ଚଳିତ ୨୦୨୪ ବର୍ଷରେ ୧୬ ଅଗଷ୍ଟ ରୁ ୧୫ ସେପ୍ଟେମ୍ବର ମଧ୍ୟରେ ଡିଜିଟାଲ୍ ଫସଲ ସର୍ବେକ୍ଷଣ ହୋଇଥିଲା l ରାଜ୍ୟରେ ସ୍ଥାନୀୟ ସର୍ବେକ୍ଷଣକାରୀମାନେ ନିଜ ମୋବାଇଲ୍ ଆପ୍ ମାଧ୍ୟମରେ ଫସଲର କ୍ଷେତ୍ରସ୍ତରୀୟ ପ୍ରକୃତ ଏବଂ ସଠିକ୍ ତଥ୍ୟ ସଂଗ୍ରହ କରିଥାନ୍ତି I ଏହି ସର୍ବେକ୍ଷଣରେ ସହଯୋଗ କରିବା ପାଇଁ ରାଜ୍ୟରେ ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କୁ ସୂଚନା ପ୍ରଦାନ କରିଥାନ୍ତି ରାଜ୍ୟ ସରକାର I ତେବେ ଏହା କିପରି , କାହିଁକି ଏବଂ କ'ଣ ଲାଭ ସୁବିଧା ରହିଛି ଆସନ୍ତୁ ଜାଣିବା l
ସର୍ବେକ୍ଷଣରେ ସହଯୋଗ କରିବା କିପରି ?
- ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା ଗ୍ରାମରେ ହେବ ଡିଜିଟାଲ୍ ଫସଲ ସର୍ବେକ୍ଷଣ
- ସ୍ଥାନୀୟ ସର୍ବେକ୍ଷଣକାରୀ ମୋବାଇଲ ମାଧ୍ୟମରେ ତଥ୍ୟ ସଂଗ୍ରହ କରିବେ
- ତେଣୁ ଚାଷୀ ନିଜର ନାମ , ଆଧାର କାର୍ଡ , ଜମି ତଥ୍ୟ ,ଫସଲ ତଥ୍ୟ ସର୍ବେକ୍ଷଣକାରୀଙ୍କୁ ପ୍ରଦାନ କରିବେ
- ଗ୍ରାମରେ ଥିବା ଭାଗ ଚାଷୀ ନିଜ ଜମି ମାଲିକଙ୍କ ଠାରୁ ଅନୁମତି ପତ୍ର ଆଣିବେ
- ଏଥିପାଇଁ କୃଷକ ଓଡ଼ିଶା ପୋର୍ଟାଲରେ ପଞ୍ଜିକରଣ କରାଇ ନିଅନ୍ତୁ
- ତଥ୍ୟରେ କୌଣସି ଆପତ୍ତି ରହିଥିଲେ agristack.gov.inରେ ଅଭିଯୋଗ କରନ୍ତୁ
ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟ କୃଷି ବିଭାଗ, ରାଜସ୍ବ ବିଭାଗ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କୃଷି ବିଭାଗ ଯଥା- ମୃତ୍ତିକା ସଂରକ୍ଷଣ ବିଭାଗ, ଉଦ୍ୟାନ ବିଭାଗ, ଯୋଜନା ଓ ପରିସଂଖ୍ୟାନ ବିଭାଗର ପଞ୍ଚାୟତ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କର ତତ୍ତ୍ଵାବଧାନରେ କରାଯାଇଥାଏ ।
ଡିଜିଟାଲ୍ ଫସଲ ସର୍ବେକ୍ଷଣ ମାଧ୍ୟମରେ ଚାଷୀଙ୍କ ଲାଭ :-
- କୃଷି କ୍ଷେତ୍ର ପରିମାଣ ଏବଂ ଫସଲ ପରିଚାଳନାର ସଠିକ ନିଷ୍ପତ୍ତି
- ସରଳ ହେବ ଫସଲ ବୀମା ଆବେଦନ ପ୍ରକ୍ରିୟା
- ସହଜ ହେବ ସୁଗମ ଯୋଗାଣ ଏବଂ ବିପଣନ ପ୍ରକ୍ରିୟା
- ଚାଷୀଙ୍କ ପାଇଁ ପ୍ରଚଳିତ ହୋଇଥିବା ସରକାରୀ ଯୋଜନାରେ ସାମିଲ ହେବା
- ଡିଜିଟାଲ ମାଧ୍ୟମରେ ଚାଷ ଓ ଆନୁସଙ୍ଗିକ ତଥ୍ୟକୁ ସୁରକ୍ଷିତ ଭାବେ ସଂରକ୍ଷଣ କରି ରଖିବା
ଡିଜିଟାଲ୍ ଫସଲ ସର୍ବେକ୍ଷଣରେ କ'ଣ ରହିଛି ସୁବିଧା ?
- ସହଜ ଏବଂ ସରଳ ଭାବେ ସମୟାନୁମୋଦିତ ଫସଲ କ୍ଷେତ୍ର ଆକଳନ
- ଚାଷୀଙ୍କ ପାଇଁ ସରଳ ଭାବେ ଋଣ ପ୍ରଦାନ ମାଧ୍ୟମ
- ପ୍ରକୃତ ବୀମାକରୀଙ୍କୁ ଚିହ୍ନଟ କରିବା ଏବଂ ଫସଲ ବୀମା କ୍ଷେତ୍ରରେ ସଠିକ ପ୍ରିମିୟମ ଗଣନା କରିବା
- ଫସଲର ସହଜ ବିବିଧିକରଣ ପ୍ରସ୍ତୁତି
- ଚାଷୀଙ୍କ ପାଇଁ ବିପଣନ କେନ୍ଦ୍ର ସ୍ଥାପନ କରିବା ନିମନ୍ତେ ଆଗୁଆ ଯୋଜନା
- ବିଭିନ୍ନ କୃଷି ଯୋଜନାର ତଦାରଖ , ଯେପରି କୌଣସି ଚାଷୀ ଠକାମୀର ଶିକାର ନ ହୁଅନ୍ତୁ
- ଚାଷ କରୁଥିବା ଚାଷୀଙ୍କୁ ଚାଷ ଆବଶ୍ୟକତା ଅନୁଯାୟୀ ବ୍ୟକ୍ତିଗତ ପରାମର୍ଶ ପ୍ରଦାନ
ଅଧିକ ପଢ଼ନ୍ତୁ
Share your comments