1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଓଜନ କମ କରିବାକୁ ଚାହୁଁଛନ୍ତି କି ? ଗହମ ବଦଳରେ ଖାଆନ୍ତୁ ବାଜରା ରୋଟି

ମିଲେଟସ୍ ଏକ କମ ଗ୍ଲାଇସେମିକ ଖାଦ୍ଯ ହୋଇଥିବାରୁ ଆପଣଙ୍କ ସ୍ୱାସ୍ଥ୍ୟର ଉନ୍ନତିରେ ବହୁତ ସାହାଯ୍ୟ କରିପାରେ, ଯେପରିକି ଆପଣଙ୍କ ରକ୍ତରେ ଶର୍କରା (blood sugar) ଏବଂ କୋଲେଷ୍ଟ୍ରଲ (cholesterol) କମାଇବା ସହିତ ଓଜନ ମଧ୍ଯ କମାଇବାରେ ବହୁତ ସାହାର୍ଯ୍ୟ କରିଥାଏ ବାଜରା ରୋଟି ।

KJ Staff
KJ Staff
How to make Bajre ki Roti...high-protein bajra roti

How to make Bajre ki Roti...high-protein bajra roti

ମାଣ୍ଡିଆ (Millet) ଏକ ପୃଷ୍ଟିକର ଖାଦ୍ୟ ଅଟେ । ଏହା ସ୍ୱାସ୍ଥ୍ୟ ପାଇଁ ଯେତିକି ହୀତକର ପାଟିକୁ ସେତିକି ସୁଆଦିଆ ମଧ୍ୟ ଲାଗେ। ଆଗ କାଳରେ ଲୋକେ ମାଣ୍ଡିଆରେ ଭାତ, ଜାଉ ଆଦି ଖାଦ୍ୟ ତିଆରି କରୁଥିଲେ, ଯାହା ପେଟକୁ ଥଣ୍ଡା ରଖିବା ସଙ୍ଗେ ସଙ୍ଗେ ଦେହକୁ ସୁସ୍ଥ ମଧ୍ୟ ରଖିବାରେ ସାହାଯ୍ୟ କରୁଥିଲା ।। ଦିନଥିଲା ମାଣ୍ଡିଆ ଗରିବଙ୍କ ଖାଦ୍ୟ ଭାବେ ଜଣାଶୁଣା ଥିଲା । ମାତ୍ର ଆଜି ଏହା ପ୍ରାୟ ସମ୍ଭ୍ରାନ୍ତ ପରିବାରରେ ସ୍ଥାନ ଅକ୍ତିଆର କରିଛି । ମିଲେଟସ୍ ହେଉଛି ଏପରି ଏକ ସମ୍ପୂର୍ଣ୍ଣ ଶସ୍ୟ ଯାହା ପ୍ରୋଟିନ୍(protrin ),ପୋଷକ ତତ୍ତ୍ୱ(nutrients ) ଏବଂ ଆଣ୍ଟିଅକ୍ସିଡାଣ୍ଟରେ(antioxidant ) ପରିପୂର୍ଣ୍ଣ ।

ମିଲେଟସ୍ ଏକ କମ ଗ୍ଲାଇସେମିକ ଖାଦ୍ଯ ହୋଇଥିବାରୁ ଆପଣଙ୍କ ସ୍ୱାସ୍ଥ୍ୟର ଉନ୍ନତିରେ ବହୁତ ସାହାଯ୍ୟ କରିପାରେ , ଯେପରିକି ଆପଣଙ୍କ ରକ୍ତରେ ଶର୍କରା (blood sugar) ଏବଂ କୋଲେଷ୍ଟ୍ରଲ (cholesterol) କମାଇବା ସହିତ ଓଜନ ମଧ୍ଯ କମାଇବାରେ ବହୁତ ସାହାର୍ଯ୍ୟ କରିଥାଏ ବାଜରା ରୋଟି ।

ପୁଷ୍ଟିକର ଖାଦ୍ୟରେ ଅଧିକ ଥିବା ମିଲେଟ ଗୁଡିକ ମଧ୍ୟରେ finger millet (ବଜରା ),great millet (ଜୁଆରା), spiked millet (ବାଜ୍ରା), Italian millet (କଙ୍ଗୁ), kodo millet (କୋଡୁଆ), barnyard millet(ଖିରା) ଏବଂ little millet(ସୁଆନ) ଅନ୍ତର୍ଭୁକ୍ତ ।ଏବେ ମାଣ୍ଡିଆରେ ଏବେ ବିଭିନ୍ନ ପ୍ରକାରର ସୁଆଦିଆ ଖାଇବା ବନାଉଛନ୍ତି ଲୋକେ। ଆପଣ ଘରେ ମାଣ୍ଡିଆ ପିଠା,ମାଣ୍ଡିଆ ଜାଉ ବା ମାଣ୍ଡିଆ ଖିରୀ ବନେଇ ଖାଇଥିବେ। ହେଲେ କେବେ ବାଜରlରେ ପ୍ରସ୍ତୁତ ରୋଟି(bajra roti) ଖାଇଛନ୍ତି କି ? ବାଜରl ରେ ପ୍ରସ୍ତୁତ ରୋଟି ଗ୍ଲୁଟିନ ମୁକ୍ତ (gluten free)ଏବଂ ପ୍ରୋଟିନରେ (high in protein) ଭରପୁର l ଗୁଜୁରାଟ ଓ ରାଜସ୍ଥାନରେ ଏହି ରୋଟି ଲୋକମାନଙ୍କ ଠାରେ ବହୁପ୍ରିୟ l

ଆଜିକାଲି ବଜରା ଅଟା ସବୁଠାରେ ସହଜରେ ମିଳିପାରୁଛି l ଅନଲାଇନ ୱେବସାଇଟ ଆମlଜନ(amazon) ,ଫ୍ଲିପକାର୍ଟରେ (flipkart) ମଧ୍ୟ ବାଜରl ଅଟା 120 ରୁ 140ଟଙ୍କା କେଜି ହିସାବରେ ମିଳୁଛି l ଆପଣମାନେ ସହଜରେ ଏହାକୁ ଘରେବସି କିଣିପାରିବେ l

ଆସନ୍ତୁ ଜାଣିବା ବଜରା ରୋଟି ପ୍ରସ୍ତୁତି ପାଇଁ କଣ ରହିଛି ଆବଶ୍ୟକତା :

• ବଜରା ଅଟା -1 କପ (finger millet flour)
• ପାଣି -1 କପ
• ଲୁଣ -1/2 ଚାମଚ
• ତେଲ -1 ଚାମଚ
• ବଟର -1 ଛୋଟ ଖଣ୍ଡ

ପ୍ରସ୍ତୁତି ପ୍ରଣାଳୀ :

1. ଏକ 2 Ltr ପ୍ରେସର କୁକରରେ ପାଣି, ଲୁଣ ଏବଂ ତେଲ ମିଶାନ୍ତୁ |
2. ବନ୍ଦ କରି ରାନ୍ଧନ୍ତୁ ,ଗୋଟେ ହ୍ୱିସିଲ ମାରିଲେ ଗ୍ୟାସ ବନ୍ଦ କରିଦିଅନ୍ତୁ |
3. ଆରାମରେ ପ୍ରେସର କୁକରର ଧାଙ୍କୁଣୀ ଖୋଲନ୍ତୁ l
4. ବଜରା ଅଟା କୁ ଭଲ ଭାବରେ ମିଶାନ୍ତୁ | ନିଶ୍ଚିତ କରନ୍ତୁ ଯେମିତି କୌଣସି ଶୁଖିଲା ବଜରା ଅଟା ତଳେ ନ ରହିଯାଏ ।
5. ପ୍ରେସର କୁକରକୁ ବନ୍ଦ କରି ଏହାକୁ 30 ମିନିଟ୍ ଛାଡ଼ିଦିଅନ୍ତୁ |
6. ଅଳ୍ପ ସମୟ ପରେ ଖୋଲନ୍ତୁ | ମିଶ୍ରଣ କୁ 6 ଟି ସମାନ ଭାଗରେ ବିଭକ୍ତ କରନ୍ତୁ |
7. ଶୁଖିଲା ବଜରା ଅଟା ସହିତ ମିଶାଇ ଏହାକୁ ରୋଟି ରେ ପରିଣତ କରନ୍ତୁ |
8. ଉଭୟ ପାର୍ଶ୍ୱକୁ ଏକ ପ୍ୟାନରେ ରାନ୍ଧନ୍ତୁ |
9. ରୋଟିକୁ ବଟର ଲଗାଇ ଆପଣ ଏହାକୁ ଅନ୍ୟ ତରକାରି ସହ ଖାଇପାରିବେ l

ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ ମାଣ୍ଡିଆ ରସାବଳୀ....

ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ ଜୱାର୍ ପପ୍ସ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments