Health & Lifestyle

ଲୁଣ ଖାଇବା କମ କରନ୍ତୁ

କରୋନା ପରଠାରୁ କହିବାକୁ ଗଲେ ଅଧିକାଂଶ ଲୋକ ହିଁ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି । ଅନେକ ଲୋକ କୋଭିଡ ପରବର୍ତ୍ତୀ ସମସ୍ୟା ସହ ଲଢ଼ୁଛନ୍ତି । ଆଉ ଏଭଳି ସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୁଣି ଚେତାବନୀ ଜାରି କରିଛି ।

18 November, 2022 3:57 PM IST By: Sudesna Nayak

କରୋନା (corona virus) ପରଠାରୁ କହିବାକୁ ଗଲେ ଅଧିକାଂଶ ଲୋକ ହିଁ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି । ଅନେକ ଲୋକ କୋଭିଡ ପରବର୍ତ୍ତୀ ସମସ୍ୟା ସହ ଲଢ଼ୁଛନ୍ତି । ଆଉ ଏଭଳି ସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୁଣି ଚେତାବନୀ ଜାରି କରିଛି ।

ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ 2022ର ରିପୋର୍ଟ ଅନୁଯାୟୀ ହିଁ, ଗ୍ଲୋବାଲ ଆକ୍ସନ ପ୍ଲାନ ଅନ୍ ଫିଜିକାଲ ଆକ୍ଟିଭିଟି ୨୦୧୮-୨୦୩୦ ଜାରି କରିଛି । ଏଥିରେ ଶାରୀରିକ ବ୍ୟାୟାମକୁ ଅଧିକ ହିଁ ଗୁରୁତ୍ୱ ଦିଆଯାଇଛି । ଏହି ରିପୋର୍ଟରେ ଚାଲିବା, ସାଇକେଲ ଚଲାଇବା, ଖେଳ କୁଦ କରିବା ଏବଂ ଅନ୍ୟ ଶାରୀରିକ ପରିଶ୍ରମ ଶରୀର ପାଇଁ ବହୁତ ଭଲ । ରିପୋର୍ଟ ଅନୁଯାୟୀ ଶାରୀରିକ ପରିଶ୍ରମର ଅଭାବ ଏହି ରୋଗଗୁଡିକର ମୁଖ୍ୟ କାରଣ ହେବ ।

ଅତ୍ୟଧିକ ଲୁଣ ଖାଇବା କମ କରନ୍ତୁ,ଜାଣନ୍ତୁ...

ଲୁଣ କିମ୍ୱା ଏଥିରୁ ମିଳୁଥିବା ସୋଡିୟମ ଉଚ୍ଚ ରକ୍ତଚାପ ଓ ହୃଦୟ ରୋଗ ସମସ୍ୟାକୁ ବଢ଼ାଇଥାଏ। ଲୁଣ ଅଧିକ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟା ବଢ଼ିଥାଏ । ଯଦିଓ ଶୀରର ପାଇଁ କିଛି ଲୁଣର ଆବଶ୍ୟକ ପଡ଼ିଥାଏ ହେଲେ ଏହାର ଅତ୍ୟଧିକ ବ୍ୟବହାର ଉଚ୍ଚ ରକ୍ତଚାପ ସମସ୍ୟାକୁ ବଢ଼ାଇଥାଏ। ଏଭଳି ସ୍ଥିତିରେ ଗୋଟିଏ ଦିନରେ ଆପଣ ଏକ ଚାମୁଚରୁ ଅଧିକ ଲୁଣ ଖାନ୍ତୁ ନାହିଁ ।

ଉଚ୍ଚ ରକ୍ତଚାପ (high blood pressure) ଆପଣଙ୍କର ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରୁ ଏହା ବିପଦ ଜନକ ସମସ୍ୟା । ହାଇପରଟେନସନକୁ ଉଚ୍ଚ ରକ୍ତଚାପ (high blood pressure) ସମସ୍ୟା ବୋଲି କୁହାଯାଏ । ଏଥିରେ ଧମନିରେ ରକ୍ତ ପ୍ରବାହ ଦ୍ରୁତ ହୋଇଥାଏ । ଏହାଦ୍ୱାରା ଧମନୀରେ ରକ୍ତ ପ୍ରବାହକୁ ବଜାୟ ରଖିବା ପାଇଁ ହୃଦୟକୁ ଅଧିକ କାର୍ଯ୍ୟ କରିବାକୁ ପଡ଼ିଥାଏ । ସାଧାରଣ ଭାବେ ହିଁ ଆମର ଜୀବନଶୈଳୀ (Change Your lifestyle)ଓ ଫାଷ୍ଟ ଫୁଡ୍‌ ଅଭ୍ଯାସ ଯୋଗୁ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଇଥାଏ । ଯାହାକୁ ନିୟନ୍ତ୍ରଣ କରିବା ନିତ୍ୟାନ୍ତ ଆବଶ୍ୟକ ।

ଶାରୀରିକ ପରିଶ୍ରମ ଶରୀର ପାଇଁ ବହୁତ ଭଲ,ଜାଣନ୍ତୁ...

ମନେ ରଖନ୍ତୁ ଯେ ଯଦି କେହି ବ୍ୟକ୍ତି ବା ମହିଳା ପ୍ରତିଦିନ ଅଧାଘଣ୍ଟାରୁ ଏକ ଘଣ୍ଟା ଶାରୀରିକ ପରିଶ୍ରମ କରୁଛନ୍ତି, ତେବେ ଅନେକ ରୋଗରୁ ମୁକ୍ତି ମିଳିପାରିବ। ନିୟମିତ ବ୍ୟାୟାମ କରିବା ଦ୍ୱାରା ମୃତ୍ୟୁ ଆଶଙ୍କା ୨୦ ରୁ ୩୦ ପ୍ରତିଶତ କମିଯିବ, ହୃଦରୋଗ ବିପଦ ମଧ୍ଯ ୭ ରୁ ୮ ପ୍ରତିଶତ କମିଯିବ , ଡିପ୍ରେସନ, ଡାଇବେଟିସ୍ ଭଳି ଆଶଙ୍କା ମଧ୍ଯ ୫ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇ ଯାଇପାରେ ।

ରୋଗରୁ ମୁକ୍ତି ପାଇବା ଅଧିକରୁ ଅଧିକ ଶାରୀରିକ ପରିଶ୍ରମ କରନ୍ତୁ, ବ୍ୟାୟାମ ଏବଂ ଅନ୍ୟ ଶାରୀରିକ ପରିଶ୍ରମ କରନ୍ତୁ । ଯେମିତିକି ନିୟମିତ ଭାବରେ ଚାଲିବା, ସାଇକେଲ ଚଲାଇବା, ଦୌଡ଼ିବା, ସିଢ଼ି ଚଢ଼ିବା, ଶାରୀରିକ କାମ କରିବା, ବାହାରେ କିଛି ଖେଳାଖେଳି କରିବା ଆଦି ଲାଭଜନକ ହୋଇପାରେ ।

ପ୍ରତ୍ୟେକ ଦିନ ଖାଆନ୍ତୁ ଛତୁ,ମିଳିବ ଅନେକ ଫାଇଦା

ଏହି ରୋଗ ଥିଲେ ପିଅନ୍ତୁ ନାହିଁ ହଳଦୀ କ୍ଷୀର...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)