1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ବଡ ବଡ ରୋଗରୁ ମୁକ୍ତି ଦିଏ ପାନମଧୁରୀ-ମହୁ

ଭାରତୀୟ ଆୟୁର୍ବେଦ ହେଉଛି ପୁରାତନ ପଦ୍ଧତି । ଏହା ମଣିଷକୁ ସୁସ୍ଥ ରଖିବା ପାଇଁ ଖୁବ ଉପକାରୀ ଓ ଉପଯୋଗୀ ଅଟେ । ପୂର୍ବ ସମୟରେ କେବଳ ଆୟୁର୍ବେଦ ଚିକିତ୍ସା ଦ୍ୱାରା ମଣିଷମାନେ ଚିକିତ୍ସିତ ହେଉଥିଲେ । ତେଣୁ ଆୟୁର୍ବେଦ ଅନୁସାରେ ଏପରି କିଛି ରୋଗ ରହିଛି ଯାହା ପାନମଧୁରୀ ଓ ମହୁ ଦ୍ୱାରା ଚିକିତ୍ସିତ କରାଯାଇ ପାରିବ ।

Sudesna Nayak
Sudesna Nayak
health benefits of Fennel seeds and Honey

health benefits of Fennel seeds and Honey

ଭାରତୀୟ ଆୟୁର୍ବେଦ ହେଉଛି ପୁରାତନ ପଦ୍ଧତି । ଏହା ମଣିଷକୁ ସୁସ୍ଥ ରଖିବା ପାଇଁ ଖୁବ ଉପକାରୀ ଓ ଉପଯୋଗୀ ଅଟେ । ପୂର୍ବ ସମୟରେ କେବଳ ଆୟୁର୍ବେଦ ଚିକିତ୍ସା ଦ୍ୱାରା ମଣିଷମାନେ ଚିକିତ୍ସିତ ହେଉଥିଲେ । ତେଣୁ ଆୟୁର୍ବେଦ ଅନୁସାରେ ଏପରି କିଛି ରୋଗ ରହିଛି ଯାହା ପାନମଧୁରୀ (Fennel seeds) ଓ ମହୁ (Honey) ଦ୍ୱାରା ଚିକିତ୍ସିତ କରାଯାଇ ପାରିବ ।

•ପ୍ରଥମତଃ ପାନମଧୁରୀ (Fennel seeds)ଓ ମହୁ (Honey)ଓଜନ କମାଇବାରେ ସାହାଯ୍ୟ କରିଥାଏ । ଆଜିକାଲିର ଜୀବନ ଶୈଳୀ ମଣିଷକୁ ରୋଗରେ ପକାଉଛି । ଓ ସବୁଠୁ ବଡ ରୋଗ ହେଉଛି ମେଦବହୁଳତା । ମୋଟାପଣ ଦୂର କରିବାକୁ ନିୟମିତ ସକାଳୁ ଖାଲି ପେଟରେ ଗୋଟିଏ ଚାମଚ ପାନମଧୁରୀ ଗୁଣ୍ଡକୁ ମହୁ ସହିତ ମିଶାଇ ଉଷୁମ ପାଣିରେ ସେବନ ରନ୍ତୁ । ଯାହା ଓଜନ ହ୍ରାସ କରିବାରେ ବିଶେଷ ସାହାଯ୍ୟ କରିଥାଏ ।

•ଥଣ୍ଡା କାଶ ସମସ୍ୟା ମଧ୍ୟ ଏହି ପଥୀ ମାଧ୍ୟମରେ ଦୂର ହୋଇପାରେ । କିଛି ଲୋକ ଏପରି ଥାଆନ୍ତି ଯେଉଁମାନେ ସବୁବେଳେ ଥଣ୍ଡା ସମସ୍ୟାରେ ଆକ୍ରାନ୍ତ ଥାଆନ୍ତି । ସେମାନଙ୍କ ପାଇଁ ଏହି ପଥୀ ବେଶ୍ ଲାଭଦାୟକ ।

•ଥଣ୍ଡାକାଶ ଓ କଫ ସମସ୍ୟାକୁ ଠିକ୍ କରିବାକୁ ଆପଣ ନିୟମିତ ଗୋଟିଏ ଚାମଚ ମହୁ (Honey)କୁ ଉଷୁମ କରି ସେଥିରେ ଗୋଟିଏ ଚାମଚ ପାନମଧୁରୀ (Fennel seeds)ଗୁଣ୍ଡ ମିଶାଇ ସେବନ କରନ୍ତୁ । ନିୟମିତ ଏପରି କରିବା ଦ୍ୱାରା ଥଣ୍ଡା କାଶ ଓ କଫ ସମସ୍ୟା ଦୂର ହୋଇଥାଏ ।

•ପାଚନ ତନ୍ତ୍ର ପାଇଁ ଲାଭ ଦାୟକ ମଧ୍ୟ ହୋଇଥାଏ । ଶରୀରକୁ ସୁସ୍ଥ ରଖିବାକୁ ହେଲେ ପ୍ରଥମେ ପାଚନ ତନ୍ତ୍ର ଖୁବ୍ ସୁଦୃଢ ରହିବା ଉଚିତ୍ । ଯେଉଁ ବ୍ୟକ୍ତି ଗ୍ୟାସ୍ ଏସିଡିଟି ସମସ୍ୟା ଦେଇ ଗତି କରୁଛନ୍ତି ସେମାନେ ନିୟମିତ ଭାବରେ ପାନମଧୁରୀ (Fennel seeds) ଓ ମହୁ (Honey) ସେବନ କରିବା ଉଚିତ ।

•ସକାଳେ ଓ ରାତିରେ ଖାଇ ସାରିବା ପରେ ଏହି ଉପାୟକୁ ଆପଣାନ୍ତୁ । ରକ୍ତ ସଫା କରି ସ୍କିନକୁ ସଫା ରଖିବାରେ ମଧ୍ୟ ଏହା ବେଶ୍ ଉପଯୋଗୀ । ପାନମଧୁରୀ (Fennel seeds)ଓ ମହୁ (Honey)ରେ ଥିବା ପୋଷକ ତତ୍ତ୍ୱ ଉଭୟ ତ୍ୱଚା ଓ ରକ୍ତକୁ ସଫା ରଖିବାରେ ସାହାଯ୍ୟ କରିଥାଏ । ତେଣୁ ଏହାକୁ ନିୟମିତ ସେବନ କରିବା ଦ୍ୱାରା ଚର୍ମ ସୁସ୍ଥ ରହିଥାଏ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ପାନମଧୁରୀ (Fennel seeds)ଏବଂ ମହୁ ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ହିଁ ଡାକ୍ତରଙ୍କର ପରାମର୍ଶ ଜରୁରୀ ନିଅନ୍ତୁ ।

ରକ୍ତଚାପ, ଗ୍ୟାସ୍ ସମସ୍ୟା ଭଳି ବଡ ବଡ ରୋଗରୁ ମୁକ୍ତି ଦିଏ ଅଳେଇଚ, ଜାଣନ୍ତୁ...

ମୂତ୍ର ରଙ୍ଗରୁ ଜାଣନ୍ତୁ ଶରୀରର ରୋଗ; ଏପରି ହିଁ ଜାଣିପାରେ ଆପଣ ସୁସ୍ଥ କି ଅସୁସ୍ଥ!

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments