1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଡାଇବେଟିସ ରୋଗକୁ ମୂଳରୁ ଶେଷ କରିଥାଏ ଏହି ଚମତ୍କାରୀ ଫୁଲ, ଜାଣିଲେ ହୋଇଯିବେ ଆଶ୍ଟର୍ଯ୍ୟ...

ମଧୁମେହ ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ଏହି ସମସ୍ୟା ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ପାଖରେ ଅଧିକ ଦେଖାଯାଉଛି ।

Sudesna Nayak
Sudesna Nayak
eat this wonderful Palash Flower blood sugar will decrease

eat this wonderful Palash Flower blood sugar will decrease

ମଧୁମେହ ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ଏହି ସମସ୍ୟା ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ପାଖରେ ଅଧିକ ଦେଖାଯାଉଛି ।

ଆଜି ଆମେ ଆପଣମାନଙ୍କୁ ପଳାଶ ଫୁଲ (Palash Flower) ବିଷୟରେ କହିବାକୁ ଯାଉଛୁ । ଯାହାର କିଛି ଅଲଗା ଚମତ୍କାରୀ ଗୁଣ ରହିଛି ।

ତେବେ ଚାଲନ୍ତୁ ଜାଣିବା ଏହି ଫୁଲର କିଛି ଔଷଧୀୟ ଗୁଣ ବିଷୟରେ...

ପଳାଶ ଫୁଲ (Palash Flower)ର ସବୁଠୁ ପ୍ରଥମ ଓ ବଡ଼ ଫାଇଦା ହେଉଛି ରକ୍ତକୁ ସଫା କରିବା । ଆଜିକାଲି ଦୁନିଆରେ ବହୁତ ଟନିକ ଏପରି ମିଳେ ଯେଉଁଥିରେ ପଳାଶ ଫୁଲ ମିଶାଯାଉଛି । ଏହା ଶରୀରରେ ଥିବା ଅଳିଆ ରକ୍ତ ମାନଙ୍କୁ ସଫା କରିଥାଏ।ଆମ ରକ୍ତରେ ଯେଉଁ ଅଦରକାରୀ ପଦାର୍ଥ ରହିଥାଏ ଏମାନେ ତାକୁ ବାହାର କରି ଫୋପାଡି ଦିଅନ୍ତି । ଯଦି ପଳାଶ ଫୁଲକୁ ଟନିକ ଭାବରେ ପିଆଯାଏ ତ ଏହା ଆମ ଶରୀରର ରକ୍ତକୁ ସଫା କରିଦେବ ।

ପଳାଶ ଫୁଲ (Palash Flower)ଡାଇବେଟିସ (Diabetes) ରୋଗରେ ବହୁତ କାମ ଦିଏ ।ପରିବାରରେ କୌଣସି ନ କୌଣସି ବ୍ୟକ୍ତି ଡାଇବେଟିସ (Diabetes)ର ଶିକାର ହୋଇଥାଏ ।ଆମ ଶରୀର ଭିତରେ ଗ୍ଲୁକୋଜ ଲେଵଲକୁ ପଳାଶ ଫୁଲ ନିୟନ୍ତ୍ରଣ କରିଥାଏ । ପଳାଶର (Palash Flower) ଶୁଖିଲା ଫୁଲ ମଧ୍ୟ ବଜାରରେ ମିଳୁଛି ।ଯଦି ଆପଣ ସେହି ଫୁଲକୁ ଆଣି ତାକୁ ଗରମ କ୍ଷୀର ସହିତ ନେବେ ତ ଆପଣଙ୍କ ଡାଇବେଟିସ ବହୁ ମାତ୍ରାରେ ନିୟନ୍ତ୍ରଣକୁ ଆସିବ । ଡାଇବେଟିସ (Diabetes) ରୋଗୀମାନେ ପଳାଶ ଫୁଲ (Palash Flower)ର ବ୍ୟବହାର ନିଶ୍ଚୟ କରିବେ। ଏହା ଆପଣଙ୍କ ଶରୀରର ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିବ ।

ଯଦି ପେଟରେ ଗ୍ୟାସ ସମସ୍ୟା ରହୁଛି ତେବେ ୪/୫ଟି ପଳାଶ ଫୁଲ (Palash Flower)କୁ ରାତି ସାରା ପାଣିରେ ବତୁରାଇ ରଖିଦିଅନ୍ତୁ । ସକାଳୁ ଖାଲି ପେଟରେ ଏହି ପାଣି ପିଅନ୍ତୁ । ଏପରି ଲଗାତାର କଲେ ଗ୍ୟାସ ସମସ୍ୟାରୁ ମୁକ୍ତି ମଳିଥାଏ ।

ଯେଉଁ ମାନଙ୍କ ମୁଁହରେ ବ୍ରଣ,ଦାଗ ଆଦି ସମସ୍ୟା ଦେଖାଯାଏ,ଘିମିରି ଆଦି ଦେଖାଯାଏ ସେପରି ଲୋକ ମାନଙ୍କୁ ପଳାଶ ଫୁଲ (Palash Flower) ସେବନ କରିବା ନିହାତି ଜରୁରୀ । ଯଦି ଆପଣ ଏହି ଫୁଲକୁ ପାଣିରେ ମିଶାଇ ମାତ୍ର ଏକ ମାସ ନିୟମିତ ପ୍ରୟୋଗ କରନ୍ତି ତ ଆପଣଙ୍କୁ ଫାଇଦା ମିଳିବ । ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ମଧ୍ୟ ପଳାଶ ଫୁଲ (Palash Flower)ର ଅବଦାନ ଅନ୍ୟତମ । ଆଜିକାଲି ଯେଉଁଭଳି ରୋଗ ସବୁ ମାଡି ଚାଲିଛି ଏହିପରି ସ୍ଥିତିରେ ଯଦି ଆପଣଙ୍କୁ କେଉଁଠି ବି ପଳାଶ ଫୁଲ ମିଳେ ତ ଆପଣ ତାକୁ ନିଶ୍ଚୟ ବ୍ୟବହାର କରନ୍ତୁ । ଆପଣ ଏହାକୁ ପାଣିରେ ମିଶାଇ ବ୍ୟବହାର କରନ୍ତୁ । ଏହା ଆପଣଙ୍କ ଶରୀରରୁ ଫ୍ରୀ ରାଡ଼ିକଲ ମାନଙ୍କୁ ବାହାର କରିବାରେ ସାହାଯ୍ୟ କରିବ ।

ଯୌନଶକ୍ତି ପାଇଁ ପଳାଶ ଫୁଲ (Palash Flower)ବହୁତ ଉପାଦେୟ ଅଟେ । ବହୁତ ସାରା ଲୋକ ଏମିତି ଅଛନ୍ତି ଯେଉଁମାନେ ଏହି ସମସ୍ୟାରେ ପିଡିତ ଅଛନ୍ତି । ପୁରୁଷ ମାନଙ୍କୁ ବିଭିନ୍ନ ପ୍ରକାର ଅସୁବିଧା ହୋଇଥାଏ । ସେମାନଙ୍କ ସ୍ପର୍ମ କମଜୋର ପଡିଯାଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପଳାଶ ଫୁଲ (Palash Flower)ର ସେବନ ନିଶ୍ଚିତ କରନ୍ତୁ। ଏହାର ସେବନ କରିବା ଦ୍ଵାରା ଆପଣଙ୍କ ଯୌନଶକ୍ତି ଏହାଦ୍ବାରା ବଢିବ । ଆପଣ ସବୁଦିନ ଶୋଇବା ପୂର୍ବରୁ ଏହାର ବ୍ୟବହାର ନିଶ୍ଚୟ କରିବେ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ପଳାଶ ଫୁଲ (Palash Flower)ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ହିଁ ପରାମର୍ଶ ଜରୁରୀ ଭାବରେ ନିଅନ୍ତୁ ।

ଏସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ମଧୁମେହ ରୋଗୀ,ନଚେତ ସିଧାସଳଖ ପଡିବେ ମୃତ୍ୟୁ ମୁଖରେ...

କୋଷ୍ଠକାଠିନ୍ୟ ସହ ଅନେକ ବଡ ବଡ ରୋଗରୁ ମୁକ୍ତି ଦିଏ ବେଲପଣା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments