1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ରକ୍ତଚାପ, ଗ୍ୟାସ୍ ସମସ୍ୟା ଭଳି ବଡ ବଡ ରୋଗରୁ ମୁକ୍ତି ଦିଏ ଅଳେଇଚ, ଜାଣନ୍ତୁ...

ଅଳେଇଚର ଅନେକ ଫାଇଦା ରହିଛି । ଆପଣ ଥଣ୍ଡାହେଲେ ଅଳେଇଚରେ ପ୍ରସ୍ତୁତ ଚା’ପିଇଥିବେ ଏବଂ ଏହା ସହିତ ହାଲୁଆ ହେଉ କି ଖିରି ଏହାର ସ୍ୱାଦ ବଢାଇବାକୁ ବ୍ୟବହାର କରୁଥିବେ । ଅଳେଇଚ ଖାଇବାରେ ଯେତିକି ସ୍ୱାଦିଷ୍ଟ ସେତିକି ସ୍ୱାସ୍ଥ୍ୟପ୍ରଦ ମଧ୍ୟ ।

Sudesna Nayak
Sudesna Nayak
health benefits of Cardamom

health benefits of Cardamom

ଅଳେଇଚ (Cardamom)ର ଅନେକ ଫାଇଦା ରହିଛି । ଆପଣ ଥଣ୍ଡାହେଲେ ଅଳେଇଚରେ ପ୍ରସ୍ତୁତ ଚା’ପିଇଥିବେ ଏବଂ ଏହା ସହିତ ହାଲୁଆ ହେଉ କି ଖିରି ଏହାର ସ୍ୱାଦ ବଢାଇବାକୁ ବ୍ୟବହାର କରୁଥିବେ । ଅଳେଇଚ ଖାଇବାରେ ଯେତିକି ସ୍ୱାଦିଷ୍ଟ ସେତିକି ସ୍ୱାସ୍ଥ୍ୟପ୍ରଦ ମଧ୍ୟ ।

ସୂଚନା ଅନୁଯାୟୀ, ଆପଣ ଜାଣନ୍ତି କି, ରାତିରେ ଶୋଇବା ପୂର୍ବରୁ ଦୈନିକ ମାତ୍ର ୨ ଟି ଅଳେଇଚର ସେବନ ଆପଣଙ୍କର ଅନେକ ସମସ୍ୟାର ସମାଧାନ କରିପାରିବ । ଚାଲନ୍ତୁ ଜାଣିବା ଏହି ବିଷୟରେ...

ରାତିରେ ଶୋଇବା ପୂର୍ବରୁ ନଖ ଉଷୁମ ପାଣିରେ ୨ ଟି ଅଳେଇଚ(Cardamom)କୁ ଚୋବାଇ ଚୋବାଇ ଖାଆନ୍ତୁ । । ଯେଉଁମାନଙ୍କର ବ୍ରଣ ସମସ୍ୟା ହେଉଛି ସେମାନଙ୍କର ସମସ୍ୟା ଏହା ଦ୍ୱାରା ଦୂରେଇଯିବ ।

ଅଳେଇଚ (Cardamom)ସେବନ କରିଲେ ରକ୍ତଚାପ ବି ନିୟନ୍ତ୍ରଣ ଭିତରେ ରହିଥାଏ । ଏଥିରେ ପଟାସିଅମ୍‌ ଓ ଫାଇବର୍‌ ଅଧିକ ମାତ୍ରାରେ ଥିବା ଯୋଗୁଁ ରକ୍ତ ସଞ୍ଚାଳନ ଭଲ ହୁଏ। ପ୍ରତିଦିନ ଅଳେଇଚ ଖାଇଲେ ମୂତ୍ର ସଂକ୍ରମଣରୁ ବି ମୁକ୍ତି ମିଳିଥାଏ।

ଆଜିକାଲି ଅନେକଙ୍କ ଠାରେ ପେଟ ସମସ୍ୟା ଦେଖାଦେଉଛି । ପେଟ ଠିକ୍ ନରହିବା କାରଣରୁ କେଶ ଝଡିବା ଠାରୁ ଆରମ୍ଭ କରି ଅନେକ ସମସ୍ୟା ମଧ୍ୟ ଦେଖାଯାଏ । ହେଲେ ଏହି ସବୁ ସମସ୍ୟାରୁ ଉପଶମ ପାଇଁ ସକାଳେ ଖାଲି ପେଟରେ କୋଟିଏ ଅଳେଇଚ (Cardamom) ନଖ ଉଷୁମ ପାଣିରେ ଖାଆନ୍ତୁ । କିଛି ଦିନ ଲଗାତାର ଏପରି କରିବା ଦ୍ୱାରା ପେଟ ସମସ୍ୟାରୁ ମୁକ୍ତି ମିଳିବ ।

କେତେକ ଲୋକଙ୍କୁ ଦିନ ସାରା କଠିନ ପରିଶ୍ରମ କଲେ ସୁଦ୍ଧା ରାତିରେ ନିଦ ଭଲ ହୋଇନଥାଏ । ନିଦ ଭଲ ହେବା ପାଇଁ ଲୋକେ ଅନେକ ସମୟରେ ଔଷଧ ସେବନ କରିବାକୁ ବାଧ୍ୟ ହୁଅନ୍ତି । ଶରୀର ଉପରେ ଏହାର ନକରାତ୍ମକ ପ୍ରଭାବ ପଡିପାରେ । କିନ୍ତୁ ପ୍ରାକୃତିକ ଉପାୟରେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ । ପ୍ରତିଦିନ ରାତିରେ ଶୋଇବା ପୁର୍ବରୁ ନଖ ଉଷୁମ ପାଣି ସହ ଅଳେଇଚ (Cardamom)ଚୋବାଇ ଖାଆନ୍ତୁ । ଏହା ଦ୍ୱାରା ନିଦ ଭଲ ହେବା ସହ ଘୁଙ୍ଗୁଡିରୁ ମୁକ୍ତି ମିଳିବ ।

ଆଜିକାଲି ଗ୍ୟାସ୍, ଅମ୍ଳପିତ୍ତ ହେଉ କି କୋଷ୍ଠକାଠିନ୍ୟ ଆଦି ସମସ୍ୟା ଦେଖାଦେଇଛି । । ହେଲେ ପୂର୍ବ ଉପାୟରେ ଅଳେଇଚ(Cardamom)କୁ ରାତିରେ ଶୋଇବା ପୂର୍ବରୁ ସେନ କଲେ ମଧ୍ୟ ଏସବୁ ସମସ୍ୟାରୁ କିଛି ଦିନରେ ମୁକ୍ତି ମିଳିପାରିବ । ଏହାସହ ହାକୁଟିରୁ ମଧ୍ୟ ମୁକ୍ତି ମିଳିବ ।

ପାଟିରୁ ଦୁର୍ଗନ୍ଧ ଦୂର କରିବାକୁ ହେଲେ ଅଳେଇଚ (Cardamom)ଏକ ମହୌଷଧି । ପ୍ରତିଦିନ ଏଥିରୁ ପ୍ରସ୍ତୁତ କାଢା ପିଇବା ଦ୍ୱାରା ମାନସିକ ଚିନ୍ତା ଦୂର ହୋଇଥାଲଏ । ଏଥିରୁ କାଢା ପ୍ରସ୍ତୁତ କରିବାକୁ ପାଣିରେ ଅଳେଇଚ ଗୁଣ୍ଡ ପକାଇ ଫୁଟାନ୍ତୁ । ଏଡାପରେ କାଢାରେ ମହୁ ମିଶାଇ ପିଅନ୍ତୁ । କିଛି ଦିନ ଏପରି କଲେ ମୁଖ ଦୁର୍ଗନ୍ଧରୁ ମୁକ୍ତି ମିଳିବ ।

ଯଦି ଆପଣଙ୍କର ପେଟ ବାହାରିଛି ଓ ଆପଣ ତାଙ୍କୁ କମ୍ କରିବାକୁ ଚାହାଁନ୍ତି,ତେବେ ରାତିରେ ଶୋଇବା ପୂର୍ବରୁ ଗରମ ଜଳରେ ଦୁଇଟି ଅଳେଇଚ (Cardamom)ମିଶାଇ ଦିଅନ୍ତୁ । ଏଥିରେ ଥିବା ପଟାସିଅମ୍‌,ମ୍ୟାଗ୍ନେସିଅମ୍‌,ଭିଟାମିନ୍‌ ବି-୧, ବି-୬ ଓ ଭିଟାମିନ୍‌-ସି ଶରୀରରୁ ଅତିରିକ୍ତ ଚର୍ବିକୁ କମ୍‌ କରିଥାଏ । ଏଥିରେ ଥିବା ଫାଇବର୍‌ ଓ କାଲ୍‌ସିଅମ୍‌ ଓଜନକୁ ବି ନିୟନ୍ତ୍ରିତ କରିଥାଏ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଅଳେଇଚ (Cardamom)ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ହିଁ ପରାମର୍ଶ ଜରୁରୀ ନିଅନ୍ତୁ ।

ମୂତ୍ର ରଙ୍ଗରୁ ଜାଣନ୍ତୁ ଶରୀରର ରୋଗ; ଏପରି ହିଁ ଜାଣିପାରେ ଆପଣ ସୁସ୍ଥ କି ଅସୁସ୍ଥ!

ଏହି ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ହାନିକାରକ କ୍ଷୀର,ନଚେତ ସିଧାସଳଖ ପଡିବେ ମୃତ୍ୟୁ ମୁଖରେ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments