1. ସରକାରୀ ସ୍କିମ

Viswakarma Yojna: ମାଗଣାରେ କରନ୍ତୁ ଆବେଦନ, ମିଳିବ ୧୫ ହଜାର ଟଙ୍କା!

ସରକାର ଗରିବଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି l ସେ ମଧ୍ୟରୁ ବିଶ୍ୱକର୍ମା ଯୋଜନା ଅନ୍ୟତମ l ତେବେ ନିଜକୁ ଖୁବ ଶୀଘ୍ର ପଞ୍ଜିକରଣ କରି ଏହାର ଲାଭ ଉଠାନ୍ତୁ l

Tanushree Mahapatra
Tanushree Mahapatra
vishwakarma yojna free registration

vishwakarma yojna free registration

ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଦେଶରେ । ଯାହାର ଫାଇଦା ଉଠାଉଛନ୍ତି ଜନସାଧାରଣ l ସେହିପରି ଗରିବ ଲୋକଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ଗରିବ କଲ୍ୟାଣ ଯୋଜନା ପ୍ରଚଳିତ କରିଛନ୍ତି l ସେହିପରି ଚାଷୀ ତଥା ମହିଳାଙ୍କ ବିକାଶ ପାଇଁ ମଧ୍ୟ ଅନେକ ଯୋଜନା ପ୍ରଚଳ ହେଉଛି । କେନ୍ଦ୍ର ସରକାର ଏଭଳି ଏକ ଯୋଜନା ରହିଛି ଯାହାର ନା ହେଉଛି ବିଶ୍ବକର୍ମା ଯୋଜନା । ଯେଉଁ ଯୋଜନାରେ କୁଶଳୀ ତଥା ଅଣ କୁଶଳୀ କାରିଗର ବିଶେଷଭାବେ ଉପକୃତ ହୋଇପାରିବେ । ଏହି ଯୋଜନା ମାଧ୍ୟମରେ ଅନେକ ଲାଭାର୍ଥି ଲାଭ ଉଠାଉଛନ୍ତି l

ବିଶ୍ୱକର୍ମା ଯୋଜନା ଅଧିନରେ ବିଭିନ୍ନ ପ୍ରକାର କୁଶଳୀ କାରିଗର ଉପକୃତ ହୋଇପାରିବେ । ଏପରିକି କାହା ଉପରେ ଆଉ ନିର୍ଭର କରିବାକୁ ପଡ଼ିବ । ଆଉ ଏଥିପାଇଁ ଆର୍ଥିକ ସହାୟତା ଯୋଗାଇ ଦେବେ କେନ୍ଦ୍ର ସରକାର ଯାହାର ଲାଭ ଆପଣମାନେ ଉଠାଇପାରିବେ । ତେବେ ଏବେ ପ୍ରଶ୍ନ ଉଠୁଛି ଏହି ସରକାରୀ ସହାୟତା ଆପଣ କିଭଳି ପାଇବେ ? ଏଥିପାଇଁ କଣ ପ୍ରକ୍ରିୟା ରହିଛି? ତେବେ ଆସନ୍ତୁ ଜାଣିବା ଏହି ଯୋଜନାର ସମସ୍ତ ତଥ୍ୟ l

୧୮ ବର୍ଷରୁ ଅଧିକ ବୟସ ଥିବା ଜନସାଧାରଣ ଏହି ଯୋଜନାରେ ସାମିଲ ହୋଇପାରିବେ l ତେବେ ଏହି ଯୋଜନାରେ ନିଜକୁ ସାମିଲ କରିବା ପାଇଁ ବିଭିନ୍ନ ପ୍ରକାର କାଗଜପତ୍ର ଆବଶ୍ୟକ ରହିଛି l ଏହି ଯୋଜନା ପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଗୁଡିକ ହେଲା:- ଆୟ ପ୍ରମାଣପତ୍ର, ଆଧାରକାର୍ଡ ସହିତ ଜଡ଼ିତ ମୋବାଇଲ ନମ୍ବର, ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍,ପାସପୋର୍ଟ ସାଇଜ୍ ଫଟୋ, ଜାତି ପ୍ରମାଣପତ୍ର ଏବଂ ଆବାସିକ ପ୍ରମାଣପତ୍ର l

କେଉଁ ସୁବିଧା ମିଳିବ:-

ଏହି ଯୋଜନା ମାଧ୍ୟମରେ ପଞ୍ଜିକରଣ, ଯାଞ୍ଚ ଓ ଯୋଜନା ପ୍ରମାଣପତ୍ର ମିଳିବା ପରେ, ସମସ୍ତ ହିତାଧିକାରୀଙ୍କୁ ଯନ୍ତ୍ରପାତି କିଣିବା ପାଇଁ କେନ୍ଦ୍ର ସରକାର ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ । ବିନା ସିକ୍ୟୁରିଟି ଟଙ୍କାରେ ପ୍ରଥମ ଥର ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ ମାଧ୍ୟମରେ ଆପଣଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ । ଯାହାକୁ ଆପଣ ୧୮ ମାସ ମଧ୍ୟରେ ସୁଝିବାକୁ ପଡିବ । ପ୍ରଥମ ଋଣ ପରିଶୋଧ ପରେ ଆପଣଙ୍କୁ ଦ୍ବିତୀୟ ଋଣ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଦେବ। ପରବର୍ତ୍ତୀ ସମୟରେ ଯୋଜନା ଅନୁଯାୟୀ ଏହା ଅଧିକ ହେବ । ସେହିପରି ଯୋଜନାରେ ସାମିଲ ଥିବା କାରିଗରଙ୍କୁ ମାଗଣା ପ୍ରଶିକ୍ଷଣ ଦିଆଯିବ । ସେହି ସମୟରେ ୫୦୦ ଟଙ୍କା ପର୍ଯ୍ୟନ୍ତ ଷ୍ଟାଇପେଣ୍ଡ ମଧ୍ୟ ଦିଆଯିବ l ପ୍ରଶିକ୍ଷଣ ସମୟରେ ଉତ୍ପାଦିତ ସାମଗ୍ରୀକୁ ମାର୍କେଟ୍‌ରେ ବିକିବା ପାଇଁ ସରକାର ସୁବିଧା ମଧ୍ୟ ଯୋଗାଇ ଦେବେ ।

କେଉଁମାନେ ଏହି ଯୋଜନାର ଲାଭ ପାଇବେ:-

ଏହି ଯୋଜନାରେ ବଢେଇ,କମାର,କୁମ୍ଭାର, ଡଙ୍ଗା ନିର୍ମାତା,ବିଭିନ୍ନ ଅସ୍ତ୍ର ନିର୍ମାତା,ହାତୁଡି ଓ ଅନ୍ୟାନ୍ୟ ଉପକରଣ ତିଆରି କରୁଥିବା କାରିଗର, ବଣିଆ, ମୂର୍ତ୍ତି କାରିଗର, ମୋଚି, ରାଜମିସ୍ତ୍ରୀ,ଭଣ୍ଡାରୀ ମାଳୀ,ଧୋବା, ଦରଜି ଓ ମାଛ ଜାଲ ନିର୍ମାତା ଇତ୍ୟାଦି ଲାଭ ନେଇ ପାରିବେ । ତେବେ ଧ୍ୟାନର ସହିତ ପଞ୍ଜିକରଣ ହେବା ପରେ ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ ପରିଚୟ ପତ୍ର ମିଳିବ ଯୋଜନା ଜରିଆରେ । ଯାହା ଯୋଜନା ଅନ୍ତର୍ଗତ ମିଳିବାକୁ ଥିବା ସମସ୍ତ ଆର୍ଥିକ ଓ ପ୍ରଶିକ୍ଷଣୀୟ ସୁବିଧା ସମୟରେ ଜଣେ ବ୍ୟକ୍ତିଙ୍କ କାର୍ଯ୍ୟରେ ଆସିବ।

କଣ ରହିଛି ଲାଭ:-

ଯୋଜନା ମାଧ୍ୟମରେ ପଞ୍ଜିକରଣ, ଯାଞ୍ଚ ଓ ଯୋଜନା ପ୍ରମାଣପତ୍ର ମିଳିବା ପରେ,  ହିତାଧିକାରୀଙ୍କୁ ସରକାରଙ୍କ ଦ୍ୱାରା ୧୫,000/- ଟଙ୍କାର ଆର୍ଥିକ ସହାୟତା ଦିଆଯିବ ଯାହାଦ୍ୱାରା ସେମାନେ ଯନ୍ତ୍ରପାତି କିଣି ପାରିବେ । କିଛି ଦିନ ଗଲା ପରେ ପରେ ଆହୁରି ଅନେକ ସୁବିଧା ମିଳିବାର ସମ୍ଭାବନା ରହିଛି ଏହି ଯୋଜନା ମାଧ୍ୟମରେ । ଏହି ଯୋଜନାର ସଫଳତାର ନିମିତ୍ତ କେନ୍ଦ୍ର ସରକାର ପ୍ରାୟତଃ ୧୩ ହଜାର କୋଟି ଟଙ୍କା, ବିଗତ ବଜେଟରେ ବ୍ୟବସ୍ଥା ମଧ୍ୟ କରିଛନ୍ତି । ଏଣୁ ବିଳମ୍ବ ନକରି ଆପଣମାନେ ଆଜି ହିଁ ଯୋଜନାରେ ପଞ୍ଜିକରଣ କରନ୍ତୁ । ଏହି ଯୋଜନାରେ ପ୍ରଦାନ କରାଯାଉଥିବା ବିଭିନ୍ନ ଲାଭ ପାଆନ୍ତୁ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments