1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ସାବଧାନ! ବଜାରରୁ କିଣୁଥିବା ଖାଦ୍ୟରେ ମିଶୁଛି 'Slow Poison', ସିଧାସଳଖ ପଡିବେ ମୃତ୍ୟୁ ମୁଖରେ...

ସାବଧାନ ରୁହନ୍ତୁ । ଆପଣମାନେ ଜାଣିଛନ୍ତି କି? ବଜାରରୁ କିଣୁଥିବା ଖାଦ୍ୟରେ ମିଶୁଛି 'Slow Poison'। ବଜାରରୁ ଖାଦ୍ୟ କିଣିବା ସମୟରେ ସାଧାରଣତଃ ଦୋକାନୀ ଆଲୁମିନିୟମ୍ ଫଏଲ୍‌ରେ ଖାଦ୍ୟ ଗୁଡ଼ାଇ ଦେଇଥାନ୍ତି । ଏହା ସ୍ୱାସ୍ଥ୍ୟ ପ୍ରତି ଖରାପ ପ୍ରଭାବ ପକାଇଥାଏ । ଜାଣନ୍ତୁ ନଚେତ ସିଧାସଳଖ ପଡିବେ ମୃତ୍ୟୁ ମୁଖରେ ।

Sudesna Nayak
Sudesna Nayak
aluminum intake harmful to bone diseases reduces growth rate of brain cells

aluminum intake harmful to bone diseases reduces growth rate of brain cells

ସାବଧାନ ରୁହନ୍ତୁ । ଆପଣମାନେ ଜାଣିଛନ୍ତି କି? ବଜାରରୁ କିଣୁଥିବା ଖାଦ୍ୟରେ ମିଶୁଛି 'Slow Poison'। ବଜାରରୁ ଖାଦ୍ୟ କିଣିବା ସମୟରେ ସାଧାରଣତଃ ଦୋକାନୀ ଆଲୁମିନିୟମ୍ ଫଏଲ୍‌ରେ ଖାଦ୍ୟ ଗୁଡ଼ାଇ ଦେଇଥାନ୍ତି । ଏହା ସ୍ୱାସ୍ଥ୍ୟ ପ୍ରତି ଖରାପ ପ୍ରଭାବ ପକାଇଥାଏ । ଜାଣନ୍ତୁ ନଚେତ ସିଧାସଳଖ ପଡିବେ ମୃତ୍ୟୁ ମୁଖରେ ।

ସୂଚନା ଅନୁଯାୟୀ, ବଜାରରୁ ଖାଦ୍ୟ କିଣିବା ସମୟରେ ସାଧାରଣତଃ ଦୋକାନୀ ଆଲୁମିନିୟମ୍ ଫଏଲ୍‌ (Aluminum Foil)ରେ ଖାଦ୍ୟ ଗୁଡ଼ାଇ ଦେଇଥାନ୍ତି । ଆଲୁମିନିୟମ୍ ଫଏଲ୍‌ (Aluminum Foil)ରେ ଗୁଡ଼ାଇବା ପରେ ଏହାକୁ ପ୍ୟାକିଂ କରାଯାଇଥାଏ । ଫାଷ୍ଟ ଫୁଡକୁ ଗରମ ରଖିବା ପାଇଁ ଦୋକାନୀ ଏପରି କରିଥାନ୍ତି । କିନ୍ତୁ ଆପଣ ଏକଥା ଜାଣନ୍ତି କି, ଏହା ପଛରେ ରହିଛି ଫୁଡ ପଏଜନିଂର ମୁଖ୍ୟ କାରଣ ।

ଆଲୁମିନିୟମ୍ ଫଏଲ୍‌ (Aluminum Foil) ପ୍ରସ୍ତୁତକାରୀ ଏହାକୁ ଜୀବାଣୁମୁକ୍ତ ବୋଲି ଦାବି କରିଥାନ୍ତି । ଏକଥା ମଧ୍ୟ ସତ୍ୟ ହୋଇପାରେ । କିନ୍ତୁ ଏହା ସ୍ୱାସ୍ଥ୍ୟ ପ୍ରତି ଖରାପ ପ୍ରଭାବ ପକାଇଥାଏ । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟରେ ଆଲୁମିନିୟମ୍ ଫଏଲ (Aluminum Foil)ର ବ୍ୟବହାର ସ୍ୱାସ୍ଥ୍ୟ ପକ୍ଷେ କ୍ଷତି ପହଞ୍ଚାଉଥିବା ଉଲ୍ଲେଖ ରହିଛି । ଏପରିକି ଶହ ଶହ ବର୍ଷ ପୂର୍ବରୁ ଭାରତୀୟ ପରମ୍ପରାରେ ଖାଦ୍ୟ ପ୍ରସ୍ତୁତିରେ ଆଲୁମିନିୟମ ପାତ୍ର ବ୍ୟବହାରରୁ ବାରଣ କରାଯାଏ । ମାଟି ପାତ୍ରରେ ରୋଷେଇ ସହିତ କଦଳୀ, ଶାଳ, ପଦ୍ମ ପତ୍ରରେ ଖାଦ୍ୟ ପରସିବାକୁ ଉପନିଷେଦରେ ମଧ୍ୟ ହିତୋବଦେଶ ଦିଆଯାଇଛି । ଏହାର ମୁଖ୍ୟ କାରଣ ହେଉଛି ଆଲୁମିନିୟମ କଣିକା ଶରୀରରୁ ନିଷ୍କାସିତ ହୋଇପାରିନଥାଏ ।

କୌଣସି ବି ଉପାୟରେ ଆଲୁମିନିୟମ କଣିକା ଶରୀରରେ ପ୍ରବେଶ କଲେ, ଏହା ସବୁଦିନ ପାଇଁ ରକ୍ତ କଣିକାରେ ମିଶି ରହିଥାଏ । ଯାହା ସମୟକ୍ରମେ ଶରୀରରେ ଅସନ୍ତୁଳନତା ସୃଷ୍ଟି କରେ । କିଡ୍‌ନୀ ସମସ୍ୟା ଓ ଡିମେସିଆ ଭଳି ରୋଗ ଦେଖାଯାଏ । ରକ୍ତରେ ଆଲୁମିନିୟମ୍ (Aluminum) ମିଶିବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ମଧ୍ୟ କମିଯାଏ । ଭାରତରେ ବ୍ରିଟିଶ ଶାସନ ସମୟରେ ଆନ୍ଦୋଳନକାରୀଙ୍କୁ ଆଲୁମିନିୟମ ପାତ୍ରରେ ରୋଷେଇ ସହ ଖାଦ୍ୟ ପରସା ଯାଉଥିଲା । ଯାହା ସ୍ଲୋ ପଏଜନ ପରି କାର୍ଯ୍ୟ କରୁଥିଲା । ଏବେ ବିଭିନ୍ନ ପ୍ରକାର ରେଡିମେଡ୍ ଖାଦ୍ୟ ଫଏଲ୍ ପ୍ୟାକ୍ ହୋଇ ଆସୁଥିବାରୁ, ଗରମ ଖାଦ୍ୟ ସିଧାସଳଖ ଆଲୁମିନିୟମ ସଂସ୍ପର୍ଶରେ ଆସୁଛି । ଏହା ଧିମା ବିଷ ଭଳି ଆମ ଶରୀର ଭିତରକୁ ଯାଉଥିବାରୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ଆଶଙ୍କା ରହିଛି ।

ପ୍ରକାଶ ଥାଉ ଯେ, ଶରୀରରେ ଆଲୁମିନିୟମ୍‌ (Aluminum)ର ମାତ୍ରା ଅଧିକ ହେବା ଦ୍ୱାରା କ୍ୟାନସର୍ ଓ ଆଲଜାଇମର୍ ପରି ରୋଗ ଆଶଙ୍କା ବଢ଼ିଥାଏ । ଏପରିକି ଏହାର ପ୍ରଭାବରେ ମସ୍ତିଷ୍କର କୋଷ ବୃଦ୍ଧିରେ ବାଧା ସୃଷ୍ଟି ହୋଇଥାଏ । ଆଲିମିନିୟମ କଣିକା ଆମ ସ୍ମୃତିଶକ୍ତିକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରିଥାଏ । ଶରୀରରେ ଆଲୁମିନିୟମ୍‌ (Aluminum)ର ମାତ୍ରା ବୃଦ୍ଧି ପାଇଲେ କ୍ୟାଲସିଅମ ପରିମାଣ ହ୍ରାସ ପାଇବା କାରଣରୁ ହାଡ଼ ଦୁର୍ବଳ ହୋଇଯାଏ । ଏହା ପ୍ରଭାବରେ ଗଣ୍ଠି ଯନ୍ତ୍ରଣା ପରି ସମସ୍ୟା ଦେଖାଦେଇଥାଏ । ଯଦି ଆପଣ ଆଲୁମିନିୟମ ପାତ୍ର ବ୍ୟବହାର କରୁଛନ୍ତି, ତେବେ ଏଥିରୁ ନିବୃତ୍ତ ରହିବା ଶ୍ରେୟସ୍କର । ଆଲୁମିନିୟମ୍ ଫଏଲ୍‌ରେ ଗୁଡ଼ା ଯାଇଥିବା ଖାଦ୍ୟ ଖାଇବାଦ୍ୱାରା ପୋଷକତତ୍ତ୍ବରେ ଅସନ୍ତୁଳନ କାରଣରୁ ଫୁଡ୍‌ ପଏଜନ୍ ଆଶଙ୍କା ବଢ଼ିଯାଇଥାଏ ।

କୋରୋନା,ରକ୍ତହୀନତା ଭଳି ବଡ ବଡ ରୋଗରୁ ବଞ୍ଚାଇବ ଏହି ଜୁସ୍ , କେମିତି ପ୍ରସ୍ତୁତ କରିବେ ଜାଣନ୍ତୁ...

ଡାଇବେଟିସ ରୋଗକୁ ମୂଳରୁ ଶେଷ କରିଥାଏ ଏହି ଚମତ୍କାରୀ ଫୁଲ, ଜାଣିଲେ ହୋଇଯିବେ ଆଶ୍ଟର୍ଯ୍ୟ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments