Health & Lifestyle

ସାବଧାନ! ସକାଳେ ଉଠିବା ପରେ କରନ୍ତୁନି ଏହି ୭ଟି କାମ, ନଚେତ୍ ଭୋଗିବେ ଶାରୀରିକ ସମସ୍ୟା,ଜାଣନ୍ତୁ....

କିଛି ବ୍ୟକ୍ତି ସକାଳୁ ଉଠିବା ମାତ୍ରେ ଏମିତି ହିଁ କିଛି ଛୋଟ ଛୋଟ ଭୁଲ କରନ୍ତି, ଯେଉଁ କାରଣରୁ ଆମର ଦିନ ଖରାପ ହୋଇଯାଏ । ଯାହା ଦ୍ବାରା ଏହା ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏଠାରେ ଆମେ ଆପଣଙ୍କୁ ହିଁ ଏପରି କିଛି ୭ଟି ଭୁଲ୍ ବିଷୟରେ କହୁଛୁ ଯାହା ସକାଳେ ଭୁଲରେ ମଧ୍ୟ କରିବା ଉଚିତ ନୁହଁ ।

28 April, 2022 3:16 PM IST By: Sudesna Nayak

କିଛି ବ୍ୟକ୍ତି ସକାଳୁ ଉଠିବା ମାତ୍ରେ ଏମିତି ହିଁ କିଛି ଛୋଟ ଛୋଟ ଭୁଲ କରନ୍ତି, ଯେଉଁ କାରଣରୁ ଆମର ଦିନ ଖରାପ ହୋଇଯାଏ । ଯାହା ଦ୍ବାରା ଏହା ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏଠାରେ ଆମେ ଆପଣଙ୍କୁ ହିଁ ଏପରି କିଛି ୭ଟି ଭୁଲ୍ ବିଷୟରେ କହୁଛୁ ଯାହା ସକାଳେ ଭୁଲରେ ମଧ୍ୟ କରିବା ଉଚିତ ନୁହଁ ।

ସକାଳୁ ଉଠିବା ମାତ୍ରେ ଧୂମପାନ (Smoking)କରନ୍ତୁ ନାହିଁ ,ଜାଣନ୍ତୁ...

ସକାଳେ ଉଠିବା ପରେ ତୁରନ୍ତ ଧୂମ୍ରପାନ (Smoking) କରିବା ଜମା ହିଁ ଉଚିତ୍ ନୁହେଁ । ଖାଲି ପେଟରେ ହିଁ ସିଗାରେଟ୍ ଟାଣିବା ସାଧାରଣ ତୁଳନାରେ କର୍କଟ (Cancer) ରୋଗର ଆଶଙ୍କା ବୃଦ୍ଧି କରିଥାଏ । ଧୂମ୍ରପାନ କରନ୍ତୁ ନାହିଁ ।

ଜଳଖିଆ ନ ଖାଇବା (Breakfast)

ସକାଳୁ ଉଠିବାର 1 ଘଣ୍ଟା ମଧ୍ୟରେ ହିଁ ଜଳଖିଆ (Breakfast) ନ ଖାଇଲେ ଏସିଡିଟିର ସମସ୍ୟା ମଧ୍ଯ ବଢ଼ିପାରେ । ଜଳଖିଆ (Breakfast) ନ କରିବାରୁ ଶରୀରରେ ଶକ୍ତି ଅଭାବ ମଧ୍ୟ ଦେଖାଦିଏ, ଯାହା ଏକ ଦିନସାରା ଦୁର୍ବଳତା ଅନୁଭବ କରାଇଥାଏ ।

କଫି ପିଇବା (Drink Coffee)

ସକାଳେ ଉଠିବା ମାତ୍ରେ କଫି (Coffee)ପିଇବା କାର୍ଟିସୋଲ ହରମୋନର ସ୍ତରକୁ ବୃଦ୍ଧି କରିଥାଏ । ଏହାଦ୍ୱାରା ଆପଣଙ୍କ ଷ୍ଟ୍ରେସ ବା ମାନସିକ ଚାପ (Stress) ବଢ଼ିଥାଏ । ଯଦି ଆପଣଙ୍କୁ କଫି ପିଇବାକୁ ଇଚ୍ଛା, ତେବେ ହାଲୁକା କିଛି ଖାଇ ଏବଂ ପିଅନ୍ତୁ ।

କିଛି ମସଲାଯୁକ୍ତ ଖାଦ୍ୟ (Spicy Food)

ରାତିରେ ଆମ ପେଟ ଭିତରେ ହିଁ ଏସିଡ୍ ପରିମାଣ ବଢ଼ିଯାଏ, ତେଣୁ ସକାଳେ ତେଲ ମସଲା ସହିତ ଜଳଖିଆ ଖାଇବା (Breakfast) ଦ୍ୱାରା ହିଁ ଇନଡାଇଜେଶନ ସମସ୍ୟା ମଧ୍ଯ ସୃଷ୍ଟି ହୋଇପାରେ ।

ପାଣି ନ ପିଇବା (Drink Water)

ସକାଳୁ ଉଠିବା ମାତ୍ରେ ଅତି କମରେ ଏକ ଗ୍ଲାସ୍ ପାଣି (Drink Water)ନ ପିଇଲେ, ଶରୀରର ବର୍ଜ୍ୟବସ୍ତୁ ସଠିକ୍ ଭାବରେ ହିଁ ବାହାରକୁ ଆସେ ନାହିଁ । ଏହା ଡିହାଇଡ୍ରେସନ୍, କିଡନୀ ଏବଂ ଯକୃତ ସମସ୍ୟା ସୃଷ୍ଟି କରିପାରେ ।

ବ୍ୟାୟାମ ନ କରିବା (No Exercise)

ସକାଳେ ବ୍ୟାୟାମ (Exercise) ନ କରିବା କାରଣରୁ ହିଁ ଶରୀର ଫିଟ୍ ରୁହେ ନାହିଁ । ଏହା ମେଦବହୁଳତା, ଇନଡାଇଜେଶନ, ଅମ୍ଳତା ଏବଂ କୋଷ୍ଠକାଠିନ୍ୟର ସମସ୍ୟା ସୃଷ୍ଟି କରେ । ଏହା ଛଡା ମଧ୍ଯ ଆପଣ ଅନେକ ରୋଗର ଶିକାର ହେବେ ।

ମଦ୍ୟପାନ (Drinking Alcohol)

ସକାଳୁ ଉଠିବା ମାତ୍ରେ ଖାଲି ପେଟରେ ମଦ୍ୟପାନ (Alcohol) କରିବା ଦ୍ୱାରା ହିଁ ଯକୃତ (Liver) ନଷ୍ଟ ହେବାର ସମ୍ଭାବନା ଦ୍ୱିଗୁଣିତ ହୋଇଯାଇଥାଏ । ତେବେ ମଦ୍ୟପାନ ଜମା କରନ୍ତୁ ନାହିଁ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଖାଦ୍ୟ ଖାଆନ୍ତି ଏବଂ ପାନୀୟ ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ଦିଆଯାଇ ଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ହିଁ ଡାକ୍ତରଙ୍କର ପରାମର୍ଶ ଜରୁରୀ ଭାବରେ ନିଅନ୍ତୁ ।

ରକ୍ତଚାପ ଭଳି ଅନେକ ବଡ ବଡ ରୋଗରୁ ମୁକ୍ତି ଦିଏ କଦଳୀ

ମଧୁମେହ ରୋଗୀ ଖାଆନ୍ତୁ ନାହିଁ ଏହି ଅଟାର ରୁଟି, ନଚେତ୍ ଭୋଗିବେ ସମସ୍ୟା