ ୩ ବର୍ଷ ପର୍ଯ୍ୟନ୍ତ ବଢ଼ାଇଛନ୍ତି । ପୂର୍ବରୁ ଏହାକୁ ପ୍ରତି ଏକ ବର୍ଷରେ ଥରେ ନବୀକରଣ କରିବାକୁ  ପଡ଼ୁଥିଲା। ବ୍ୟବସାୟିକ ସୁଗମତାକୁ ବଢ଼ାଇବା ଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ଭର୍ଜିନିଆ ତମାଖୁ ଚାଷୀ ଏବଂ ବାର୍ଣ୍ଣ ପରିଚାଳନା ଲାଇସେନ୍ସଧାରୀଙ୍କ ଉପରେ ନବୀକରଣ ବୋଝ ହ୍ରାସ ପାଇବ। ପ୍ରତ୍ୟେକ ବର୍ଷ ପରିବର୍ତ୍ତେ ସେମାନେ ୩ ବର୍ଷରେ ଥରେ ସେମାନଙ୍କ ପଞ୍ଜୀକରଣ ଓ ଲାଇସେନ୍ସକୁ ନବୀକରଣ କରିବେ।

କୃଷକମାନଙ୍କୁ ୩ ବର୍ଷରେ ଥରେ ଏହି ପଞ୍ଜୀକରଣ/ଲାଇସେନ୍ସ ନବୀକରଣ କରିବାର ସୁବିଧା ଦେବା ପାଇଁ ଭାରତ ସରକାର ତମାଖୁ ବୋର୍ଡ ନିୟମ, ୧୯୬ର ନିୟମ ୩୩ର ଉପ-ନିୟମ (୫), (୬) ଏବଂ (୭) ଏବଂ ନିୟମ ୩୪ ଏନ୍ ର ଉପ-ନିୟମ (୨) ଏବଂ ୩) ରେ ସଂଶୋଧନ କରିଛନ୍ତି। ଉପରୋକ୍ତ ତମାଖୁ ବୋର୍ଡ ନିୟମ, ୧୯୭୬ ରେ ସଂଶୋଧନ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ, ବାଣିଜ୍ୟ ବିଭାଗ, ଭାରତ ସରକାରଙ୍କ ଦ୍ୱାରା ଭାରତର ଗେଜେଟରେ ପ୍ରକାଶିତ ହୋଇଥିଲା। ଆନ୍ଧ୍ର ପ୍ରଦେଶରେ ୨୦୨୫-୨୬ ଫସଲ ଋତୁରୁ ଏହା କାର୍ଯ୍ୟକାରୀ ହେବ।

ନବୀକରଣ ଅବଧିକୁ ଏକ ବର୍ଷରୁ ତିନି ବର୍ଷକୁ ବୃଦ୍ଧି କରିବା ଲାଗି ଏହି ସଂଶୋଧନ ଦ୍ୱାରା ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତେଲଙ୍ଗାନାର ପ୍ରାୟ ୯୧,୦୦୦ ବାର୍ଣ୍ଣ ବା ଶସ୍ୟଭଣ୍ଡାର ଅନ୍ତର୍ଭୁକ୍ତ କରୁଥିବା ପ୍ରାୟ ୮୩,୫୦୦ ଚାଷୀ ଉପକୃତ ହୋଇପାରିବେ । କୃଷକଙ୍କୁ ସେମାନଙ୍କ ପଞ୍ଜୀକରଣ/ଲାଇସେନ୍ସ ନବୀକରଣ କରିବାରେ ବିଶେଷ ସହାୟତା ମିଳିପାରିବ।

ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ସର୍ବବୃହତ ଭର୍ଜିନିଆ ତମାଖୁ ଉତ୍ପାଦନକାରୀ ଏବଂ ଚତୁର୍ଥ ସର୍ବବୃହତ ଅଣନିର୍ମିତ ତମାଖୁ ରପ୍ତାନିକାରୀ (୨୦୨୩ ମସିହାରେ ମୂଲ୍ୟ ଦୃଷ୍ଟିରୁ) ଏବଂ ଭାରତୀୟ ରାଜକୋଷକୁ ଉତ୍ପାଦନ କରୁଛି।  ୨୦୨୪-୨୫ ଆର୍ଥିକ ବର୍ଷରେ, ତମାଖୁ ରପ୍ତାନୀ ଭାରତୀୟ ରାଜକୋଷକୁ ୧୯୭୯ ନିୟୁତ ଆମେରିକୀୟ ଡଲାର (୧୬,୭୨୮ କୋଟି ଟଙ୍କା) ପ୍ରଦାନ କରିଥିଲା।

Read more 

ଖରାଦିନରେ କିପରି ନେବେ ବ୍ରଏଲର କୁକୁଡ଼ାଙ୍କ ଯତ୍ନ

8th Pay Commission: ବେସିକ୍‌ ଦରମା ଓ ପେନସନ୍‌ ହୋଇପାରେ ବୃଦ୍ଧି !