1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ମଧୁମେହ ରୋଗୀ ଖାଆନ୍ତୁ ନାହିଁ ଏହି ଅଟାର ରୁଟି, ନଚେତ୍ ଭୋଗିବେ ସମସ୍ୟା

ବର୍ତ୍ତମାନ ଡାଇବେଟିସ ଏକ ବଡ଼ ରୋଗ ସମସ୍ୟା ହେଇଗଲାଣି । ୧୨ ବର୍ଷରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଏହି ରୋଗରେ ପୀଡିତ ହେଉଛନ୍ତି । ଆଜି ଆମେ ଆପମଙ୍କୁ ଏମିତି କିଛି ଖାଦ୍ୟ ବିଷୟରେ କହିବୁ ଯାହା ମଧୁମେହ ଭଳି ହିଁ ବହୁ ସାଙ୍ଘାତିକ ରୋଗରୁ ମଧ୍ୟ ରକ୍ଷା କରିବ ।

Sudesna Nayak
Sudesna Nayak
diabetes patient never eat wheat roti

diabetes patient never eat wheat roti

ବର୍ତ୍ତମାନ ଡାଇବେଟିସ ଏକ ବଡ଼ ରୋଗ ସମସ୍ୟା ହେଇଗଲାଣି । ୧୨ ବର୍ଷରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଏହି ରୋଗରେ ପୀଡିତ ହେଉଛନ୍ତି । ଆଜି ଆମେ ଆପମଙ୍କୁ ଏମିତି କିଛି ଖାଦ୍ୟ ବିଷୟରେ କହିବୁ ଯାହା ମଧୁମେହ (Diabetes)ଭଳି ହିଁ ବହୁ ସାଙ୍ଘାତିକ ରୋଗରୁ ମଧ୍ୟ ରକ୍ଷା କରିବ ।

ମଧୁମେହ ରୋଗୀ (Diabetes)ଙ୍କୁ ସେମାନଙ୍କ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ଟିକିଏ ଅସାବଧାନତା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ସେମାନଙ୍କ ସୁଗାର ଲେଭଲ ନିୟନ୍ତ୍ରଣରୁ ବାହାରିଯାଇଥାଏ । ଏଥିପାଇଁ ବିଶେଷଜ୍ଞମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ, ମଧୁମେହ (Diabetes)ରୋଗୀ ସେମାନଙ୍କ ଖାଦ୍ୟରେ ସେହିସବୁ ଖାଦ୍ୟ ସାମିଲ କରିବା ଉଚିତ୍, ଯାହାଦ୍ୱାରା ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରହିବ ।

ସୂଚନା ଅନୁଯାୟୀ, ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ, ଭାରତରେ ପ୍ରାୟ ୭ କୋଟି ଲୋକ ମଧୁମେହ (Diabetes)ରୋଗରେ ପୀଡିତ । ଏମିତିରେ ମଧୁମେହ ରୋଗୀଙ୍କୁ ଏପରି ଖାଦ୍ୟଠାରୁ ଦୂରେଇ ରହିବାକୁ ପଡିବ, ଯାହାର ଗ୍ଲାସେମିକ୍ ଇଣ୍ଡେଭାଲ୍ବୁ ଅଧିକ ଅଛି । ଏମିତିରେ ଗହମ ଅଟାରେ କାର୍ବସ୍ ଥାଏ । ଯାହା ମଧୁମେହ (Diabetes)ରୋଗୀଙ୍କ ପାଇଁ କ୍ଷତିକାରକ ହୋଇପାରେ । ଏହାଦ୍ବାରା ରକ୍ତ ଶର୍କରା ସ୍ତର ବୃଦ୍ଧି ହେବାର ସମ୍ଭାବନା ରହିଥାଏ । ତେଣୁ ଯେତେ ସମ୍ଭବ ଏହି ଅଟାର ରୁଟି କମ୍ ଖାଆନ୍ତୁ ।

ଏହା ବ୍ୟତୀତ ଉଚ୍ଚ ରକ୍ତ ଶର୍କରା ସ୍ତର ସମସ୍ୟାରେ ପୀଡିତ ଲୋକଙ୍କୁ ପ୍ରତିଦିନ ବାସି ରୁଟି ଏବଂ ଥଣ୍ଡା କ୍ଷୀର ଖାଇବା ଜମା ହିଁ ଉଚିତ ନୁହେଁ । ଯଦି ଆପଣ ଚାହାଁନ୍ତି ତେବେ ବାସି ରୁଟିକୁ ଥଣ୍ଡା କ୍ଷୀରରେ ୧୦-୧୫ ମିନିଟ୍ ଭିଜାଇ ଦିଅନ୍ତୁ । ଏହାକୁ ଦିନରେ ହିଁ ଆପଣ ଖାଇ ପାରିବେ । ଏହାଦ୍ୱାରା ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ ।

ମଧୁମେହ (Diabetes)ରୋଗୀ ଚଣା ଅଟାରେ ପ୍ରସ୍ତୁତ ରୁଟି ଖାଇପାରିବେ । ଏହାକୁ ଖାଇବା ଦ୍ୱାରା ଆପଣଙ୍କ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ । ଚଣା ଅଟାରେ ଦ୍ରବୀଭୂତ ଫାଇବର ରହିଥାଏ, ଯାହା ଶରୀରରେ ବଢୁଥିବା ଖରାପ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ରକ୍ତରେ ଗ୍ଲୁକୋଜର ଅବଶୋଷଣ ପ୍ରକ୍ରିୟାକୁ ମଧ୍ୟ ମନ୍ଥର କରିଥାଏ । ଯାହା ଫଳରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ ।

ଗରମ ଦିନରେ ହଳଦିଆ ରଙ୍ଗର ଫଳ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ । ହଳଦିଆ ରଙ୍ଗର ଫଳ ଯେମିତି ଆମ୍ବ (Mango) ,ଅମୃତଭଣ୍ଡା ,ସନ୍ତରା,ତରଭୁଜ ଏବଂ କଦଳୀ (Banana)ନିହାତି ଖାଇବା ଉଚିତ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଖାଦ୍ୟ ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ହିଁ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ଜରୁରୀ ନିଅନ୍ତୁ ।

ସାବଧାନ! ବଜାରରୁ କିଣୁଥିବା ଖାଦ୍ୟରେ ମିଶୁଛି 'Slow Poison', ସିଧାସଳଖ ପଡିବେ ମୃତ୍ୟୁ ମୁଖରେ...

କୋରୋନା,ରକ୍ତହୀନତା ଭଳି ବଡ ବଡ ରୋଗରୁ ବଞ୍ଚାଇବ ଏହି ଜୁସ୍ , କେମିତି ପ୍ରସ୍ତୁତ କରିବେ ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments