1. ସରକାରୀ ସ୍କିମ

PM ଯୋଜନାର ୧୫ତମ କିସ୍ତି ପାଇବାକୁ ଚାହୁଁଛନ୍ତି କି ?

କେନ୍ଦ୍ର ସରକାର ଦେଶର ପ୍ରତିଟି ବିଭାଗ ପାଇଁ ଭିନ୍ନ ଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି । ସେହି ସମସ୍ତ ଯୋଜନାଗୁଡିକ ମଧ୍ୟରୁ କୃଷକମାନଙ୍କ ପାଇଁ ଅନେକ ଯୋଜନା ଆରମ୍ଭ କରିଛନ୍ତି । ସେହି ମଧ୍ୟରୁ ପ୍ରଧାନ ମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା l ଯାହାକି ଗରୀବ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପରିକଳ୍ପିତ କରାଯାଇଥିଲା କେନ୍ଦ୍ର ସରକାରଙ୍କ ଦ୍ୱାରା ।

Tanushree Mahapatra
Tanushree Mahapatra
Want to get the 15th installment of pm farmer yojana ? , image source - twitter

Want to get the 15th installment of pm farmer yojana ? , image source - twitter

କେନ୍ଦ୍ର ସରକାର ଦେଶର ପ୍ରତିଟି ବିଭାଗ ପାଇଁ ଭିନ୍ନ ଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି । ସେହି ସମସ୍ତ ଯୋଜନାଗୁଡିକ ମଧ୍ୟରୁ କୃଷକମାନଙ୍କ ପାଇଁ ଅନେକ ଯୋଜନା ଆରମ୍ଭ କରିଛନ୍ତି । ସେହି ମଧ୍ୟରୁ ପ୍ରଧାନ ମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା l ଯାହାକି ଗରୀବ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପରିକଳ୍ପିତ କରାଯାଇଥିଲା କେନ୍ଦ୍ର ସରକାରଙ୍କ ଦ୍ୱାରା । ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ସମୁଦାୟ ୧୪ ତମ କିସ୍ତିରେ ୨ ହଜାର ଟଙ୍କା ଜାରୀ କରାଯାଇଛି । ଏଥି ସହିତ, ଏହି ଯୋଜନାର ଏବେ ୧୫ ତମ କିସ୍ତି ନଭେମ୍ବର-ଡିସେମ୍ବର ମଧ୍ୟରେ ଜାରୀ କରାଯାଉଛି ବୋଲି ସୂଚନା ରହିଛି । 

ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୋଜନାର ୧୪ ତମ କିସ୍ତି ପାଇଁ ଜୁଲାଇ ୨୭, ୨୦୨୩ ରେ ସମସ୍ତଙ୍କ ଆକାଉଣ୍ଟରେ ଜାରି କରିଛନ୍ତି । ଏହା ଅଧୀନରେ ମୋଟ ଏ ପର୍ଯ୍ୟନ୍ତ ୮.୫ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧୭,୦୦୦ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ଏହା ସହିତ, ବର୍ତ୍ତମାନ ୧୫ ତମ କିସ୍ତି ପାଇଁ ଆବେଦନ ମଧ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି । ସୂଚନାଅନୁଯାୟୀ , ଏହି ପ୍ରଧାନମନ୍ତ୍ରୀ କୃଷକ ଯୋଜନା ଅନୁଯାୟୀ କେନ୍ଦ୍ର ସରକାର ପ୍ରତିବର୍ଷ ମୋଟ ତିନିଟି  କିସ୍ତିରେ ୬,୦୦୦ ଟଙ୍କା କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥାନ୍ତି l ଯଦି ଆପଣ ଜଣେ କୃଷି ଏବଂ ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଆଜି ହିଁ ଏଥିପାଇଁ ଆବେଦନ କରନ୍ତୁ । କିପରି ଏହି ଯୋଜନାର କିସ୍ତିରେ ଆପଣ ସାମିଲ ହୋଇପାରିବେ ତାହା ଆସନ୍ତୁ ଜାଣିବା l

ପ୍ରଧାନମନ୍ତ୍ରୀ କୃଷକ ଯୋଜନାର ଲାଭ କେବଳ ଗରିବ ଶ୍ରେଣୀରେ ଥିବା କୃଷକ ହିଁ ଉଠାଇପାରିବେ । ସରକାରୀ ଚାକିରି ଏବଂ ଇନକମ ଟ୍ୟାକ୍ସ ଭରୁଥିବା ବ୍ୟକ୍ତି ଏହି ଯୋଜନାର ଲାଭ ପାଇବେ ନାହିଁ । ତେବେ ପରବାରର କେବଳ ଜଣଙ୍କୁ ହିଁ ଏହାର ଲାଭ ମିଳି ପାରିବ ବୋଲି ସରକାରୀ ସୂଚନା ରହିଛି । ଯଦି କୌଣସି ବ୍ୟକ୍ତି ଇପିଏଫଓର ସଦସ୍ୟ ଅଛନ୍ତି, ତେବେ ସେ ଏହି ଯୋଜନାର ଲାଭ ପାଇ ପାରିବେ ନାହିଁ । ତେବେ ଜାଣି ରଖିବା କଥା ଯେ ଯଦି କୌଣସି ବି ଲାଭାର୍ଥୀଙ୍କ ମୃତ୍ୟୁ ହୋଇଯାଉଛି ଯିଏ ଏହି ଯୋଜନାରେ ସାମିଲ ଅଛନ୍ତି, ତେବେ ଏପରି ପରିସ୍ଥିତିରେ ତାଙ୍କ ପରିବାରଙ୍କୁ ଏହି ଯୋଜନାର ଲାଭ ମିଳିବ ନାହିଁ l ଯଦି କେହି ବ୍ୟକ୍ତି ଏହାର ଭୁଲ ଫାଇଦା ଉଠାଇଥାନ୍ତି ତେବେ ତାଙ୍କୁ ଉଚିତ ଦଣ୍ଡରେ ଦଣ୍ଡିତ କରାଯିବ l

ତେବେ ଏହି ଯୋଜନାର ଲାଭ ଉଠାଇବା ପାଇଁ କିଛି ଶର୍କରୀ ନିୟମ ରହିଛି l ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣ ପ୍ରଥମେ ଅଫିସିଆଲ ୱେବସାଟ ଉପରେ କ୍ଲିକ କରନ୍ତୁ । ଏହାପରେ ସେଠାରେ ଥିବା ଫାର୍ମର କର୍ଣ୍ଣରର ବିକଳ୍ପ ଉପରେ କ୍ଲିକ କରନ୍ତୁ । ପୁଣି ସେଠାରେ ଥିବା ଅନ୍ୟ ଏକ ନ୍ୟୁ ଫାର୍ମର ପଞ୍ଜିକରଣର ବିକଳ୍ପକୁ ବାଛନ୍ତୁ । ଏହାପରେ ଦେଖିବେ ଆପଣଙ୍କ ସହର କିମ୍ବା ଗାଁର କୌଣସି ଗୋଟିଏ ବିକଳ୍ପକୁ ବାଛନ୍ତୁ । ସେଠାରେ ନିଜର ଆଧାର କାର୍ଡ ନମ୍ବର, ମୋବାଇଲ ନମ୍ବର ଏବଂ ନିଜ ରାଜ୍ୟକୁ ସିଲେକ୍ଟ କରନ୍ତୁ ଏବଂ ଏହାପରେ ସେଠାରେ ଥିବା ଗେଟ ଓଟିପି ଉପରେ କ୍ଲିକ କରନ୍ତୁ । ଓଟିପି ଦେବା ପରେ ଅଗ୍ରଗତି ପଞ୍ଜିକରଣର ବିକଳ୍ପ ଚୟନ କରି ନିଜକୁ ଏହି ଯୋଜନାରେ ସାମିଲ କରନ୍ତୁ । 

ଏହାପରେ ଏହି ପଞ୍ଜିକରଣ ମାଧ୍ୟମରେ ଆପଣଙ୍କ ସମସ୍ତ ବିବରଣୀ ଅର୍ଥାତ ନାମ, ରାଜ୍ୟ, ଜିଲ୍ଲା, ବ୍ୟାଙ୍କ ଏବଂ ଆଧାର କାର୍ଡର ବିବରଣୀ ଦେବାକୁ ହେବ । ଆଧାର ପ୍ରମାଣିକରଣ କରି ତାହାକୁ ଦାଖଲ କରନ୍ତୁ ଯାହା ନିତ୍ୟାନ୍ତ ଅବଶ୍ୟକ । ପରେ ନିଜ ଚାଷ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରବେଶ କରନ୍ତୁ ଏବଂ ସେଭ ବଟନ ଉପରେ କ୍ଲିକ କରନ୍ତୁ । ଏହାପରେ ଆବେଦନର ସମାପ୍ତ ହେବାର ବାର୍ତ୍ତା ଆପଣଙ୍କ ସ୍କ୍ରିନରେ ଦେଖିବାକୁ ମିଳିବ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments