1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ ଜୱାର୍ ପପ୍ସ

ମଧୁମେହ ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରାୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ତେବେ ଆପଣ ଜାଣିଛନ୍ତି କି ଜୱାର୍ ପପ୍ସ ମଧୁମେହ ରୋଗୀଙ୍କ ପାଇଁ ରାମବାଣ ସଦୃଶ ହେବ ।

Sudesna Nayak
Sudesna Nayak
Health benefits of jowar puffed healthy snack for diabetes pateints

Health benefits of jowar puffed healthy snack for diabetes pateints

ମଧୁମେହ (Diabetes)ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରାୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ତେବେ ଆପଣ ଜାଣିଛନ୍ତି କି ଜୱାର୍ ପପ୍ସ (jowar puffed) ମଧୁମେହ (Diabetics)ରୋଗୀଙ୍କ ପାଇଁ ରାମବାଣ ସଦୃଶ ହେବ ।

ସୂଚନା ଅନୁଯାୟୀ, ଯଦି ଆପଣମାନେ ସ୍ନାକ୍ସରେ କିଛି ଉତ୍ତମ ଆଉ ପୃଷ୍ଟିକର ଖାଇବାକୁ ଚାହୁଁଛନ୍ତି ତେବେ ଜୱାର୍ ପପ୍ସ (jowar puffed) ଆପଣଙ୍କ ପାଇଂ ଏକ ଭଲ ବିକଳ୍ପ ହୋଇପାରେ । ଏହା ଏକ ଶୀଘ୍ର, ସ୍ୱାସ୍ଥ୍ୟକର ତିଆରି ହେଇପାରୁଥିବା ସ୍ନାକ୍ସ ,ଯାହାକି 20 ମିନିଟରୁ କମ୍ ସମୟ ମଧ୍ୟରେ ସମସ୍ତେ ସହଜରେ ପ୍ରସ୍ତୁତ କରିପାରିବେ । ସାଧା କିମ୍ବା ମସଲାଯୁକ୍ତ ଜୱାର୍ ପପ୍ସ (jowar puffed) ଆଜିକାଲି ଦୋକାନ ବଜାରରେ ବହୁଳ ଭାବରେ ଉପଲବ୍ଧ କିନ୍ତୁ ଘରେ ତିଆରି ଜୱାର୍ ପପ୍ସ ଗୁଡିକ ସତେଜ (fresh ),କ୍ରଞ୍ଚି (crunchy ), ଏବଂ ପ୍ରସ୍ତୁତ କରିବା ସମୟରେ ଏକ ଚମତ୍କାର ସୁଗନ୍ଧ ବାହାରିଥାଏ ।

ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଜୱାର୍ ପପ୍ସ,ଜାଣନ୍ତୁ...

-ଜୱାର୍ ପପ୍ସ (jowar puffed) ଗ୍ଲୁଟିନ ମୁକ୍ତ (glutine free) ଏବଂ ମଧୁମେହ (DIABETIS )ରୋଗୀଙ୍କ ପାଇଁ ଭଲ । ନିୟମିତ ବ୍ୟବହାର କଲେ ଜୱାର୍ ଆପଣଙ୍କୁ ଏକ ସୁସ୍ଥ ଓଜନରେ ରହିବାରେ ସାହାଯ୍ୟ କରିବା ସହିତ ହାଡକୁ ମଧ୍ୟ ଶକ୍ତିଶାଳୀ କରିବ ।

-କ୍ୟାଲସିୟମ୍ (calcium),ଖଣିଜ ପଦାର୍ଥ (minerals )ଏବଂ ଭିଟାମିନ୍ (vitamines) ଭରପୁର ଥିବାରୁ ଜୱାର୍ ପପ୍ସ (jowar puffed)କ୍ୟାଲୋରୀ କମ୍ ଏବଂ ପୁଷ୍ଟିକର ଅଟେ ।

-ତନ୍ତୁ (fiber) ଆଉ ଆଇରନ (iron) ଅଧିକ ଥିବାରୁ ରକ୍ତରେ ହିମାଗ୍ଲୋବିନର ମାତ୍ରା ଠିକ କରିବାରେ ଆପଣଙ୍କୁ ବହୁତ ସାହଯ୍ୟ କରିବ ଜୱାର୍ ପପ୍ସ (jowar puffed) ।

ଆସନ୍ତୁ ଜାଣିବା କେମିତି ତିଆରି କରିବା ଜୱାର୍ ପପ୍ସ

1.ଜୱାରକୁ (jowar) ଭଲ ପାଣିରେ ଧୋଇ ଯଥାଶୀଘ୍ର ପାଣିକୁ କାଢି ଦିଅନ୍ତୁ । ଜୱାର୍ କୁ ଅଧିକ ପାଣି ଭିଜିବାକୁ ଦିଅନ୍ତୁ ନାହିଁ । ଏକ ବଡ଼ ପାତ୍ରରେ ଜୱାର୍ କୁ ସଂଗ୍ରହ କରନ୍ତୁ | ଏହାକୁ ସୂତା କପଡ଼ାରେ ବିସ୍ତାର କରନ୍ତୁ ଏବଂ ସମସ୍ତ ଜଳ ଶେଷ ନହେବା ପର୍ଯ୍ୟନ୍ତ ଭଲଭାବରେ ଶୁଖିବାକୁ ଦିଅନ୍ତୁ ।

2.4.5 ଲିଟରର ଷ୍ଟିଲ୍ ହାଣ୍ଡି ନିଅନ୍ତୁ | ଗୋଟିଏ ସ୍ତର ତଳ ଆଚ୍ଛାଦନ କରିବାକୁ ଯଥେଷ୍ଟ ଶସ୍ୟ (jowar grain)ନିଅନ୍ତୁ | ସାବଧାନ ରୁହନ୍ତୁ ଯେମିତି ଏକାଥରକେ ଅଧିକ ଶସ୍ୟ (jowar grain) ନେବେ ନାହିଁ |

3.ଏକ ଢ଼ାଙ୍କୁଣୀକୁ ଭଲରେ ଘୋଡାନ୍ତୁ ଯେମିତି ତାହା ହାଣ୍ଡି ସହ ଫିଟ୍ ହେବ | ମନେରଖନ୍ତୁ ଯେମିତି ଢ଼ାଙ୍କୁଣୀରେ ଏକ ଛୋଟ ଛିଦ୍ର ରହିବ ଯାହାକି ଅଧିକ ବାଷ୍ପ କୁ ବାହାରକୁ ଯିବାରେ ସାହାଯ୍ୟ କରିବ | ଗୋଟେରୁ ଦୁଇ ମିନିଟ ମଧ୍ୟରେ ଆପଣ ପପ୍ ପପ୍ ଶବ୍ଦ ଶୁଣିପାରିବେ | ଯେତେବେଳ ଶବ୍ଦ କମ ହୋଇଯିବ ,ଆପଣ ଗ୍ୟାସକୁ ବନ୍ଦ କରନ୍ତୁ, ଆଉ ଗୋଟେ ଶୁଖିଲା ପାତ୍ରକୁ ବାହାର କରିଦିଅନ୍ତୁ |

4.15 ମିନଟସରେ ବହୁତ ଗୁଡ଼ାଏ ପପ୍ସ (pops)ଆପଣ ପ୍ରସ୍ତୁତ କରିପାରିବେ । ପପ୍ସକୁ ଟିକେ ଥଣ୍ଡା ହବାକୁ ଛାଡି ଦିଅନ୍ତୁ |

5. ଏକ ପ୍ୟାନରେ ତେଲ ଗରମ କରନ୍ତୁ | ତେଲ ଟିକେ ଗରମ ହେଲେ ଚୁଲି ବନ୍ଦ କରନ୍ତୁ | ଲୁଣ, ହଳଦୀ ଏବଂ ଚିଲି ପାଉଡର ମିଶାଇବା ଉଚିତ୍ | ମସଲା ପାଉଡର ମିଶାଇବା ପୂର୍ବରୁ ଆପଣ ହଳଦୀ , ରସୁଣ, ଏବଂ ତରକାରୀ ପତ୍ର ମଧ୍ୟ ମିଶେଇପାରିବେ ।

6. ସବୁକିଛି ଭଲ ଭାବରେ ଗୋଳାନ୍ତୁ ଏବଂ ସ୍ୱାଦ ଅନୁସାରେ ଲୁଣ ମିଶାନ୍ତୁ |

7.ଭଲ ଭାବରେ ଥଣ୍ଡା କରିବାକୁ ଦିଅନ୍ତୁ ଆଉ ଏକ ପାତ୍ରରେ ସଂଗ୍ରହ କରନ୍ତୁ |
ଆପଣମାନେ ଏହାକୁ ବହୁତ ସରଳ ଉପାୟରେ ପ୍ରସ୍ତୁତ କରି ପ୍ରତିଦିନ ସକାଳୁ, ଦ୍ଵିପହରେ ,ସଂଧ୍ୟାରେ ସୁସ୍ୱାଦୁ ସ୍ନାକ୍ସ ଭାବରେ ନିୟମିତ ଖାଇପାରିବେ ।

ହୃଦରୋଗ ଆଶଙ୍କା କମାଏ ମିଲେଟ

ମାଣ୍ତିଆରୁ ପ୍ରସ୍ତୁତ ଫାଷ୍ଟଫୁଡ : ସ୍ୱାସ୍ଥ୍ୟ ପାଇଁ ହିତକର

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments