1. ସରକାରୀ ସ୍କିମ

PM Kisan: ଏହି ଚାଷୀଙ୍କୁ ମିଳିବନି ଫାଇଦା

ଦେଶର ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ପିଏମ କିସାନ ଯୋଜନା ଆରମ୍ଭ କରିଛନ୍ତି l କେନ୍ଦ୍ର ସରକାରଙ୍କ ଠାରୁ ପିଏମ କିସାନ ପାଣ୍ଠି ପାଇବାକୁ ଅପେକ୍ଷା କରୁଛନ୍ତି ଲକ୍ଷ ଲକ୍ଷ ଚାଷୀ l ଦେଶର ୮ କୋଟିରୁ ଅଧିକ ଚାଷୀଙ୍କୁ ଦୀପାବଳି ପୂର୍ବରୁ ପିଏମ କିସାନ ସମ୍ମାନ ନିଧିର ୧୫ତମ କିସ୍ତି ପ୍ରଦାନ କରାଯିବ ବୋଲି ସେମାନେ ଅପେକ୍ଷା କରି ବସିଛନ୍ତି ।

Tanushree Mahapatra
Tanushree Mahapatra
Who are not eligible for pm kisan installment , image source - pexels.com

Who are not eligible for pm kisan installment , image source - pexels.com

ଦେଶର ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ପିଏମ କିସାନ ଯୋଜନା ଆରମ୍ଭ  କରିଛନ୍ତି l କେନ୍ଦ୍ର ସରକାରଙ୍କ ଠାରୁ ପିଏମ କିସାନ ପାଣ୍ଠି ପାଇବାକୁ ଅପେକ୍ଷା କରୁଛନ୍ତି ଲକ୍ଷ ଲକ୍ଷ ଚାଷୀ l ଦେଶର ୮ କୋଟିରୁ ଅଧିକ ଚାଷୀଙ୍କୁ ଦୀପାବଳି ପୂର୍ବରୁ ପିଏମ କିସାନ ସମ୍ମାନ ନିଧିର ୧୫ତମ କିସ୍ତି ପ୍ରଦାନ କରାଯିବ ବୋଲି ସେମାନେ ଅପେକ୍ଷା କରି ବସିଛନ୍ତି । ତେବେ ଆପଣମାନେ ଏଥର ଦୀପାବଳି ନଭେମ୍ବର ୧୨ତାରିଖ ଦିନ ପଡୁଛି । ତେବେ ବିଭିନ ବିଶ୍ୱସ୍ତ ସୂତ୍ରରୁ ଦୀପାବଳି ପୂର୍ବରୁ କୃଷକଙ୍କ ଆକାଉଣ୍ଟକୁ ଏହି କିସ୍ତି ଟଙ୍କା ପଠାଇବା ପାଇଁ ମୋଦି ସରକାରଙ୍କ ଯୋଜନା କରୁଛନ୍ତି ।

ତେବେ ପୂର୍ବରୁ ୧୪ ତମ କିସ୍ତି ଟଙ୍କା ରିଲିଜ କରିଥିଲା କେନ୍ଦ୍ର ସରକାର । ଦେଶର କୋଟି କୋଟି କୃଷକ ପିଏମ କିସାନ ନିଧିର ୧୫ ତମ କିସ୍ତିରୁ ବଞ୍ଚିତ ହୋଇପାରନ୍ତି ବୋଲି ସୂଚନା ମିଳିଛି ।

ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି ଯେ ସେହି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବ ନାହିଁ , ଯେଉଁ  ଚାଷୀଙ୍କ ଆକାଉଣ୍ଟ ବିଭିନ୍ନ ପୋର୍ଟାଲ ସହିତ ଲିଙ୍କ୍ ଏପର୍ଯ୍ୟନ୍ତ ହୋଇନାହିଁ । ତେବେ ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିସାନ ନିଧି ଅଧୀନରେ ହିତାଧିକାରୀ ପ୍ରତିବର୍ଷ ତିନିଟି କିସ୍ତିରେ ପ୍ରାୟତଃ ୬୦୦୦ ଟଙ୍କା ଦିଆଯାଏ । ଏହା ଅଧୀନରେ ବର୍ଷକୁ ପ୍ରତି ଚାରି ମାସରେ ୨୦୦୦ ଟଙ୍କା କିସ୍ତି ରିଲିଜ୍ ହୋଇଥାଏ । ସେହିପରି ନିକଟରେ କେନ୍ଦ୍ର ସରକାରଙ୍କ ନଜରକୁ ଆସିଥିଲା କିଛି ଅଯୋଗ୍ୟ କୃଷକ ମଧ୍ୟ ସରକାରୀ ଯୋଜନାର ଲାଭ ଉଠାଉଛନ୍ତି  । ଏହା ପରେ କେନ୍ଦ୍ର କୃଷକଙ୍କ ସଠିକ ଯାଞ୍ଚ ପାଇଁ eKYC ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ ।

ଏଥିପାଇଁ ଯାଞ୍ଚ ବ୍ୟତୀତ ଆଧାର ବିହନ ମଧ୍ୟ ଆବଶ୍ୟକ ପଡିବ ଚାଷୀଙ୍କୁ । E-KYC ପ୍ରକ୍ରିୟା ଆରମ୍ଭ ହେବାର ଅନେକ ସମୟ ଅତିବାହିତ ହୋଇଛି ଯାହାଦ୍ୱାରା କିଛି ଚାଷୀ ଏଥିରେ ନିଜକୁ ସାମିଲ କରି ନାହାନ୍ତି  । ଟେଂନୁ ବହୁ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲେ ମଧ୍ୟ ସମସ୍ତ କୃଷକଙ୍କ ପାଇଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ନୂଆ । ଯାହାଦ୍ୱାରା ସେମାନେ ଏହା ଆବେଦନ କରି ନାହାନ୍ତି l ଏପରି ପରିସ୍ଥିତିରେ, ଯେଉଁ ଚାଷୀମାନେ eKYC ରେ ନିଜକୁ ସାମିଲ କରିନାହାଁନ୍ତି, ସେମାନେ ଏହି ଯୋଜନାର ଲାଭ ପାଇବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଯଦି ଆପଣ ଜଣେ ଚାଷୀ ଏବଂ ଆପଣ  ଇ- KYC ଏପର୍ଯ୍ୟନ୍ତ କରିନାହାନ୍ତି, ତେବେ ଆପଣ ମଧ୍ୟ ଏହି ପ୍ରକ୍ରିୟାରେ ନିଜକୁ ସାମିଲ କରିପାରିବେ ।

ତେବେ ଇ- KYC ପ୍ରକ୍ରିୟା କିପରି ସଂପୂର୍ଣ୍ଣ କରିବେ ତାହାର ସଠିକ ତଥ୍ୟ ଆପଣଙ୍କ ନିକଟରେ ଥିବା ଆବଶ୍ୟକ l ତେଣୁ ସର୍ବପ୍ରଥମେ ଆପଣ PM Kisan Yojana ର ଅଫିସିଆଲ୍ ୱେବସାଇଟ୍ କୁ ଯାଆନ୍ତୁ । ସେଠାରେ ଥିବା  ଫର୍ମ କୋଣ ତଳେ ଥିବା 'e-KYC' ଅପ୍ସନ୍ ଉପରେ କ୍ଲିକ୍ କରି ସମସ୍ତ ତଥ୍ୟ ପ୍ରଦାନ କରନ୍ତୁ । ଶେଷରେ ସେଠାରେ ଆପଣ ନିଜର ଆଧାର ନମ୍ବର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୂଚନା ପ୍ରଦାନ କରନ୍ତୁ । ଶେଷରେ ଆପଣଙ୍କର ମୋବାଇଲ୍ ନମ୍ବରରେ ଏକ ପ୍ରାପ୍ତ OTP କୁ ସେଠାରେ ଦାଖଲ କରନ୍ତୁ । ଏହାପରେ ଏହି ଇ- KYC ଆବେଦନ ଆପଣଙ୍କର ସମ୍ପୂର୍ଣ୍ଣ ହେବ l ତେବେ ଡେରି ନ କରି ଆଜି ହିଁ ଏହାକୁ ସମାଧାନ କରନ୍ତୁ ନଚେତ ଆପଣ ଏହି କିସ୍ତି ଟଙ୍କା ପାଇବାରୁ ବଞ୍ଚିତ ହେବେ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments