Health & Lifestyle

ବଡ଼ ପେଟକୁ କମ୍ କରିଦେବ ବାସି ରୁଟି...

ବାସୀ ରୁଟିର ଫାଇଦା ପାଇବା ପାଇଁ ଆପଣ ରାତିରେ ବଳି ଯାଇଥିବା ରୁଟିକୁ ସକାଳ ଜଳଖିଆ ଭାବେ ବ୍ୟବହାର କରନ୍ତୁ। ସକାଳ ଜଳଖିଆରେ ବାସୀ ରୁଟି ଖାଇବା ଦ୍ଵାରା ପୁରା ଦିନ ଆପଣ ଶରୀରରେ ଊର୍ଜା ଅନୁଭବ କରିବେ। କାହିଁକି ନା ବାସି ରୁଟିରେ ଫାଇବରର ମାତ୍ରା ବେଶ ଅଧିକ ରହିଥାଏ। ଯାହାଦ୍ୱାରା ଆପଣଙ୍କୁ ଭୋକ ମଧ୍ୟ କମ୍ ଲାଗିଥାଏ। ବାସି ରୁଟି ଖାଇବା ଦ୍ଵାରା ମୋଟାପଣ(Fat) ଓ ଓଜନ ଅଧିକ ଥିବା ଲୋକଙ୍କ ଓଜନ ମଧ୍ୟ କମ୍ ହୋଇଥାଏ।

21 January, 2023 9:00 AM IST By: Priyambada Rana

ଅନେକ ସମୟରେ ଘରେ ରାତିରେ ପ୍ରସ୍ତୁତ ହୋଇଥିବା ରୁଟି(Bread) ବଳି ଯାଏ। ଆଉ ରୁଟି ବାସି ହୋଇ ଯାଇଥିବାରୁ ଅନେକ ଲୋକ ଏହାକୁ ଫୋପାଡି ଦେଇଥାନ୍ତି କିମ୍ବା ବୁଲା ପଶୁଙ୍କୁ ଖାଇବାକୁ ଦେଇ ଦିଅନ୍ତି। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବାସୀ ରୁଟି ଆମ ସ୍ୱାସ୍ଥ୍ୟ ପାଇଁ ଚମତ୍କାରୀ ଔଷଧ ଭଳି କାର୍ଯ୍ୟ କରିଥାଏ। ବାସୀ ରୁଟି(Stale Chapati)ର ଫାଇଦା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଚାଲନ୍ତୁ ଜାଣିବା ବାସୀ ରୁଟି ଖାଇବାର ପ୍ରକୃତ ଫାଇଦା ।

ବାସୀ ରୁଟିର ଫାଇଦା ପାଇବା ପାଇଁ ଆପଣ ରାତିରେ ବଳି ଯାଇଥିବା ରୁଟିକୁ ସକାଳ ଜଳଖିଆ ଭାବେ ବ୍ୟବହାର କରନ୍ତୁ। ସକାଳ ଜଳଖିଆରେ ବାସୀ ରୁଟି ଖାଇବା ଦ୍ଵାରା ପୁରା ଦିନ ଆପଣ ଶରୀରରେ ଊର୍ଜା ଅନୁଭବ କରିବେ। କାହିଁକି ନା ବାସି ରୁଟିରେ ଫାଇବରର ମାତ୍ରା ବେଶ ଅଧିକ ରହିଥାଏ। ଯାହାଦ୍ୱାରା ଆପଣଙ୍କୁ ଭୋକ ମଧ୍ୟ କମ୍ ଲାଗିଥାଏ। ବାସି ରୁଟି ଖାଇବା ଦ୍ଵାରା ମୋଟାପଣ(Fat) ଓ ଓଜନ ଅଧିକ ଥିବା ଲୋକଙ୍କ ଓଜନ ମଧ୍ୟ କମ୍ ହୋଇଥାଏ।

ପୂର୍ବରୁ ଲୋକମାନେ ରାତିରେ ବଳି ପଡୁଥିବା ରୁଟିକୁ ସକାଳେ ଖାଉଥିଲେ। ସେଥିପାଇଁ ସେମାନେ ସୁସ୍ଥ ରହୁଥିଲେ ଏବଂ ସେମାନଙ୍କ ପେଟ ମଧ୍ୟ ବାହାରକୁ ବାହାରୁ ନଥିଲା। ଫଳରେ ଆଗକାଳ ଲୋକଙ୍କ ଠାରେ ମୋଟାପଣ ବହୁତ କମ୍ ଦେଖିବାକୁ ମିଳୁଥିଲା। କିନ୍ତୁ ଆଜିକାଲି ପେଟ ବାହାରିବା ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତ ରହୁଛନ୍ତି ।

ସକାଳେ ବସି ରୁଟି ଖାଇବା ଦ୍ଵାରା ଭୋଜନ ଠିକ ଭାବେ ହଜମ ହେବାରେ ଏହା ସାହାଯ୍ୟ କରିଥାଏ ଏବଂ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡିଥାଏ। ତେବେ ବାସି ରୁଟିକୁ ଯେମିତି ଇଚ୍ଛା ସେମିତି ଖାଆନ୍ତୁ ନାହିଁ। ଏହାକୁ ଛୋଟ ଛୋଟ ଖଣ୍ଡରେ ଚିରି କ୍ଷୀରରେ ପକାଇ ଖାଇବା ଉଚିତ। ସକାଳେ ଏହିପରି ଭାବେ ବାସି ରୁଟି ଖାଇବା ଦ୍ଵାରା ଅଗଣିତ ଲାଭ ମିଳିଥାଏ।

ବାସି ରୁଟି ଖାଇଅବା ଦ୍ଵାରା କେବେବି ପେଟଜନିତ ସମସ୍ୟା ଦେଖା ଦିଏନାହିଁ ଏବଂ ପୁରା ଦିନଟି ଆପଣଙ୍କ ଶରୀର ଊର୍ଜାରେ ଭରପୁର ରହିଥାଏ। ଫଳରେ ଆପଣ ଆଳସ୍ୟ ଅନୁଭବ କରି ନଥାନ୍ତି। ବ୍ଲଡ଼ପ୍ରେସର ରୋଗୀମାନଙ୍କୁ ବାସି ରୁଟି ଖାଇବାର ଲାଭ ମିଳିଥାଏ। ପ୍ରତିଦିନ କ୍ଷୀରରେ ବାସି ରୁଟି ଖାଇବା ଦ୍ଵାରା ବ୍ଲଡ଼ପ୍ରେସର ନିୟନ୍ତ୍ରଣରେ ରହିଥାଏ ଓ ଏଥି ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଥାଏ ।

ବାସି ରୁଟି ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ ଔଷଧ ଭଳି କାମ କରିଥାଏ। ଏହାଦ୍ୱାରା ସେମାନଙ୍କ ବ୍ଲଡ଼ ସୁଗାର ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଅଧିକ ଦୁର୍ବଳ, ପତଳା ଥିବା ଲୋକ ଏବଂ ସବୁବେଳେ ରୋଗରେ ପଡୁଥିବା ଲୋକଙ୍କ ପାଇଁ ମଧ୍ୟ ବାସି ରୁଟି ବେଶ ଭଲ ହୋଇଥାଏ। ଏହାଦ୍ୱାରା ଶାରୀରିକ ଶକ୍ତି ବଢିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।ବାସି ରୁଟି ହେଉଛି ଭିଟାମିନ, ପ୍ରୋଟିନ ଓ ଫାଇବରର ଗନ୍ତାଘର। ତେଣୁ ରାତିରେ ରୁଟି ବଳି ଯାଉଥିଲେ ତାହାକୁ ନ ଫୋଫାଡି ସକାଳ ଜଳଖିଆରେ ଖାଇବା ଆରମ୍ଭ କରି ଦିଅନ୍ତୁ।

ଚମତ୍କାରୀ ଚାଉଳ ଗୁଣ୍ଡ ! ଦାଗ, ବ୍ରଣ ହଟାଇ ତ୍ୱଚାକୁ କରିଦେବ ଉଜ୍ୱଳ...

ଓଜନ କମ କରିବାକୁ ଚାହୁଁଛନ୍ତି କି ? ଗହମ ବଦଳରେ ଖାଆନ୍ତୁ ବାଜରା ରୋଟି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)