1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଏସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ମଧୁମେହ ରୋଗୀ,ନଚେତ ସିଧାସଳଖ ପଡିବେ ମୃତ୍ୟୁ ମୁଖରେ...

ବର୍ତ୍ତମାନ ଡାଇବେଟିସ ଏକ ବଡ଼ ରୋଗ ସମସ୍ୟା ହେଇଗଲାଣି । ୧୨ ବର୍ଷରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଏହି ରୋଗରେ ପୀଡିତ ହେଉଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଦ୍ୟ ବିଷୟରେ କହିବୁ ଯାହାକୁ ମଧୁମେହ ରୋଗୀମାନେ ଜମା ଖାଇବା ଉଚିତ ନୁହେଁ ।

Sudesna Nayak
Sudesna Nayak
Diabetes control tips Blood Sugar level control by stay away these bad habit

Diabetes control tips Blood Sugar level control by stay away these bad habit

ବର୍ତ୍ତମାନ ଡାଇବେଟିସ ଏକ ବଡ଼ ରୋଗ ସମସ୍ୟା ହେଇଗଲାଣି । ୧୨ ବର୍ଷରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଏହି ରୋଗରେ ପୀଡିତ ହେଉଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଦ୍ୟ ବିଷୟରେ କହିବୁ ଯାହାକୁ ମଧୁମେହ (Diabetes) ରୋଗୀମାନେ ଜମା ଖାଇବା ଉଚିତ ନୁହେଁ ।

ମଧୁମେହ (Diabetes)ରୋଗୀ ଡାକ୍ତରଙ୍କ ପରାମର୍ଶ କ୍ରମେ ଖାଦ୍ୟ ପାନୀୟରେ ଅନେକ ପରିବର୍ତ୍ତନ ଆଣୁଥିଲେ ବି ସେମାନଙ୍କୁ ରକ୍ତ ସର୍କରାର ମାତ୍ରା କଣ୍ଟ୍ରୋଲ ରଖିବାକୁ ଔଷଧ ଉପରେ ନିର୍ଭର କରିବାକୁ ପଡୁଛି । ହେଲେ ଆପଣ ଜାଣିଛନ୍ତି କି, ଆପଣ ନିଜ ଅଜାଣତରେ ଏଭଳି କିଛି ଖାଦ୍ୟ ଖାଉଛନ୍ତି ଯାହା ଫଳରେ ରକ୍ତସର୍କରାର ମାତ୍ରା ବୃଦ୍ଧି ପାଉଛି । ଏସବୁ ଖାଦ୍ୟ ଠାରୁ ଦୂରେଇ ରହିଲେ ଆପଣଙ୍କ ରକ୍ତ ସର୍କରା କଣ୍ଟ୍ରୋଲ ହୋଇପାରେ ।

ତେଲଛଣା ଖାଦ୍ୟ,ଜାଣନ୍ତୁ...

ସମସ୍ତେ ଜାଣନ୍ତି କି ତେଲଛଣା ଖାଦ୍ୟ ଅନେକ ରୋଗର କାରଣ ହୋଇଥାଏ । ଏହା ଆପଣଙ୍କ ଶରୀରରେ ରକ୍ତ ସର୍କରା ବୃଦ୍ଧି କରିବାର ଏକ ପ୍ରମୁଖ କାରଣ । ତେଣୁ ମଧୁମେହ ରୋଗୀ (Diabetes) ତେଲଛଣା ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖିବା ନିହାତି ଜରୁରି ।

ମଇଦାରୁ ପ୍ରସ୍ତୁତ ଖାଦ୍ୟ,ଜାଣନ୍ତୁ...

ମଧୁମେହ (Diabetes) ରୋଗୀଙ୍କ ପାଇଁ ମଇଦାରୁ ପ୍ରସ୍ତୁତ ଖାଦ୍ୟ ବିଷ ସମାନ । ତେଣୁ ମଇଦାରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ମଇଦାରେ ଗ୍ଲାଇସୋମିକ ଇଣ୍ଡେକ୍ସ ଅଧିକ ଥାଏ , ଯାହା ଆପଣଙ୍କ ରକ୍ତରେ ସର୍କରାର ମାତ୍ରା ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ଆଳୁ,ଜାଣନ୍ତୁ...

ଭାରତୀୟଙ୍କ ରୋଷେଇ ଶାଳରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ପରିବା ମଧ୍ୟରେ ଆଳୁ ଅନ୍ୟତମ । ଆଳୁରେ ସର୍ବାଧିକ ପରିମାଣର କାର୍ବୋହାଇଡ୍ରେଡ ସହ ଗ୍ଲାଇସୋମିକ ଇଣ୍ଡକ୍ସର ମାତ୍ରା ଅଧିକ ଥିବାରୁ ଏହା ମଧୁମେହ (Diabetes)ରୋଗୀଙ୍କ ପାଇଁ କ୍ଷତିକାରକ ।

ଘୋଳ ଦହି,ଜାଣନ୍ତୁ...

ଘୋଳ ଦହିରେ ସର୍କରାର ମାତ୍ରା ସର୍ବାଧିକ । ଏହାସହ ଏଥିରେ ଅନେକ ପ୍ରକାର କେମିକଲ ବ୍ୟବହାର କରାଯାଉଥିବାରୁ ଏହା ମଧୁମେହ (Diabetes) ରୋଗୀଙ୍କୁ ଅସୁବିଧାରେ ପକାଇପାରେ । ତେଣୁ ମଧୁମେହ ରୋଗୀ ଘୋଳଦହି ସେବନ କରିବା ଅନୁଚିତ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଖାଦ୍ୟ ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ହିଁ ପରାମର୍ଶ ଜରୁରୀ ଭାବରେ ନିଅନ୍ତୁ ।

କୋଷ୍ଠକାଠିନ୍ୟ ସହ ଅନେକ ବଡ ବଡ ରୋଗରୁ ମୁକ୍ତି ଦିଏ ବେଲପଣା

ବଡ ବଡ ରୋଗରୁ ମୁକ୍ତି ଦିଏ ପାନମଧୁରୀ-ମହୁ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments