1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ପ୍ରତ୍ୟେକ ଦିନ ଖାଆନ୍ତୁ ଛତୁ,ମିଳିବ ଅନେକ ଫାଇଦା

ଛତୁ ବା ମସରୁମ୍‌ ଏକ ଶାକାହାରୀ ଭୋଜନ। ଛତୁ ଖାଇବା ଶରୀର ପାଇଁ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ । ଛତୁ ଏପରି ଏକ ଜିନିଷ ଯାହା ପ୍ରାୟ ସବୁବେଳେ ମିଳିଥାଏ । ମସରୁମ୍‌ ରେ ଏପରି ଅନେକ ତତ୍ତ୍ୱ ରହିଛି, ଯାହା ଶରୀରକୁ ପୋଷଣ ଦେଇଥାଏ । ତେବେ ଛତୁ ଖାଇବା ଦ୍ୱାରା ଆଉ କ’ଣ ଫାଇଦା ମିଳିଥାଏ ଆସନ୍ତୁ ଜାଣିବା…

Sudesna Nayak
Sudesna Nayak
Are Mushrooms Good for People with Diabetes?

Are Mushrooms Good for People with Diabetes?

ଛତୁ ବା ମସରୁମ୍‌ (Mushrooms)ଏକ ଶାକାହାରୀ ଭୋଜନ। ସମସ୍ତ ଶାକାହାରୀ ବ୍ୟକ୍ତି ଏହାକୁ ଖାଇବାକୁ ବେଶ ପସନ୍ଦ କରନ୍ତି । ଏହାଛଡା ଛତୁ (Mushrooms) ଖାଇବା ଶରୀର ପାଇଁ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ । ଛତୁ ଏପରି ଏକ ଜିନିଷ ଯାହା ପ୍ରାୟ ସବୁବେଳେ ମିଳିଥାଏ । ମସରୁମ୍‌ (Mushrooms)ରେ ଏପରି ଅନେକ ତତ୍ତ୍ୱ ରହିଛି, ଯାହା ଶରୀରକୁ ପୋଷଣ ଦେଇଥାଏ । ତେବେ ଛତୁ (Mushrooms) ଖାଇବା ଦ୍ୱାରା ଆଉ କ’ଣ ଫାଇଦା ମିଳିଥାଏ ଆସନ୍ତୁ ଜାଣିବା…

ମଧୁମେହ ଭଳି ସମସ୍ୟାକୁ ନିୟନ୍ତ୍ରଣ କରେ ଛତୁ ବା ମସରୁମ୍‌ (Mushrooms),ଜାଣନ୍ତୁ...

ଛତୁ (Mushrooms)ରେ ସେ ସବୁ ଉପାଦାନ ମିଶିକରିଥାଏ ଯାହା ମଧୁମେହ (Diabetes)ଭଳି ସମସ୍ୟାକୁ ନିୟନ୍ତ୍ରଣ କରିବା ସହ ଏହି ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ । ଏଥିରେ ସାଧାରଣତଃ ଭିଟାମିନ, ମିନେରାଲ ଏବଂ ଫାଇବର ମିଶିକରି ରହିଛି । ଏଥିସହ ଫ୍ୟାଟ୍,କାର୍ବୋହାଇଡ୍ରେଟ୍ ଏବଂ ସୁଗାରର ମାତ୍ରା ମଧ୍ୟ ନଥାଏ । ଯାହାକି ଜଣେ ମଧୁମେହ (Diabetes) ରୋଗୀ ପାଇଁ ଉପଯୁକ୍ତ ହୋଇଥାଏ । ଏହା ଶରୀରରେ ଇନସୁଲିନର ମାତ୍ରାକୁ ବଢାଇଥାଏ ।

ହାଡକୁ ମଜବୁତ କରେ ଛତୁ (Mushrooms),ଜାଣନ୍ତୁ...

ଛତୁ (Mushrooms) ରେ ଭିଟାମିନ ଡି ର ଭଲ ସ୍ରୋତ ରହିଥାଏ । ଏହି ଭିଟାମିନ ହାଡକୁ ମଜବୁତ କରିବା ପାଇଁ ବେଶ୍‌ ଜରୁରୀ ହୋଇଥାଏ । ନିୟମିତ ଭାବେ ମସରୁମ ଖାଇବା ଦ୍ୱାରା ଆବଶ୍ୟକତା ଅନୁଯାୟୀ ୨୦ ପ୍ରତିଶତ ଭିଟାମିନ ଡି ଆମକୁ ମିଳିଯାଏ ।

କ୍ୟାନସର୍ ଭଳି ମାରାତ୍ମକ ରୋଗରୁ ଶରୀରକୁ ରକ୍ଷା କରିଥାଏ ଛତୁ (Mushrooms),ଜାଣନ୍ତୁ...

ଛତୁ (Mushrooms)ସାଧାରଣତଃ ପ୍ରୋଷ୍ଟେଟ୍ ଏବଂ ବ୍ରେଷ୍ଟ କ୍ୟାନସର (brain cancer) ଭଳି ମାରାତ୍ମକ ରୋଗରୁ ଶରୀରକୁ ରକ୍ଷା କରିଥାଏ । ଏଥିରେ ବିଶେଷ କରି ବିଟା ଗ୍ଲୁକନ ଓ କଂଜୁଗେଟ୍ ଲାନୋଲିକ୍ ଏସିଡ୍ ମିଶିକରି ରହିଥାଏ ଯାହା ଏକ ପ୍ରତିରୋଧକ ଶକ୍ତି ଭାବରେ କାର୍ଯ୍ୟ କରିଥାଏ । ଆଉ ଯାହା କ୍ୟାନସର (cancer)ବା କର୍କଟ ଭଳି ସମସ୍ୟାକୁ ନିୟନ୍ତ୍ରଣ କରିଥାଏ ।

ଓଜନ ହ୍ରାସ କରିଥାଏ ଛତୁ (Mushrooms),ଜାଣନ୍ତୁ...

ଛତୁ (Mushrooms)ରେ ଲୀନ ପ୍ରୋଟିନ ରହିଥାଏ, ଯାହା ଓଜନ କମ୍‌ କରିବାରେ ସହାୟକ ହୋଇଥାଏ। ମୋଟାପଣ କମ୍‌ କରିବା ଏବଂ ପ୍ରୋଟିନ ଡାଏଟରେ ଥିବା ବ୍ୟକ୍ତି ଏହାକୁ ଖାଇପାରିବେ ।

ଛତୁ ବା ମସରୁମ୍‌ (Mushrooms)କୁ ଖାଦ୍ୟରୂପେ ବ୍ୟବହାର କରାଯାଏ । ସାରାବିଶ୍ୱରେ ପ୍ରାୟ ୪୦୦ପ୍ରକାର ଛତୁ ଦେଖାଯାଏ; ତନ୍ମଧ୍ୟରୁ ଅନ୍ୟୁନ ୨୦୦ପ୍ରଜାତିର ଛତୁ ଅଧୁନା ଅବଲୁପ୍ତପ୍ରାୟ । ଛତୁ ମଧ୍ୟରେ ବାଲି ଛତୁ, ବୁଢ଼ାବୁଢ଼ୀ ଛତୁ, ନାଡ ଛତୁ, ହୁଙ୍କା ଛତୁ, ପାଳ ଛତୁର ବେଶ୍ ଆଦର ରହିଛି । ଛତୁକୁ ତରକାରୀ ଛଡ଼ା ଭାଜି ଓ ନିଆଁରେ ପୋଡ଼ି ଖିଆଯାଏ ।

ଛତୁ ବା ମସରୁମ୍‌ (Mushrooms)ରେ ଅଧିକ ପ୍ରୋଟିନ୍ ବା ପୁଷ୍ଟିସାର, ଧାତବ ଲବଣ ଓ ଭିଟାମିନ୍ ଆଦି ଥିବାରୁ ବିଶ୍ୱ ଖାଦ୍ୟସଂସ୍ଥା ଛତୁକୁ ଉନ୍ନତ ପୁଷ୍ଟିକର ଖାଦ୍ୟ ବୋଲି ମତ ଦେଇଛନ୍ତି ।

ଏହି ରୋଗ ଥିଲେ ପିଅନ୍ତୁ ନାହିଁ ହଳଦୀ କ୍ଷୀର...

ମଧୁମେହକୁ ମୂଳରୁ ଶେଷ କରିଥାଏ ଏହି ଚମତ୍କାରୀ ଫୁଲ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments