1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କୋଷ୍ଠକାଠିନ୍ୟ ସହ ଅନେକ ବଡ ବଡ ରୋଗରୁ ମୁକ୍ତି ଦିଏ ବେଲପଣା

ବେଲ ହେଉଛି ଓଡିଆ ମାନଙ୍କର ହିଁ ଏକ ପ୍ରିୟ ଫଳ । ଏହାର ଗଛ ଠାରୁ ଆରମ୍ଭ କରି ପତ୍ର,ଫଳ ବିଶେଷ ଉପକାରୀ । ବେଲକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରିବା ସହ ଏଥିରୁ ଔଷଧ ମଧ୍ୟ ତିଆରି କରାଯାଇଥାଏ ।

Sudesna Nayak
Sudesna Nayak
Health benefits of Bael Juice

Health benefits of Bael Juice

ବେଲ ହେଉଛି ଓଡିଆ ମାନଙ୍କର ହିଁ ଏକ ପ୍ରିୟ ଫଳ । ଏହାର ଗଛ ଠାରୁ ଆରମ୍ଭ କରି ପତ୍ର,ଫଳ ବିଶେଷ ଉପକାରୀ । ବେଲକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରିବା ସହ ଏଥିରୁ ଔଷଧ ମଧ୍ୟ ତିଆରି କରାଯାଇଥାଏ । ବେଲ ପଣା (Bael Juice)ରେ ହିଁ ପ୍ରୋଟିନ, ବିଟା କେରୋଟିନ, ଥାୟମିନ, ରାଇବୋଫ୍ଲୋବିନ ଓ ଭିଟାମିନ-ସି ଭଳି ପୋଷକ ତତ୍ୱ ମିଳିଥାଏ ।

ସୂଚନା ଅନୁଯାୟୀ, ଗରମ ଦିନରେ ବେଲ ପଣା (Bael Juice) ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ବେଲ ପଣା (Bael Juice) ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବା ସହିତ ଶରୀରରେ ରକ୍ତ ମଧ୍ୟ ପରିଷ୍କାର ହୋଇଥାଏ । ଚାଲନ୍ତୁ ଜାଣିବା ଏହା ଛଡ଼ା ଆଉ କଣ ଲାଭ ହୋଇଥାଏ ବେଲପଣା (Bael Juice) ପିଇବା ଦ୍ୱାରା ।

ଯଦି ଆପଣ ଗରମ ସମୟରେ ବେଲ ପଣା (Bael Juice) ପିଅନ୍ତି ତାହେଲେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢ଼ିଲେ କୌଣସି ରୋଗ ଆପଣଙ୍କୁ ସହଜରେ ହୋଇନଥାଏ ଓ ରୋଗ ସହିତ ଲଢ଼ିବାକୁ ଆପଣଙ୍କ ଶରୀରକୁ ଶକ୍ତି ମିଳିଥାଏ ।

ବେଲ ପଣା (Bael Juice)ରେ ଅଳ୍ପ ଘିଅ ମିଶାଇ ପିଇଲେ ଶରୀରରେ ଏହାର ଭଲ ଲାଭ ଦେଖିବାକୁ ମିଳିଥାଏ । ଏହାଦ୍ୱାରା ହୃଦରୋଗ ସମସ୍ୟା ଦୂର ହୋଇଥାଏ ଓ ହୃଦଘାତ ହେବାର ବହୁତ କମ ସମ୍ଭାବନା ଥାଏ ।

ଶରୀରରେ ରକ୍ତ ପରିଷ୍କାର କରିବା ପାଇଁ ବେଲପଣା (Bael Juice)ବହୁତ ଲାଭ ଦାୟକ ହୋଇଥାଏ। କିନ୍ତୁ ରକ୍ତ ପରିଷ୍କାର କରିବା ପାଇଁ ବଜାରରେ ଅନେକ ପ୍ରକାର ଔଷଧ ମିଳୁଛି, କିନ୍ତୁ ବେଲପଣା ପ୍ରାକୃତିକ ବିକଳ୍ପ । ଯାହାକୁ ଆପଣ ପିଇ ପାରିବେ । ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥାଏ ।

ବେଲ ପଣା (Bael Juice) ପିଇବା ମହିଳାମାନଙ୍କ ପାଇ ବହୁତ ଲାଭ ଦାୟକ ହୋଇଥାଏ । ଏହା ସ୍ତନ କର୍କଟ ରୋଗରୁ ହିଁ ମୁକ୍ତି ଦେଇଥାଏ । ଯେଉଁ ମହିଳାମାନେ ଛୋଟ ପିଲାଙ୍କୁ ସ୍ତନ୍ୟ ପାନ କରାଇଥାଆନ୍ତି ତାଙ୍କ ପାଇଁ ମଧ୍ୟ ଏହା ବହୁତ ଉପଯୋଗୀ । ଏହା ଦ୍ୱାରା ସ୍ତନ୍ୟ କରାଉଥିବା ମହିଳାଙ୍କର ସ୍ତନ୍ୟପାନ କ୍ଷମତା ବଢ଼ିଥାଏ ।

ଆପଣ ବେଲ ପଣା (Bael Juice) ସକାଳେ ଖାଲି ପେଟରେ ବା ଦ୍ୱିପ୍ରହରେ ପିଇ ପାରିବେ । କିନ୍ତୁ ମନେରଖନ୍ତୁ ସଙ୍ଗେସଙ୍ଗେ ଖାଇବା ପରେ ବା ଚା କଫି ପିଇ ସାରିବା ପରେ ହିଁ ଏହାକୁ ପିଅନ୍ତୁ ନାହିଁ । କାରଣ ଏପରି କଲେ ଲାଭ ହେବା ବଦଳରେ ଶରୀରରେ କ୍ଷତି ହୋଇପାରେ ।

-ବେଲରୁ ରସ (Bael Juice)କୁ ବାହାର କରି ଏଥିରେ କିଛି ବୁନ୍ଦା ଘିଅ ମିଶାଇ ପ୍ରତିଦିନ ପିଇବାଦ୍ୱାରା ଏହା ହାର୍ଟ ରୋଗଠାରୁ ଦୂରେଇ ରଖିବା ସହ ସୁଗାରକୁ ମଧ୍ୟ ହିଁ ନିୟନ୍ତ୍ରିତ ରଖେ ।

-ନିୟମିତ ବେଲପଣା (Bael Juice)ପିଇବା ଦ୍ୱାରା ହିଁ ଗ୍ୟାସ ସମସ୍ୟା ମଧ୍ୟ ଦୁରେଇ ରୁହେ ।

-ବେଲରସ (Bael Juice)କୋଲେଷ୍ଟ୍ରଲକୁ ମଧ୍ୟ ହିଁ ନିୟନ୍ତ୍ରଣରେ ରଖେ ।

-ବେଲରସ (Bael Juice)ରେ ମହୁ ମିଶାଇ ପିଇଲେ ଏସିଡିଟିରୁ ହିଁ ମୁକ୍ତି ମିଳିଥାଏ । ଗରମରୁ ରକ୍ଷା ପାଇବା ପାଇଁ ମଧ୍ୟ ବେଲରସ ଏକ ସହଜ ଉପାୟ ।

-ପ୍ରଥମ କରି ମାତୃତ୍ୱ ଧାରଣ କରିଥିବା ମାଆମାନଙ୍କ ପାଇଁ ମଧ୍ୟ ଏହା ବିଶେଷ ଲାଭକାରୀ ହୋଇଥାଏ, ଏହା ମାଆ ମାନଙ୍କର ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ହିଁ ସାହାଯ୍ୟ କରିଥାଏ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ବେଲରସ (Bael Juice) ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ହିଁ ପରାମର୍ଶ ଜରୁରୀ ଭାବରେ ନିଅନ୍ତୁ ।

ବଡ ବଡ ରୋଗରୁ ମୁକ୍ତି ଦିଏ ପାନମଧୁରୀ-ମହୁ

ରକ୍ତଚାପ, ଗ୍ୟାସ୍ ସମସ୍ୟା ଭଳି ବଡ ବଡ ରୋଗରୁ ମୁକ୍ତି ଦିଏ ଅଳେଇଚ, ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments